ଭାରତୀୟ ବୈଜ୍ଞାନିକ ଆବିଷ୍କାର, ମଙ୍ଗଳରେ ୩ ଗର୍ତ୍ତ ଥିବା ଲଗାଇଲେ ସନ୍ଧାନ
ନୂଆଦିଲ୍ଲୀ ୧୩।୦୬: ଗ୍ରହ ଅନ୍ୱେଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ଲଗାଇଛନ୍ତି ଭାରତୀୟ ବୈଜ୍ଞାନିକ । ମଙ୍ଗଳ ଗ୍ରହରେ ୩ ଗର୍ତ୍ତ ଆବିଷ୍କାର କରିଛନ୍ତି ବୈଜ୍ଞାନିକ । ଏହି ରିସର୍ଚ୍ଚକୁ ଅହମଦାବାଦର ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ (ପିଆର୍ଏଲ୍) କରିଛି । ମଙ୍ଗଳରେ ଚିହ୍ନଟ ହୋଇଥିବା ଏହି ୩ ଗର୍ତ୍ତକୁ ପିଆର୍ଏଲ୍ ନିର୍ଦ୍ଦେଶକଙ୍କ ନାମ ଓ ଭାରତର ଦୁଇଟି ଛୋଟ ସହର ନାମରେ ଏହା ନାମିତ କରିଛି । ୩ଟି ଗର୍ତ୍ତକୁ ଔପଚାରିକ ରୂପେ ଲାଲ୍ କ୍ରାଟର, ମୁରସାନ୍ କ୍ରାଟର ଓ ହିଲ୍ସା କ୍ରାଟର୍ ଭାବେ ନାମିତ କରାଯାଇଛି । ଏହି ୩ ଗର୍ତ୍ତ ବା କ୍ରାଟର ମଙ୍ଗଳ ଗ୍ରହର ଥାର୍ସିସ ଆଗ୍ନେୟଗିରି କ୍ଷେତ୍ରରେ ଅବସ୍ଥିତ । ୬୫ କିମି ଚଉଡ଼ା ଗର୍ତ୍ତର ନାଁ ‘ଲାଲ୍ କ୍ରାଟର’ । ପ୍ରସିଦ୍ଧ ଭାରତୀୟ ଭୂବୈଜ୍ଞାନିକ ଓ ପୂର୍ବତନ ପିଆର୍ଏଲ୍ ନିର୍ଦ୍ଦେଶକ ପ୍ରଫେସର ଦେବେନ୍ଦ୍ର ଲାଲଙ୍କ ନାମରେ ଏହାର ନାମକରଣ ହୋଇଛି । ପ୍ରଫେସର ଲାଲ ୧୯୭୨ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନର ନେତୃତ୍ୱ ନେଇଥିଲେ । ଲାଲ୍ କ୍ରାଟର୍ର ପୂର୍ବଦିଗରେ ରହିଛି ଛୋଟ ୧୦ କିମି ଚଉଡ଼ା ଗର୍ତ୍ତ । ଉତ୍ତରପ୍ରଦେଶର ଏକ ସହର ନାମରେ ଏହାର ନାମକରଣ ହୋଇଛି ‘ମୁରସାନ୍ କ୍ରାଟର’ । ସେହିପରି ଲାଲ୍ କ୍ରାଟର୍ର ପଶ୍ଚିମ ଦିଗରେ ବିସ୍ତୃତ ୧୦ କିମି ଚଉଡ଼ା ଆଉ ଏକ ଗର୍ତ୍ତ ରହିଛି । ବିହାରର ଏକ ସହର ନାମରେ ଏହାକୁ ‘ହିଲ୍ସା କ୍ରାଟର୍’ ଭାବେ ନାମିତ କରାଯାଇଛି । ମୁ
ନୂଆଦିଲ୍ଲୀ ୧୩।୦୬: ଗ୍ରହ ଅନ୍ୱେଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ଲଗାଇଛନ୍ତି ଭାରତୀୟ ବୈଜ୍ଞାନିକ । ମଙ୍ଗଳ ଗ୍ରହରେ ୩ ଗର୍ତ୍ତ ଆବିଷ୍କାର କରିଛନ୍ତି ବୈଜ୍ଞାନିକ । ଏହି ରିସର୍ଚ୍ଚକୁ ଅହମଦାବାଦର ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ (ପିଆର୍ଏଲ୍) କରିଛି । ମଙ୍ଗଳରେ ଚିହ୍ନଟ ହୋଇଥିବା ଏହି ୩ ଗର୍ତ୍ତକୁ ପିଆର୍ଏଲ୍ ନିର୍ଦ୍ଦେଶକଙ୍କ ନାମ ଓ ଭାରତର ଦୁଇଟି ଛୋଟ ସହର ନାମରେ ଏହା ନାମିତ କରିଛି ।
