ଭାରତୀୟ ବ୍ୟାଙ୍କଗୁଡ଼ିକୁ ସତର୍କ କଲା ଆର୍‌ବିଆଇ

ଭୁବନେଶ୍ୱର,୧୯।୩: ଦିନକୁ ଦିନ ସାଇବର ଅପରାଧର ଆଶଙ୍କା ବଢ଼ୁଥିବାବେଳେ ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶଙ୍କା କରୁଛି। ଏନେଇ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ସତର୍କ କରାଯାଇଛି। ଏହି ସତର୍କତା ସହିତ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଅଯାଇଛି। ବ୍ୟାଙ୍କିଙ୍ଗ ଶିଳ୍ପ ସହିତ ଜଡିତ ଲୋକଙ୍କ ଉଦ୍ଦେଶ୍ୟରେ ମନି କଣ୍ଟ୍ରୋଲର […] The post ଭାରତୀୟ ବ୍ୟାଙ୍କଗୁଡ଼ିକୁ ସତର୍କ କଲା ଆର୍‌ବିଆଇ appeared first on Dharitri Odia News.

ଭାରତୀୟ ବ୍ୟାଙ୍କଗୁଡ଼ିକୁ ସତର୍କ କଲା ଆର୍‌ବିଆଇ

ଭୁବନେଶ୍ୱର,୧୯।୩: ଦିନକୁ ଦିନ ସାଇବର ଅପରାଧର ଆଶଙ୍କା ବଢ଼ୁଥିବାବେଳେ ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶଙ୍କା କରୁଛି। ଏନେଇ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ସତର୍କ କରାଯାଇଛି। ଏହି ସତର୍କତା ସହିତ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଅଯାଇଛି। ବ୍ୟାଙ୍କିଙ୍ଗ ଶିଳ୍ପ ସହିତ ଜଡିତ ଲୋକଙ୍କ ଉଦ୍ଦେଶ୍ୟରେ ମନି କଣ୍ଟ୍ରୋଲର ଏକ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁଯାୟୀ, ସାଇବର ଆକ୍ରମଣର ଆଶଙ୍କା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କକୁ ପ୍ରସ୍ତୁତ ରହିବାକୁ କହିଛି ଏବଂ ବିପଦକୁ ହ୍ରାସ କରିବା ପାଇଁ ସୁରକ୍ଷା ବୃଦ୍ଧି କରିବାକୁ ମଧ୍ୟ ପରାମର୍ଶ ଦେଇଛି। ବିପଦର ମୁକାବିଲା ପାଇଁ ବ୍ୟାଙ୍କଗୁଡିକର ପ୍ରସ୍ତୁତିକୁ ନିକଟରେ ଆର୍‌ବିଆଇ ସମୀକ୍ଷା କରିଛି। ଏଥିପାଇଁ ସାଇବର ସୁରକ୍ଷା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ପରୀକ୍ଷା ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ, ଯାହାକୁ ସି ସାଇଟ୍‌ ମଧ୍ୟ କୁହାଯାଏ । ସି ସାଇଟରେ ବିଭିନ୍ନ ବ୍ୟାଙ୍କର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମର ସାମର୍ଥ୍ୟ, ଜାଲିଆତି ଚିହ୍ନଟ ପ୍ରଣାଳୀ ଇତ୍ୟାଦି ପରୀକ୍ଷା କରାଯାଏ। ଡିଜିଟାଲ ବ୍ୟାଙ୍କିଙ୍ଗର ବୃଦ୍ଧି ସହିତ ସାଇବର ଆକ୍ରମଣର ବିପଦ ମଧ୍ୟ ବୃଦ୍ଧି ପାଇଛି। ଏହି କାରଣରୁ ସାଇବର ଏବଂ ଆଇଟିକୁ ପୃଥକ ଭାବରେ ସମୀକ୍ଷା କରିବାର ଆବଶ୍ୟକତା ଅଛି ।

The post ଭାରତୀୟ ବ୍ୟାଙ୍କଗୁଡ଼ିକୁ ସତର୍କ କଲା ଆର୍‌ବିଆଇ appeared first on Dharitri Odia News.