ଭାରତୀୟ ବ୍ୟଞ୍ଜନର ସ୍ୱାଦ ବଢ଼ାଏ ସୋରିଷ ତେଲ, ହେଲେ ଆମେରିକା ଓ ୟୁରୋପ ଆଦି ଦେଶରେ ବ୍ୟାନ୍

ନୂଆଦିଲ୍ଲୀ: ଭାରତର ନାନା ପ୍ରକାର ବ୍ୟଞ୍ଜନ ସାରା ବିଶ୍ୱରେ ବେଶ ଚର୍ଚ୍ଚିତ। ତେଲ ଠାରୁ ମସଲା ସବୁଥିରେ ସୁଗନ୍ଧ ଖାଇବାବାଲାର ଜିଭରୁ ସ୍ୱାଦ ଛାଡ଼େନି। ପ୍ରାୟ ସବୁ ଖାଦ୍ୟରେ ଆମେ ଶୋରିଷ ତେଲର ବ୍ୟବହାର କରି ଖାଦ୍ୟର ସ୍ୱାଦ ବଢ଼ାଇ ଥାଉ। ହେଲେ ଅବଶୋଷ ଶୋରିଷ ତେଲକୁ ମଧ୍ୟ ଆମେରିକା ଭଳି କିଛି ଦେଶ ବ୍ୟାନ୍ କରିଦେଇଛନ୍ତି। କାହିଁକି ଆସନ୍ତୁ ଜାଣିବା। ଆମେରିକାର କାହିଁକି ବ୍ୟାନ ଶୋରିଷ ତେଲ?ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ(ଫୁଡ୍ ଆଣ୍ଡ ଡ୍ରଗ୍ସ ଅଡମିନିଷ୍ଟ୍ରେସନ) ଅନୁଯାୟୀ, ସୋରିଷ ତେଲରେ ଇରୁକିକ୍ ଏସିଡ୍ ଅଧିକ ପରିମାଣରେ ରହିଛି। ଏହି ଏସିଡି ଏକ ପ୍ରକାର ଫ୍ୟାଟି ଏସିଡ୍ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ସଠିକ୍ ଭାବରେ ମେଟାବୋଲିଜଡ୍ ବା ହଜମ ହୋଇନଥାଏ। ଏହା ମସ୍ତିଷ୍କ କୋଷକୁ କ୍ଷତି ପହଞ୍ଚାଏ। ୟୁରିକ ଏସିଡ  ସ୍ମୃତିଶକ୍ତି ହ୍ରାସ ଭଳି ଅନେକ ମାନସିକ ବିକୃତି ସୃଷ୍ଟି କରିଥାଏ। ଶରୀରରେ ଚର୍ବିର ଜମା କରିଥାଏ। ଏହାକୁ ଦୃଷ୍ଟିରେ ରଖି ଆମେରିକା, କାନାଡ଼ା ଓ ୟୁରୋପ ସୋରିଷ ତେଲ ବ୍ୟାନ୍ କରିଛନ୍ତି।ୟୁରିକ ଏସିଡ୍ କ’ଣ?ୟୁରିକ ଏସିଡି ହେଉଛି ଏକ ମୋନୋସାଚୁରେଟେଡ୍ ଓମେଗା ୯ ଫ୍ୟାଟି ଏସିଡ୍। ସାଧାରଣତଃ ସୋରିଷ ତେଲ, ରାପସିଡ୍ ତେଲ, ୱାଲପ୍ୱାୱାର ସିଡ୍ ତେଲରେ ଏହା ପ୍ରଚୁର ପରିମାଣରେ ଥାଏ। ଗବେଷଣା ଅନୁସାରେ, ୟୁରିକ ଏସିଡର ଅଧିକ ବ୍ୟବହାର ଦ୍ୱାରା ଏକାଧିକ ଶାରିରୀକ ଅସୁସ୍ଥତା ଦେଖା ଦେଇଥାଏ। ହୃଦରୋଗ(କାର୍ଡିଓଟକ

