ଭାରତୀୟ ହରର ଫିଲ୍ମ ବାଦଶାହ ଗଙ୍ଗୁ ରାମସେଙ୍କ ପରଲୋକ
ମୁମ୍ବାଇ ୭।୪: ହିନ୍ଦୀ ସିନେମାରେ ହରର ଫିଲ୍ମ କହିଲେ ରାମ ସେ ବ୍ରଦର୍ସଙ୍କୁ ବୁଝା ଯାଏ। ଏଥିରୁ ଗଙ୍ଗୁ ରାମସେଙ୍କ ପରଲୋକ ହୋଇଛି। ସେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗଙ୍ଗୁ ଜଣେ ଦିଗ୍ଗଜ ସିନେମାଟୋଗ୍ରାଫର ଓ ଜଣାଶୁଣା ଫିଲ୍ମ ନିର୍ମାତା ମଧ୍ୟ। ସେ ଫତେଚନ୍ଦ ୟୁ. ରାମସେଙ୍କ ୭ ପୁଅଙ୍କ ମଧ୍ୟରେ ଦ୍ୱିତୀୟ ଥିଲେ। ପାରିବାରିକ ସୂଚନା ଅନୁସାରେ ସେ ଗତ ୧ ମାସ ହେବ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଭୋଗୁଥିଲେ। ଏଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାମସେ ବ୍ରଦର୍ସ ଭାରତରେ ୫୦ରୁ ଅଧିକ ହରର ଫିଲ୍ମ ନିର୍ମାଣ କରିଛନ୍ତି। ଏଥିରେ ଗଙ୍ଗୁ ରାମସେ କେତେକ ଫିଲ୍ମରେ କାମ ମଧ୍ୟ କରିଛନ୍ତି। ଏଥିରେ ସେ ବୀରାନା, ପୁରାନା ମନ୍ଦିର, ବନ୍ଦ ଦରୱାଜା, ଦୋ ଗଜ୍ ଜମିନକେ ନୀଚେ, ସାମରୀ, ତହଖାନା, ପୁରାନା ହାଭେଲୀ ଓ ଖୋଜ ଭଳି କ୍ଲାସିକ ହରର ଫିଲ୍ମ ରହିଛି। ଗଙ୍ଗୁଙ୍କ ପରଲୋକରେ ଫିଲ୍ମ ଉଦ୍ୟୋଗରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଗଙ୍ଗୁ ରାମସେ ଅନେକ ବଲିଉଡ ଅଭିନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ଏଥିରେ ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ଫିଲ୍ମ ‘ଆଶିକ୍ ଆୱାର’ରେ ମଧ୍ୟ ଗଙ୍ଗୁ କାମ କରିଥିଲେ। ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଖିଲାଡିଓଁ କେ ଖିଲାଡି’, ‘ସବସେ ବଡ଼ା ଖିଲାଡି’ ଓ ‘ମିଷ୍ଟର ଆଣ୍ଡ ମିସେସ୍ ଖିଲାଡି’ ରେ ମଧ୍ୟ କାମ କରିଥିଲେ। ଗତ ୨୦୨୧ ମସିହାରେ ରାମସେ ବ୍ରଦର୍ସଙ୍କ ମଧ୍ୟରୁ କୁମାର ରାମସେଙ୍କ ପରଲୋକ ହୋଇ
ମୁମ୍ବାଇ ୭।୪: ହିନ୍ଦୀ ସିନେମାରେ ହରର ଫିଲ୍ମ କହିଲେ ରାମ ସେ ବ୍ରଦର୍ସଙ୍କୁ ବୁଝା ଯାଏ। ଏଥିରୁ ଗଙ୍ଗୁ ରାମସେଙ୍କ ପରଲୋକ ହୋଇଛି। ସେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗଙ୍ଗୁ ଜଣେ ଦିଗ୍ଗଜ ସିନେମାଟୋଗ୍ରାଫର ଓ ଜଣାଶୁଣା ଫିଲ୍ମ ନିର୍ମାତା ମଧ୍ୟ। ସେ ଫତେଚନ୍ଦ ୟୁ. ରାମସେଙ୍କ ୭ ପୁଅଙ୍କ ମଧ୍ୟରେ ଦ୍ୱିତୀୟ ଥିଲେ। ପାରିବାରିକ ସୂଚନା ଅନୁସାରେ ସେ ଗତ ୧ ମାସ ହେବ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଭୋଗୁଥିଲେ। ଏଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ରାମସେ ବ୍ରଦର୍ସ ଭାରତରେ ୫୦ରୁ ଅଧିକ ହରର ଫିଲ୍ମ ନିର୍ମାଣ କରିଛନ୍ତି। ଏଥିରେ ଗଙ୍ଗୁ ରାମସେ କେତେକ ଫିଲ୍ମରେ କାମ ମଧ୍ୟ କରିଛନ୍ତି। ଏଥିରେ ସେ ବୀରାନା, ପୁରାନା ମନ୍ଦିର, ବନ୍ଦ ଦରୱାଜା, ଦୋ ଗଜ୍ ଜମିନକେ ନୀଚେ, ସାମରୀ, ତହଖାନା, ପୁରାନା ହାଭେଲୀ ଓ ଖୋଜ ଭଳି କ୍ଲାସିକ ହରର ଫିଲ୍ମ ରହିଛି। ଗଙ୍ଗୁଙ୍କ ପରଲୋକରେ ଫିଲ୍ମ ଉଦ୍ୟୋଗରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଗଙ୍ଗୁ ରାମସେ ଅନେକ ବଲିଉଡ ଅଭିନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ଏଥିରେ ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ଫିଲ୍ମ ‘ଆଶିକ୍ ଆୱାର’ରେ ମଧ୍ୟ ଗଙ୍ଗୁ କାମ କରିଥିଲେ।

ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଖିଲାଡିଓଁ କେ ଖିଲାଡି’, ‘ସବସେ ବଡ଼ା ଖିଲାଡି’ ଓ ‘ମିଷ୍ଟର ଆଣ୍ଡ ମିସେସ୍ ଖିଲାଡି’ ରେ ମଧ୍ୟ କାମ କରିଥିଲେ। ଗତ ୨୦୨୧ ମସିହାରେ ରାମସେ ବ୍ରଦର୍ସଙ୍କ ମଧ୍ୟରୁ କୁମାର ରାମସେଙ୍କ ପରଲୋକ ହୋଇଥିଲା। ଫତେଚନ୍ଦ ୟୁ.ରାମସେଙ୍କ ପ୍ରଥମ ପୁଅ ଥିଲେ କୁମାର ରାମସେ। ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ସେ ପୁରାନା ମନ୍ଦିର, ଖୋଜ ଓ ସାୟା ଭଳି ହରର ଫିଲ୍ମର ପଟକଥା ଲେଖିଥିଲେ। ସେହିପରି ସେ ‘ଔର କୌନ’ ଓ ‘ଦହସତ’ ଭଳି ଫିଲ୍ମର ନିର୍ମାଣ ମଧ୍ୟ କରିଥିଲେ।