ଭାରତୀୟ ଦଳର ହେଡ୍ କୋଚ୍ ହେବେ ଗମ୍ଭୀର ! ବିସିସିଆଇ ସହ ହୋଇ ସାରିଛି ମିଟିଂ- ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ଭାରତୀୟ ଦଳ ପାଇଁ ଅନେକ ଅବଦାନ ରହିଛି। ସେ ବିଶ୍ଵକପ୍ ବିଜେତା ଦଳର ସଦସ୍ୟ ରହିଥିଲେ। ଏହା ସହିତ ଗମ୍ଭୀରଙ୍କ ମେଣ୍ଟର ଭାବେ ଯାତ୍ରା ବେଶ ସଫଳ ରହିଛିି। ଚଳିତ ଆଇପିଏଲ୍‌ରେ ସେ କେକେଆରର ମେଣ୍ଟର ଥିଲେ ଏବଂ ଦଳ ଚାମ୍ପିଅନ ହୋଇଛି। ଭାରତୀୟ ଦଳ ବର୍ତ୍ତମାନ ନୂତନ କୋଚ୍ ସନ୍ଧାନରେ ରହିଛି। ବିସିସିଆଇ ଆବେଦନ ମଗାଇ ସାରିଛି। ତେବେ ରିପୋର୍ଟ ଅନୁଯାୟୀ, ବିସିସିଆଇ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇପାରେ। ଏହାକୁ ନେଇ ଆଲୋଚନା ହୋଇ ସାରିଛି।Also read: ଟିମ୍‌ ଇଣ୍ଡିଆର କୋଚ ପାଇଁ ୩ ହଜାର ଆବେଦନ, ଏଥିରେ ଅଛି ମୋଦି-ଧୋନି-ସଚ୍ଚିନଙ୍କ ନାଁ !କ୍ରିକବଜର ରିପୋର୍ଟ ଅନୁଯାୟୀ, ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବେ। ଏହାକୁ ନେଇ ବିସିସିଆଇ ସହ ତାଙ୍କର ବୈଠକ ହୋଇ ସାରିଛି। ଏହାର ଆନୁଷ୍ଠାନିକ ଘୋଷଣା ଶୀଘ୍ର ହୋଇପାରେ। ତେବେ ଏ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ଗମ୍ଭୀର କେକେଆର ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମେଣ୍ଟର ଥିଲେ। ତାଙ୍କ ଉପସ୍ଥିତିରେ ଦଳ ଭଲ ପ୍ରଦର୍ଶନ କରିଥିଲା। ମାତ୍ର ସେ ଦଳ ଛାଡ଼ିବା ପରେ ଏଲଏସଜିର ପ୍ରଦର୍ଶନରେ ଅବନ୍ନତି ଘଟିଛି। ଲକ୍ଷ୍ନୌ ଆଇପିଏଲ୍ ୨୦୨୪ରେ ପ୍ଲେ ଅଫ୍‌ରେ ପ୍ରବେଶ କରି ପାରିନ ଥିବା ବେଳେ କେକେଆର ଚଳିତ ସିଜିନରେ ଚାମ୍ପିଅନ ହୋଇଛି। ଗୌତମ ଗମ୍ଭୀରଙ୍କ ଅନ୍ତର୍ଜାତ

ଭାରତୀୟ ଦଳର  ହେଡ୍ କୋଚ୍ ହେବେ ଗମ୍ଭୀର !  ବିସିସିଆଇ ସହ ହୋଇ ସାରିଛି ମିଟିଂ- ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ଭାରତୀୟ ଦଳ ପାଇଁ ଅନେକ ଅବଦାନ ରହିଛି। ସେ ବିଶ୍ଵକପ୍ ବିଜେତା ଦଳର ସଦସ୍ୟ ରହିଥିଲେ। ଏହା ସହିତ ଗମ୍ଭୀରଙ୍କ ମେଣ୍ଟର ଭାବେ ଯାତ୍ରା ବେଶ ସଫଳ ରହିଛିି। ଚଳିତ ଆଇପିଏଲ୍‌ରେ ସେ କେକେଆରର ମେଣ୍ଟର ଥିଲେ ଏବଂ ଦଳ ଚାମ୍ପିଅନ ହୋଇଛି। ଭାରତୀୟ ଦଳ ବର୍ତ୍ତମାନ ନୂତନ କୋଚ୍ ସନ୍ଧାନରେ ରହିଛି। ବିସିସିଆଇ ଆବେଦନ ମଗାଇ ସାରିଛି। ତେବେ ରିପୋର୍ଟ ଅନୁଯାୟୀ, ବିସିସିଆଇ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇପାରେ। ଏହାକୁ ନେଇ ଆଲୋଚନା ହୋଇ ସାରିଛି।

Also read: ଟିମ୍‌ ଇଣ୍ଡିଆର କୋଚ ପାଇଁ ୩ ହଜାର ଆବେଦନ, ଏଥିରେ ଅଛି ମୋଦି-ଧୋନି-ସଚ୍ଚିନଙ୍କ ନାଁ !

କ୍ରିକବଜର ରିପୋର୍ଟ ଅନୁଯାୟୀ, ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବେ। ଏହାକୁ ନେଇ ବିସିସିଆଇ ସହ ତାଙ୍କର ବୈଠକ ହୋଇ ସାରିଛି। ଏହାର ଆନୁଷ୍ଠାନିକ ଘୋଷଣା ଶୀଘ୍ର ହୋଇପାରେ। ତେବେ ଏ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। 

ଗମ୍ଭୀର କେକେଆର ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମେଣ୍ଟର ଥିଲେ। ତାଙ୍କ ଉପସ୍ଥିତିରେ ଦଳ ଭଲ ପ୍ରଦର୍ଶନ କରିଥିଲା। ମାତ୍ର ସେ ଦଳ ଛାଡ଼ିବା ପରେ ଏଲଏସଜିର ପ୍ରଦର୍ଶନରେ ଅବନ୍ନତି ଘଟିଛି। ଲକ୍ଷ୍ନୌ ଆଇପିଏଲ୍ ୨୦୨୪ରେ ପ୍ଲେ ଅଫ୍‌ରେ ପ୍ରବେଶ କରି ପାରିନ ଥିବା ବେଳେ କେକେଆର ଚଳିତ ସିଜିନରେ ଚାମ୍ପିଅନ ହୋଇଛି। 

ଗୌତମ ଗମ୍ଭୀରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଦମଦାର ରହିଛି। ସେ ଦଳ ପାଇଁ ୧୪୭ଟି ଦିନିକିଆ ଖେଳି ୫୨୩୮ ରନ କରିଛନ୍ତି। ଏଥିରେ ୧୧ ଶତକ ଓ ୩୪ ଅର୍ଦ୍ଧଶତକ ସାମିଲ। ୫୮ଟି ଟେଷ୍ଟ ମ୍ୟାଚ୍‌ରେ ୪୧୫୪ ରନ କରିଥିବା ବେଳେ ଏଥିରେ ୯ ଶତକ ଓ ୨୨ ଅର୍ଦ୍ଧଶତକ ରହିଛି। ଏଥିରେ ଗୋଟିଏ ଦ୍ଵିଶତକ ମଧ୍ୟ ସାମିଲ। ଭାରତ ପାଇଁ ୩୭ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୭ ଅର୍ଦ୍ଧଶତକ ସହ ୯୩୨ ରନ କରିଛନ୍ତି।