୩ଟି ଗର୍ତ୍ତକୁ ଔପଚାରିକ ରୂପେ ଲାଲ୍ କ୍ରାଟର, ମୁରସାନ୍ କ୍ରାଟର ଓ ହିଲ୍ସା କ୍ରାଟର୍ ଭାବେ ନାମିତ କରାଯାଇଛି । ଏହି ୩ ଗର୍ତ୍ତ ବା କ୍ରାଟର ମଙ୍ଗଳ ଗ୍ରହର ଥାର୍ସିସ ଆଗ୍ନେୟଗିରି କ୍ଷେତ୍ରରେ ଅବସ୍ଥିତ । ୬୫ କିମି ଚଉଡ଼ା ଗର୍ତ୍ତର ନାଁ ‘ଲାଲ୍ କ୍ରାଟର’ । ପ୍ରସିଦ୍ଧ ଭାରତୀୟ ଭୂବୈଜ୍ଞାନିକ ଓ ପୂର୍ବତନ ପିଆର୍ଏଲ୍ ନିର୍ଦ୍ଦେଶକ ପ୍ରଫେସର ଦେବେନ୍ଦ୍ର ଲାଲଙ୍କ ନାମରେ ଏହାର ନାମକରଣ ହୋଇଛି ।
ପ୍ରଫେସର ଲାଲ ୧୯୭୨ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନର ନେତୃତ୍ୱ ନେଇଥିଲେ । ଲାଲ୍ କ୍ରାଟର୍ର ପୂର୍ବଦିଗରେ ରହିଛି ଛୋଟ ୧୦ କିମି ଚଉଡ଼ା ଗର୍ତ୍ତ । ଉତ୍ତରପ୍ରଦେଶର ଏକ ସହର ନାମରେ ଏହାର ନାମକରଣ ହୋଇଛି ‘ମୁରସାନ୍ କ୍ରାଟର’ । ସେହିପରି ଲାଲ୍ କ୍ରାଟର୍ର ପଶ୍ଚିମ ଦିଗରେ ବିସ୍ତୃତ ୧୦ କିମି ଚଉଡ଼ା ଆଉ ଏକ ଗର୍ତ୍ତ ରହିଛି ।
ବିହାରର ଏକ ସହର ନାମରେ ଏହାକୁ ‘ହିଲ୍ସା କ୍ରାଟର୍’ ଭାବେ ନାମିତ କରାଯାଇଛି । ମୁରସାନ୍ ପ୍ରସିଦ୍ଧ ଗ୍ରହ ବିଜ୍ଞାନୀ ପିଆର୍ଏଲ୍ର ବର୍ତ୍ତମାନର ନିର୍ଦ୍ଦେଶକ ଡ. ଅନିଲ ଭରଦ୍ୱାଜଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏହାକୁ ଚୟନ କରାଯାଇଛି । ସେହିପରି ମଙ୍ଗଳରେ ନୂଆ ଗର୍ତ୍ତ ଆବିଷ୍କାର କରିଥିବା ବୈଜ୍ଞାନିକ ଟିମ୍ରେ ସାମିଲ ପିଆର୍ଏଲ ବୈଜ୍ଞାନିକ ରାଜୀବ ରଞ୍ଜନ ଭାରତୀଙ୍କ ଜନ୍ମସ୍ଥାନ ହିଲ୍ସା ।
ଏହି ଗର୍ତ୍ତଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମହତ୍ୱ ରହିଛି । ସମଗ୍ର ଲାଲ୍ କ୍ରାଟର୍ ଅଞ୍ଚଳଟି ଲାଭା ଦ୍ୱାରା ଆବୃତ୍ତ । କ୍ରାଟର୍ ପୃଷ୍ଠ ତଳେ ୪୫ ମିଟର ବହଳ ପଙ୍କ ଜମା ହୋଇଛି । ଏହି ତଥ୍ୟ ଠୋସ୍ ପ୍ରମାଣ ଦେଉଛି ଯେ ମଙ୍ଗଳ ପୃଷ୍ଠରେ ଦିନେ ଜଳ ପ୍ରବାହିତ ହେଉଥିଲା । ସେହିପରି ଦୁଇଟି ଛୋଟ କ୍ରାଟର ମୁରସାନ୍ ଓ ହିଲ୍ସା ଏହି ପଙ୍କ ଜମା ପ୍ରକ୍ରିୟାର ପ୍ରକୃତି ଓ ସମୟ ଉପରେ ଆଲୋକପାତ କରିଛି । ତେବେ ଏହି ଗର୍ତ୍ତ ଆବିଷ୍କାରରୁ ସ୍ପଷ୍ଟ ହୋଇଛି ଯେ ମଙ୍ଗଳ ଦିନେ ଆର୍ଦ୍ରଭୂମି ଥିଲା ଏବଂ ଏହାର ପୃଷ୍ଠରେ ଜଳ ପ୍ରବାହିତ ହେଉଥିଲା ।