ଭାରତୀୟ ସେନାର ଅପରେସନ ସିନ୍ଦୂର: ନାଁରେ ରହିଛି କି ବାର୍ତ୍ତା?

ନୌସେନାର ଲେଫ୍ଟନାଣ୍ଟ ବିନୟ ନରୱାଲ ଏପ୍ରିଲ ୧୬ରେ ବିବାହ କରିଥବା ବେଳେ ହନିମୁନ ପାଇଁ ପତ୍ନୀଙ୍କ ସହ ପହଲଗାମର ବୈସାରନ ଭ୍ୟାଲି ଯାଇଥିଲେ। ହେଲେ ସେଠାରେ ଆତଙ୍କବାଦୀମାନେ ବିନୟଙ୍କୁ ହତ୍ୟା କରିଥିଲେ।

ଭାରତୀୟ ସେନାର ଅପରେସନ ସିନ୍ଦୂର: ନାଁରେ ରହିଛି କି ବାର୍ତ୍ତା?

ଭାରତୀୟ ସେନା ପହଲଗାମ ନରସଂହାରର ବଦଲା ନେବାକୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମରୀ ବା ପିଓକେରେ କରିଛି ସବୁଠାରୁ ବଡ଼ ହମଲା। ଏହାର ନାଁ ଅପରେସନ ସିନ୍ଦୂର ରଖାଯାଇଛି। ଏହି ନାଁରେ ରହିଛି ବାର୍ତ୍ତା। ସନ୍ଦୂର ସାଧାରଣତଃ ବିବାହିତ ହିନ୍ଦୁ ମହିଳାଙ୍କ ଦ୍ୱାରା ବ୍ୟବହୃତ ହୁଏ। ଏପ୍ରିଲ ୨୨ ପହଲଗାମ ନରସଂହାର ବେଳେ ଆତଙ୍କବାଦୀମାନେ କେବଳ ପୁରୁଷମାନଙ୍କୁ ହତ୍ୟା କରିଥିଲେ।

ଏମାନଙ୍କ ମଧ୍ୟରେ ଅନେକ ନବବିବାହିତ ରହିଥିଲେ। ନୌସେନାର ଲେଫ୍ଟନାଣ୍ଟ ବିନୟ ନରୱାଲ ଏପ୍ରିଲ ୧୬ରେ ବିବାହ କରିଥବା ବେଳେ ହନିମୁନ ପାଇଁ ପତ୍ନୀଙ୍କ ସହ ପହଲଗାମର ବୈସାରନ ଭ୍ୟାଲି ଯାଇଥିଲେ। ହେଲେ ସେଠାରେ ଆତଙ୍କବାଦୀମାନେ ବିନୟଙ୍କୁ ହତ୍ୟା କରିଥିଲେ। ବିନୟ ତଳେ ପଡ଼ିଥିବା ବେଳେ ପତ୍ନୀ ହିମାଂଶୀ ତାଙ୍କ ପାଖରେ ନାଲି ଚୁଡ଼ି ପିନ୍ଧି ବସିଥିବା ଫଟୋ ବେଶ ଭାଇରାଲ ହୋଇଥିଲା।

ତାଙ୍କ ମଥାର ସିନ୍ଦୂର ସବୁ ଦିନ ପାଇଁ ଲିଭି ଯାଇଥିଲା। କେବଳ ହିମାଂଶୀ ନୁହନ୍ତି, ଅନେକ ମହିଳାଙ୍କ ସିନ୍ଦୂର ସେଦିନ ପହଲଗାମର ବୈସାରନ ଭ୍ୟାଲିରେ ଲିଭି ଯାଇଥିଲା। ତେଣୁ ଭାରତୀୟ ସେନେ ପୂରା ଅପରେସନର ନାଁ ସିନ୍ଦୂର ରଖିଥିଲା। ଯୋଦ୍ଧାଙ୍କ ବିଜୟ ତିଳକ ଭାବେ ମଧ୍ୟ ସିନ୍ଦୂରକୁ ବ୍ୟବହାର କରାଯାଏ। ମହିଳାଙ୍କ ମଥାରେ ଟୋପାଏ ସିନ୍ଦୂରର ର୍ଥ ସେ ବିବାହିତ ଓ ତାଙ୍କ ସ୍ୱାମୀ ଜୀବିତ ରହିଛନ୍ତି। ହେଲେ ସିନ୍ଦୂର ଲିଭି ଯିବାର ଅର୍ଥ ସ୍ୱାମୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀ ଅନେକ ମହିଳାଙ୍କ ସିନ୍ଦୂର ସେଦିନ ପହଲଗାମରେ ପୋଛି ଦେଇଥିଲେ। ତେଣୁ ଭାରତୀୟ ସେନା ଆତଙ୍କବାଦୀଙ୍କୁ ଅପରେସନ ସିନ୍ଦୂର ଦ୍ୱାରା ଉଚିତ ଜବାବ ଦେଇଛି। 