ଭାରତୀୟ ବ୍ୟଞ୍ଜନର ସ୍ୱାଦ ବଢ଼ାଏ ସୋରିଷ ତେଲ, ହେଲେ ଆମେରିକା ଓ ୟୁରୋପ ଆଦି ଦେଶରେ ବ୍ୟାନ୍

ନୂଆଦିଲ୍ଲୀ: ଭାରତର ନାନା ପ୍ରକାର ବ୍ୟଞ୍ଜନ ସାରା ବିଶ୍ୱରେ ବେଶ ଚର୍ଚ୍ଚିତ। ତେଲ ଠାରୁ ମସଲା ସବୁଥିରେ ସୁଗନ୍ଧ ଖାଇବାବାଲାର ଜିଭରୁ ସ୍ୱାଦ ଛାଡ଼େନି। ପ୍ରାୟ ସବୁ ଖାଦ୍ୟରେ ଆମେ ଶୋରିଷ ତେଲର ବ୍ୟବହାର କରି ଖାଦ୍ୟର ସ୍ୱାଦ ବଢ଼ାଇ ଥାଉ। ହେଲେ ଅବଶୋଷ ଶୋରିଷ ତେଲକୁ ମଧ୍ୟ ଆମେରିକା ଭଳି କିଛି ଦେଶ ବ୍ୟାନ୍ କରିଦେଇଛନ୍ତି। କାହିଁକି ଆସନ୍ତୁ ଜାଣିବା। 

ଆମେରିକାର କାହିଁକି ବ୍ୟାନ ଶୋରିଷ ତେଲ?

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ(ଫୁଡ୍ ଆଣ୍ଡ ଡ୍ରଗ୍ସ ଅଡମିନିଷ୍ଟ୍ରେସନ) ଅନୁଯାୟୀ, ସୋରିଷ ତେଲରେ ଇରୁକିକ୍ ଏସିଡ୍ ଅଧିକ ପରିମାଣରେ ରହିଛି। ଏହି ଏସିଡି ଏକ ପ୍ରକାର ଫ୍ୟାଟି ଏସିଡ୍ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ସଠିକ୍ ଭାବରେ ମେଟାବୋଲିଜଡ୍ ବା ହଜମ ହୋଇନଥାଏ। ଏହା ମସ୍ତିଷ୍କ କୋଷକୁ କ୍ଷତି ପହଞ୍ଚାଏ। ୟୁରିକ ଏସିଡ  ସ୍ମୃତିଶକ୍ତି ହ୍ରାସ ଭଳି ଅନେକ ମାନସିକ ବିକୃତି ସୃଷ୍ଟି କରିଥାଏ। ଶରୀରରେ ଚର୍ବିର ଜମା କରିଥାଏ। ଏହାକୁ ଦୃଷ୍ଟିରେ ରଖି ଆମେରିକା, କାନାଡ଼ା ଓ ୟୁରୋପ ସୋରିଷ ତେଲ ବ୍ୟାନ୍ କରିଛନ୍ତି।

ୟୁରିକ ଏସିଡ୍ କ?

ୟୁରିକ ଏସିଡି ହେଉଛି ଏକ ମୋନୋସାଚୁରେଟେଡ୍ ଓମେଗା ୯ ଫ୍ୟାଟି ଏସିଡ୍। ସାଧାରଣତଃ ସୋରିଷ ତେଲ, ରାପସିଡ୍ ତେଲ, ୱାଲପ୍ୱାୱାର ସିଡ୍ ତେଲରେ ଏହା ପ୍ରଚୁର ପରିମାଣରେ ଥାଏ। ଗବେଷଣା ଅନୁସାରେ, ୟୁରିକ ଏସିଡର ଅଧିକ ବ୍ୟବହାର ଦ୍ୱାରା ଏକାଧିକ ଶାରିରୀକ ଅସୁସ୍ଥତା ଦେଖା ଦେଇଥାଏ। 

ହୃଦରୋଗ(କାର୍ଡିଓଟକ୍ସିସିଟି), ଲିଭର ଡେମେଜ୍, ଶରୀର ବୃଦ୍ଧିର ହ୍ରାସ, ପ୍ରଜନନ ସମ୍ପର୍କିତ ସମସ୍ୟା,ପାକିସ୍ତଳୀ ସମସ୍ୟା,ଟ୍ୟୁମର ଓ କ୍ୟାନସର ଜନିତ ସମସ୍ୟା ଦେଖା ଦେଇଥାଏ। 

ବର୍ତ୍ତମାନର ସ୍ଥିତି କ?

