ଭାରତୀୟ ରାଜନୀତିର NOOB କିଏ? ଗେମର୍ସଙ୍କ ପ୍ରଶ୍ନର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୩/୦୪: ଭାରତର ଟପ୍ ଗେମର୍ସଙ୍କୁ ଭେଟିଛଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମାନେ ହେଲେ ଅନିମେଷ ଅଗ୍ରୱାଲ, ନମନ ମାଥୁର ଏବଂ ପାୟଲ ଧାରେଙ୍କ ଭଳି ଟପ୍ ଗେମର୍ସଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ସହ ଭର୍ଚ୍ଚୁଆଲ ମୋଡର ସେମାନଙ୍କର ବଡ ଭୂମିକା ଥିବା କହିଲେ ମୋଦି । ଏହି ସାକ୍ଷାତ ପରେ ନିର୍ବାଚନ ପ୍ରଚାର ପାଇଁ ଗେମର୍ସଙ୍କ ସହାୟତା ନେବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଅବସରରେ ସେ 'NOOB' ଶବ୍ଦ ବ୍ୟବହାର କରିଥିଲେ । ନାଁ ନନେଇ ବିରୋଧୀଙ୍କୁ କଡ୍ଡା ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଲା । କହିବାକୁ ଗଲେ ଏହି ଶବ୍ଦ ଜଣେ ନବାଗତ କିମ୍ବା ଖେଳରେ ପାରଦର୍ଶୀ ନଥିବା ବ୍ୟକ୍ତିଙ୍କ ପାଇଁ ବ୍ୟବହୃତ ହୁଏ । Noob ????????????????PM @narendramodi did not name anybody but why are Congress leaders reacting & confirming ki Rajniti ka Noob kaun hai ???????? pic.twitter.com/FVsa01ALMD— Shehzad Jai Hind (Modi Ka Parivar) (@Shehzad_Ind) April 13, 2024ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯଦି ମୁଁ ଏକ ନିର୍ବାଚନ ରାଲିରେ 'NOOB' ଶବ୍ଦ ବ୍ୟବହାର କରେ, ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ମୁଁ କାହା ପାଇଁ କହୁଛି ।  ଏହା ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ପ୍ରଜୁଯ୍ୟ

ଭାରତୀୟ ରାଜନୀତିର NOOB କିଏ? ଗେମର୍ସଙ୍କ ପ୍ରଶ୍ନର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୩/୦୪: ଭାରତର ଟପ୍ ଗେମର୍ସଙ୍କୁ ଭେଟିଛଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମାନେ ହେଲେ ଅନିମେଷ ଅଗ୍ରୱାଲ, ନମନ ମାଥୁର ଏବଂ ପାୟଲ ଧାରେଙ୍କ ଭଳି ଟପ୍ ଗେମର୍ସଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ସହ ଭର୍ଚ୍ଚୁଆଲ ମୋଡର ସେମାନଙ୍କର ବଡ ଭୂମିକା ଥିବା କହିଲେ ମୋଦି । 

ଏହି ସାକ୍ଷାତ ପରେ ନିର୍ବାଚନ ପ୍ରଚାର ପାଇଁ ଗେମର୍ସଙ୍କ ସହାୟତା ନେବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଅବସରରେ ସେ 'NOOB' ଶବ୍ଦ ବ୍ୟବହାର କରିଥିଲେ । ନାଁ ନନେଇ ବିରୋଧୀଙ୍କୁ କଡ୍ଡା ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଲା । କହିବାକୁ ଗଲେ ଏହି ଶବ୍ଦ ଜଣେ ନବାଗତ କିମ୍ବା ଖେଳରେ ପାରଦର୍ଶୀ ନଥିବା ବ୍ୟକ୍ତିଙ୍କ ପାଇଁ ବ୍ୟବହୃତ ହୁଏ । 


ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯଦି ମୁଁ ଏକ ନିର୍ବାଚନ ରାଲିରେ 'NOOB' ଶବ୍ଦ ବ୍ୟବହାର କରେ, ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ମୁଁ କାହା ପାଇଁ କହୁଛି ।  ଏହା ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ପ୍ରଜୁଯ୍ୟ । ପ୍ରଧାନମନ୍ତ୍ରୀ ଏତିକି କଥା ଶୁଣିବା ପରେ ଖୁବ୍ ଜୋରରେ ହସିଥିଲେ ଗେମର ମାନେ । ପିଏମ ମୋଦିଙ୍କ ଏହି ଉତ୍ତର ଏବେ ସୋସିଆଲ ମିଡିଆରେ ବେଶ୍ ଆଲୋଚନା ହେଉଛି । 


ଅନେକ ବିଜେପି ନେତା ଏହି ଭିଡିଓ ସେୟାର କରିଛନ୍ତି । ବିଜେପି ନେତା ଶେହଜାଦ ପୁନାୱାଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ଟ୍ୱିଟ କରି ଲେଖିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ 'NOOB' ଶବ୍ଦ ବ୍ୟବହାର କରିଛନ୍ତି । କିନ୍ତୁ କାହା ନାଁ ନେଇନାହିଁନ୍ତି । କିନ୍ତୁ କଂଗ୍ରେସ ନେତାମାନେ କାହିଁକି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ? ସେହିଭଳି କଙ୍ଗନା ରଣାଓ୍ୱତ ବି ଏହି ଭିଡିଓକୁ ସେୟାର କରିଛନ୍ତି ।