ଭାରତୀୟ ଶିବିରରେ ରାହୁଲ ଦ୍ରାବିଡ଼, ଟ୍ରେନିଂ ସେସନରେ ରୋହିତ-କୋହଲିଙ୍କୁ ଭେଟିଲେ

ବେଙ୍ଗାଲୁରୁ: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରବିବାର ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଟ୍ରେନିଂ ସେସନରେ ଅଭ୍ୟାସ୍ କରିଛନ୍ତି। ଏହି ସମୟରେ ଦଳ ସହ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ଦେଖିବାକୁ ମିଳିଥିଲା। ବିଶ୍ଵ ଚାମ୍ପିଅନ ଦଳର ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡ଼ ପଡ଼ିଆରେ ରୋହିତ ଶର୍ମା, ବିରାଟ କୋହଲି ଓ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କ ସହ ଆଲୋଚନା କରିଛନ୍ତି।ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ଦ୍ରାବିଡ଼ଙ୍କୁ ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ବେଙ୍ଗାଲୁରୁରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ। ଭାରତ ନିକଟରେ ବାଂଲାଦେଶକୁ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ୨-୦ରେ ହରାଇଥିଲା। ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଓ ଦିନିକିଆ ବିଶ୍ଵକପ୍ ଫାଇନାଲ୍‌ରେ ପହଞ୍ଚିଥିଲା। ମାତ୍ର ପ୍ରତିଥର ଭାରତ ଅଷ୍ଟ୍ରେଲିଆ  ହାତରୁ ପରାଜୟ ଭୋଗିଥିଲା। ତେବେ ଜୁନ ମାସରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଦ୍ଵିତୀୟ ଥର ଟି-୨୦ ବିଶ୍ଵକପ୍  ଜିତିଥିଲା। Rahul Dravid with captain Rohit Sharma, Rishabh pant and Virat Kohli during tod

ଭାରତୀୟ ଶିବିରରେ ରାହୁଲ ଦ୍ରାବିଡ଼, ଟ୍ରେନିଂ ସେସନରେ ରୋହିତ-କୋହଲିଙ୍କୁ ଭେଟିଲେ

ବେଙ୍ଗାଲୁରୁ: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରବିବାର ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଟ୍ରେନିଂ ସେସନରେ ଅଭ୍ୟାସ୍ କରିଛନ୍ତି। ଏହି ସମୟରେ ଦଳ ସହ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ଦେଖିବାକୁ ମିଳିଥିଲା। ବିଶ୍ଵ ଚାମ୍ପିଅନ ଦଳର ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡ଼ ପଡ଼ିଆରେ ରୋହିତ ଶର୍ମା, ବିରାଟ କୋହଲି ଓ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କ ସହ ଆଲୋଚନା କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ଦ୍ରାବିଡ଼ଙ୍କୁ ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ବେଙ୍ଗାଲୁରୁରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ। ଭାରତ ନିକଟରେ ବାଂଲାଦେଶକୁ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ୨-୦ରେ ହରାଇଥିଲା। ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଓ ଦିନିକିଆ ବିଶ୍ଵକପ୍ ଫାଇନାଲ୍‌ରେ ପହଞ୍ଚିଥିଲା। ମାତ୍ର ପ୍ରତିଥର ଭାରତ ଅଷ୍ଟ୍ରେଲିଆ  ହାତରୁ ପରାଜୟ ଭୋଗିଥିଲା। ତେବେ ଜୁନ ମାସରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଦ୍ଵିତୀୟ ଥର ଟି-୨୦ ବିଶ୍ଵକପ୍  ଜିତିଥିଲା। 




ଦ୍ରାବିଡ଼ଙ୍କ ଭାରତ ମୁଖ୍ୟ କୋଚ୍ ଭାବେ କାର୍ଯ୍ୟକାଳ ଜୁନରେ ଟି-୨୦ ବିଶ୍ଵକପ୍ ସହ ସମାପ୍ତ ହୋଇଥିଲା। ନିକଟରେ ରାଜସ୍ଥାନ ରୟାଲ୍ସ ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କୁ ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରିଛି। ଦ୍ରାବିଡ଼ଙ୍କ ସ୍ଥାନରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ କରିଛି ବିସିସିଆଇ।