ରିପୋର୍ଟ ଅନୁଯାୟୀ, ସୋରିଷ ତେଲର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିବା ଦେଶଗୁଡିକ ସୋରିଷ ତେଳରେ ସ୍ୱାସ୍ଥ୍ୟକର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଆଣ୍ଡରସନ୍ ଇଣ୍ଟରନ୍ୟାସନାଲ୍ କର୍ପର ସୂଚନା ଅନୁସାରେ, ଏହି ତେଲରେ ଥିବା ୟୁରିକ୍ ଏସିଡ୍ ପରିମାଣକୁ ହ୍ରାସ କରିବା ପାଇଁ ଅନୁସନ୍ଧାନ ଏବଂ ଯାଞ୍ଚ ଚାଲିଛି। ସେହିପରି ଜଣେ କାନାଡିୟ ଗବେଷକଙ୍କ ଅନୁଯାୟୀ, ସେମାନେ ୧୯୫୦ ଦଶକରେ ଅଲ୍ପ ୟୁରିକ ଏସିଡି ଥିବା ଏକ ରାପ୍‌ସିଡ୍‌ର ବିକାଶ କରିଥିଲେ। ଯାହାର ନାଁ କାନୋଲା ବୋଲି ଦିଆଯାଇଥିଲା। ଯାହା କାନାଡିୟ ତେଲର ଏକ ସଂକ୍ଷିପ୍ତ ଶବ୍ଦରୂପ। ଏଥିରେ ଏସିଡ୍ କମ ପରିମାଣରେ ରହିଛି। ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଲନ(ଏଫ୍‌ଡିଏ) ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ସୋରିଷ ତେଲକୁ ମଞ୍ଜୁରି ଦେଇଛି। ଯେଉଁଥିରେ ୟୁରିକ ଏସିଡି କମ ପରିମାଣରେ ରହିଛି। 

ସୋରିଷ ତେଲର ଉପକାରିତା

ସୋରିଷ ତେଲରେ ସେଲେନିୟମ୍ ପରି କମ୍ପାଉଣ୍ଡ ରହିଥାଏ। ଯେଉଁଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଏହା ଶରୀରରେ ଭୂତାଣ ଜନିତ ଜଲାପୋଡ଼ା ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସୋରିଷ ତେଲରେ ବାମ୍ଫ ନେଲେ ନାକ ବନ୍ଦ ଖୋଲିବା ସହ ସହ ଶ୍ୱାସକ୍ରିୟାରେ ଉନ୍ନତି ଆସିଥାଏ। ସୋରିଷ ତେଲରେ ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି ଯାହା ଖାଇବା ଦ୍ୱାରା ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ସୋରିଷ ତେଲ ପାଚକ ରସ ଓ ପିତ୍ତ ଉତ୍ପାଦନ କରିଥାଏ। ଯେଉଁଥିରେ ପାଚକ ପ୍ରକ୍ରିୟା ଓ ଭୋକରେ ସୁଧାର ଆସିଥାଏ। ଆର୍ଥ୍ରାଇଟିସ୍ ଆଶଙ୍କା ଦୂର କରିବା। ସୋରିଷ ତେଲରେ ଥିବା ଭିଟାମିନ୍ ଇ ପ୍ରଦାହକୁ(ଭୂତାଣ ଜନିତ ସଂକ୍ରମଣରେ ଜଳାପୋଡ଼ା) ହ୍ରାସ କରି, କ୍ଷତ ଭଲ କରି ଚର୍ମକୁ ସଂକ୍ରଣରୁ ରକ୍ଷା କରିଥାଏ। 

ତେବେ ଶୋରିଷ ତେଲ କିଣିବା ପୂର୍ବରୁ ବ୍ରାଣ୍ଡ ସୋରିଷ ତେଲ କିଣିବା ସହ ଏଥିରେ କେଉଁସବୁ ସାମଗ୍ରୀ ରହିଛି ତାହା ଯାଞ୍ଚ କରନ୍ତୁ। ସତର୍କତା ଅବଲମ୍ବନ କରନ୍ତୁ। ସବୁ ଜିନିଷର ଅତି ବହୁଳ ବ୍ୟବହାର କ୍ଷତିକାରି ହୋଇଥାଏ। ତେଣୁ ସତର୍କତା ଅବଲମ୍ବନ କରିବା ଉଚିତ। ଏହି ଖବର ଦେଇ ଆପଣଙ୍କୁ ଏକ ନିଆରା ଖବର ବିଷୟରେ ଅବଗତ କରାଇ ଆପଣଙ୍କ ବିଚାରଶକ୍ତି ବଢ଼ାଇବା ଆମର ଉଦ୍ଦେଶ୍ୟ। ସତର୍କ ରହିଲେ ସୁରକ୍ଷିତ ଓ ସୁସ୍ଥ ରହିବେ।