ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ୨ କୋଷ୍ଟଗାର୍ଡ ପାଇଲଟଙ୍କ ସହ ୩ ନିଖୋଜ ।

କନକ ବ୍ୟୁରୋ: ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା। ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣବେଳେ ଅଘଟଣ। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପାଇଁ ୩ କୋଷ୍ଟଗାର୍ଡ କର୍ମଚାରୀ ନିଖୋଜ ହୋଇଛନ୍ତି। ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ । ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ୩ ଜଣଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଚାଲିଛି । ହେଲିକପ୍ଟରରେ ୪ ଜଣ କ୍ରୁ ସଦସ୍ୟ ଥିଲେ। ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଜଣେ ଡାଇଭର ଅଛନ୍ତି। ସର୍ଚ୍ଚ ଅପରେସନ୍ ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୪ଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରାଯାଇଛି। କୋଷ୍ଟଗାର୍ଡର ଏହି ଧ୍ରୁବ ହେଲିକପ୍ଟର ଗୁଜରାଟ ବାତ୍ୟାରେ ୬୭ ଜଣଙ୍କୁ ଉଦ୍ଧାର କରିଥିଲା ଏହି ହେଲିକପ୍ଚର।  

ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ  ।  ୨ କୋଷ୍ଟଗାର୍ଡ ପାଇଲଟଙ୍କ ସହ ୩ ନିଖୋଜ  ।

କନକ ବ୍ୟୁରୋ: ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା। ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣବେଳେ ଅଘଟଣ। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପାଇଁ ୩ କୋଷ୍ଟଗାର୍ଡ କର୍ମଚାରୀ ନିଖୋଜ ହୋଇଛନ୍ତି। ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ । ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ୩ ଜଣଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଚାଲିଛି ।

ହେଲିକପ୍ଟରରେ ୪ ଜଣ କ୍ରୁ ସଦସ୍ୟ ଥିଲେ। ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଜଣେ ଡାଇଭର ଅଛନ୍ତି। ସର୍ଚ୍ଚ ଅପରେସନ୍ ପାଇଁ କୋଷ୍ଟଗାର୍ଡ ପକ୍ଷରୁ ୪ଟି ଜାହାଜ ଏବଂ ଦୁଇଟି ବିମାନ ନିୟୋଜିତ କରାଯାଇଛି। କୋଷ୍ଟଗାର୍ଡର ଏହି ଧ୍ରୁବ ହେଲିକପ୍ଟର ଗୁଜରାଟ ବାତ୍ୟାରେ ୬୭ ଜଣଙ୍କୁ ଉଦ୍ଧାର କରିଥିଲା ଏହି ହେଲିକପ୍ଚର।