ଭାରତୀୟ ଥାଳି ଖାଇ ଭାବପ୍ରବଣ ହେଲେ ରୁଷୀୟ ପର୍ଯ୍ୟଟକ, କହିଲେ-ଭାରତ ଆସ ଆତିଥ୍ୟ ଦେଖିବ…

ମୁମ୍ଵାଇ ୦୪।୦୩; ଅତିଥି ଦେବୋ ଭବୋ .. ଏହି କନସେପ୍ଟ ସମସ୍ତଙ୍କୁ ଜଣା । ଏହାର ଅର୍ଥ ହେଉଛି ଅତିଥି ହିଁ ଇଶ୍ଵର। ଭାରତରେ ଅତିଥିମାନଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଏ।ଏହା ସହ ସର୍ବୋତ୍ତମ ଖାଦ୍ୟ ପ୍ରଦାନ ସହ  ସର୍ବୋତ୍ତମ ରହିବା ବ୍ୟବସ୍ଥା ଯୋଗାଇ ଦିଆଯାଏ। ଜଣେ ଋଷୀୟ ପର୍ଯ୍ୟଟକ ଦିଲ୍ଲୀର ଏକ ପରିବାରଠାରୁ ପାଇଥିବା ହୃଦୟସ୍ପର୍ଶୀ ଆତିଥ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓରେ ପର୍ଯ୍ୟଟକ ମନ୍ଦିର ବାହାରେ ଏକ ପରିବାରିକ ସମାବେଶରେ ଯୋଗ ଦେଉଥିବା ଦେଖାଯାଇଛି। କ୍ୟାମେରାକୁ ଚାହିଁ ସେ ସେ ବର୍ଣ୍ଣନା କରିଛନ୍ତି ଯେ ପରିବାର ପ୍ରଥମେ ତାଙ୍କର ରାଷ୍ଟ୍ରିୟତା ବିଷୟରେ ପଚାରିଥିଲେ ଏବଂ ତା'ପରେ ତାଙ୍କୁ ଭୋଜନ ପାଇଁ ତାଙ୍କ ସହ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ, ଜଣେ ବ୍ୟକ୍ତି ତାଙ୍କୁ ଡାଲି, ରୁଟି, ତରକାରୀ ଏବଂ ପାପଡ଼ ସହିତ ଏକ ଭାରତୀୟ ଥାଳି ଦିଅନ୍ତି। ବଡକଥା ପର୍ଯ୍ୟଟକ ପଚାରନ୍ତି, "ଏହା କ'ଣ?" ଯାହାର ଉତ୍ତର ବ୍ୟକ୍ତି ଜଣକ ଦିଅନ୍ତି, "ପାପଡ଼।" ତା'ପରେ ଋଷୀୟ ବ୍ୟକ୍ତି ମନ୍ତବ୍ୟ ଦିଅନ୍ତି, "ଏହା ବହୁତ ସ୍ୱାଦିଷ୍ଟ, ବନ୍ଧୁମାନେ।"Russian Tourist Overwhelmed by Indian Hospitality - "Come to India"Simple gestures build friendships that last a life time. ????????❤️???????? pic.twitter.com/gBjIiQHevv—

