ଭାରତୀୟ ସେନାଙ୍କ ଗୌରବ ଗାଥା କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ଉଲୁଣ୍ଡାରେ ବିଶାଳ ବାଇକ ରାଲି

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଠାରେ ଭାରତୀୟ ସେନାଙ୍କ ଧୈର୍ଯ୍ୟ ଓ ପରାକ୍ରମ କୁ ସମ୍ମାନ ଜଣାଇ ତାଙ୍କୁ ଉତ୍ସାହିତ କରିବା ସଙ୍ଗେ ଶକ୍ତି ବୃଦ୍ଧି ପାଇଁ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା I ଶନିବାର ଅପରାହ୍ଣରେ ସ୍ଥାନୀୟ ହାଟପଦା ରୁ ଏହି ରାଲି ବାହାରି ମୁଖ୍ୟ ରାସ୍ତା ଦେଇ ବ୍ଲକ ଛକ, ତହସିଲ, ଗଣ୍ଡା ବାହାଲ ଛକ ଦେଇ ପେଟ୍ରୋଲ ଟାଙ୍କି […] The post ଭାରତୀୟ ସେନାଙ୍କ ଗୌରବ ଗାଥା କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ଉଲୁଣ୍ଡାରେ ବିଶାଳ ବାଇକ ରାଲି appeared first on Odisha.News.

ଭାରତୀୟ ସେନାଙ୍କ ଗୌରବ ଗାଥା  କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ଉଲୁଣ୍ଡାରେ ବିଶାଳ ବାଇକ ରାଲି

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଠାରେ ଭାରତୀୟ ସେନାଙ୍କ ଧୈର୍ଯ୍ୟ ଓ ପରାକ୍ରମ କୁ ସମ୍ମାନ ଜଣାଇ ତାଙ୍କୁ ଉତ୍ସାହିତ କରିବା ସଙ୍ଗେ ଶକ୍ତି ବୃଦ୍ଧି ପାଇଁ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା I ଶନିବାର ଅପରାହ୍ଣରେ ସ୍ଥାନୀୟ ହାଟପଦା ରୁ ଏହି ରାଲି ବାହାରି ମୁଖ୍ୟ ରାସ୍ତା ଦେଇ ବ୍ଲକ ଛକ, ତହସିଲ, ଗଣ୍ଡା ବାହାଲ ଛକ ଦେଇ ପେଟ୍ରୋଲ ଟାଙ୍କି ପାଖରେ ପହଞ୍ଚି ଥିଲା I ଅପରେସନ ସିନ୍ଦୂର ର ସଫଳତା ଆମର ମା ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପ ର ସଫଳତା l ଅପରେସନ ସିନ୍ଦୂର ର ଲକ୍ଷ୍ୟ ହାସଲ କରିବା ପାଇଁ ସାହସୀ ସୈନ୍ଯମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ I ଏକଥା ପ୍ରତ୍ୟେକ ଆତଙ୍କବାଦୀ , ପ୍ରତ୍ୟେକ ସଂଗଠନ ଭଲ ଭବରେ ଜାଣିପାରିଛନ୍ତି l କାର୍ଯ୍ୟକ୍ରମ ର ନେତୃତ୍ବ ବିଜେପି ଜିଲ୍ଳା ସଭାପତି ବେଣୁଧର ଦାଶ ନେଇଥିବା ବେଳେ ଦଳର ବରିଷ୍ଠ କର୍ମୀ ଆଡଭୋକେଟ୍ ରାଧାକାନ୍ତ ମହାକୁର ଙ୍କ ସହିତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ l ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲl ଉପସ୍ଥିତ ରହି ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ l

The post ଭାରତୀୟ ସେନାଙ୍କ ଗୌରବ ଗାଥା କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ଉଲୁଣ୍ଡାରେ ବିଶାଳ ବାଇକ ରାଲି appeared first on Odisha.News.