ସୀମା ପାର ଅପରେସନ ସମ୍ପର୍କରେ ଭାରତୀୟ ସେନା ଦେବା ବେଳେ ପ୍ରଥମଥର ପାଇଁ ଛବିର ବ୍ୟବହାର କରି ଅପରେସନ ସିନ୍ଦୂର ସମ୍ପର୍କରେ ଘୋଷଣା କରିଥିଲା। ବିଳମ୍ବିତ ରାତିରେ ଭାରତୀ ସ୍ଥଳ ସେନା, ବାୟୁ ସେନା ଓ ନୌସେନେ ମିଳିତ ଭାବେ ପାକିସ୍ତାନ ଉପରେ ପ୍ରଚଣ୍ଡ ହମଲା କରିଥିଲେ। ପାକିସ୍ତାନ ଓ ପିଓକେରେ ଥିବା ଏକାଧିକ ଟେରର କ୍ୟାମ୍ପ ମିସାଇଲ ମାଡ଼ରେ ଛିନଛତ୍ର ହୋଇଯାଇଛି।

ଭାରତୀୟ ସେନା କହିଛି ଯେ “କିଛି ସମୟ ପୂର୍ବରୁ(ରାତି ୧.୪୪) ଭାରତୀୟ ଆର୍ମଡ ଫୋର୍ସ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଟେରର ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି। ଏହି ସବୁ ସ୍ଥାନରୁ ଭାରତ ବିରୋଧରେ ଆତଙ୍କବାଦୀ ହମଲାର ଯୋଜନା ଓ ନିର୍ଦ୍ଦେଶ ଦିଆଯାଉଥିଲା। ଗୋଟିଏ ସମୟରେ ମୋଟ ୯ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା।”

ରାତି ପ୍ରାୟ ୧.୪୪ରେ ପୂରା ପାକିସ୍ତାନ ଓ ଭାରତ ଶୋଇଥିବା ବେଳେ ଭାରତୀୟ ସେନା ଆତଙ୍କବାଦ ବିରୋଧରେ କରିଛି ପ୍ରଚଣ୍ଡ ପ୍ରହାର। ପାକିସ୍ତାନ ସେନା ଓ ସରକାର କିଛି ବୁଝିବା ଆଗରୁ ଭାରତୀୟ ଯୁଦ୍ଧ ବିମାନ ୯ଟି ଟାର୍ଗେଟକୁ ଧ୍ୱଂସ କରି ଦେଇଛନ୍ତି। ପାକିସ୍ତାନର ୪ଟି ଓ ପିଓକେର ୫ଟି ସ୍ଥାନରେ ଭାରତ କରିଛି ମିସାଇଲ ଷ୍ଟ୍ରାଇକ। ଅପରେସନ ସିନ୍ଦୂର ନାଁରେ ସବୁ କିଛି ସଫଳତାର ସହ କରାଯାଇଛି।

ପୂର୍ବରୁ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ପିଓକେରେ କରାଯାଇଥିଲା। ହେଲେ ୧୯୭୧ ମସିହା ପରେ ପ୍ରଥମଥର ପାଇଁ ଭାରତୀୟ ସେନା ପାକିସ୍ତାନରେ ପଶି କୌଣସି ଆକ୍ରମଣ କରିଛି। ଭାରତର ଏପରି ଆଭିମୁଖ୍ୟ ଦେଖି ନାଲି ଆଖି ଦେଖାଉଥିବା ପାକିସ୍ତାନ ପୂରା ସ୍ତବ୍ଧ ହୋଇଯାଇଛି।