ଭାରତୀୟ ଥାଳି ଖାଇ ଭାବପ୍ରବଣ ହେଲେ ରୁଷୀୟ ପର୍ଯ୍ୟଟକ, କହିଲେ-ଭାରତ ଆସ ଆତିଥ୍ୟ ଦେଖିବ…

ମୁମ୍ଵାଇ ୦୪।୦୩; ଅତିଥି ଦେବୋ ଭବୋ .. ଏହି କନସେପ୍ଟ ସମସ୍ତଙ୍କୁ ଜଣା । ଏହାର ଅର୍ଥ ହେଉଛି ଅତିଥି ହିଁ ଇଶ୍ଵର। ଭାରତରେ ଅତିଥିମାନଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଏ।ଏହା ସହ ସର୍ବୋତ୍ତମ ଖାଦ୍ୟ ପ୍ରଦାନ ସହ  ସର୍ବୋତ୍ତମ ରହିବା ବ୍ୟବସ୍ଥା ଯୋଗାଇ ଦିଆଯାଏ। ଜଣେ ଋଷୀୟ ପର୍ଯ୍ୟଟକ ଦିଲ୍ଲୀର ଏକ ପରିବାରଠାରୁ ପାଇଥିବା ହୃଦୟସ୍ପର୍ଶୀ ଆତିଥ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓରେ ପର୍ଯ୍ୟଟକ ମନ୍ଦିର ବାହାରେ ଏକ ପରିବାରିକ ସମାବେଶରେ ଯୋଗ ଦେଉଥିବା ଦେଖାଯାଇଛି। କ୍ୟାମେରାକୁ ଚାହିଁ ସେ ସେ ବର୍ଣ୍ଣନା କରିଛନ୍ତି ଯେ ପରିବାର ପ୍ରଥମେ ତାଙ୍କର ରାଷ୍ଟ୍ରିୟତା ବିଷୟରେ ପଚାରିଥିଲେ ଏବଂ ତା'ପରେ ତାଙ୍କୁ ଭୋଜନ ପାଇଁ ତାଙ୍କ ସହ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ, ଜଣେ ବ୍ୟକ୍ତି ତାଙ୍କୁ ଡାଲି, ରୁଟି, ତରକାରୀ ଏବଂ ପାପଡ଼ ସହିତ ଏକ ଭାରତୀୟ ଥାଳି ଦିଅନ୍ତି। ବଡକଥା ପର୍ଯ୍ୟଟକ ପଚାରନ୍ତି, "ଏହା କ'ଣ?" ଯାହାର ଉତ୍ତର ବ୍ୟକ୍ତି ଜଣକ ଦିଅନ୍ତି, "ପାପଡ଼।" ତା'ପରେ ଋଷୀୟ ବ୍ୟକ୍ତି ମନ୍ତବ୍ୟ ଦିଅନ୍ତି, "ଏହା ବହୁତ ସ୍ୱାଦିଷ୍ଟ, ବନ୍ଧୁମାନେ।"

ଭିଡିଓରେ ଆହୁରି କହିଛନ୍ତି, ଯେଉଁଥିରେ ଜଣେ ପୁରୁଷ ପର୍ଯ୍ୟଟକଙ୍କୁ ଖାଦ୍ୟ ପରେ ଚକୋଲେଟ୍‌ ଦିଅନ୍ତି। ପର୍ଯ୍ୟଟକ କିପରି ଭୋକରେ ଥିଲେ ଏବଂ ପରିବାର ତାଙ୍କୁ କିପରି ଅଦ୍ଭୁତ ଆତିଥ୍ୟ ପ୍ରଦାନ କରିଥିଲେ ତାହା ପ୍ରକାଶ କରିଛନ୍ତି। ସେ ହିନ୍ଦୁ ସଂସ୍କୃତି ପ୍ରତି ତାଙ୍କର ଆକର୍ଷଣ ଗୁଡିକ ମଧ୍ୟ ସେୟାର କରିଛନ୍ତି।  ମନ୍ଦିର ବିଷୟରେ ଚର୍ଚ୍ଚା କରୁଥିଲେ ଓ କହିଥିଲେ "ପ୍ରତ୍ୟେକ ଭାରତୀୟ ପରିବାରର ଏକ ସ୍ୱତନ୍ତ୍ର ମନ୍ଦିର ଅଛି, କେବଳ ପରିବାର ପାଇଁ," ଏତିକି ହିଁ ନୁହେଁ ଭିଡିଓ ଶେଷରେ କହିଛନ୍ତି  ଭାରତ ଆସ, ଭାରତ ତୁମକୁ ପ୍ରକୃତ ଆଧ୍ୟାତ୍ମିକତା ଦେଖାଇବ।" ଏହି ହୃଦୟସ୍ପର୍ଶୀ ଭିଡିଓଟି ଅନଲାଇନରେ ଅନେକଙ୍କ ହୃଦୟକୁ ଜିତିଛି, ଇଣ୍ଟରନେଟ୍ ୟୁଜର୍ସମାନେ ଭାରତୀୟ ପରିବାରର ଦୟା ଏବଂ ଉଦାରତାର ପ୍ରଶଂସା କରିଛନ୍ତି। ଜଣେ ଲେଖିଛନ୍ତି,  ଏହା ହେଉଛି ଭାରତୀୟଙ୍କ ଯାଦୁ!" ଅନ୍ୟ ଜଣେ କହିଛନ୍ତି, "ରୁଷୀୟମାନେ ଭାରତକୁ ଭଲ ପାଆନ୍ତି.. କେବଳ କିଛି ପାଶ୍ଚାତ୍ୟ ଲୋକ ଭାରତକୁ ଘୃଣା କରନ୍ତି