ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର
ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ କେବଳ ଗୋଟିଏ ସର୍ତ୍ତ ଅଛି ଯେ ଆମକୁ କୁଶଳୀ ମାନବ ଶକ୍ତି ଆବଶ୍ୟକ। ଆମର ଅନେକ ଚାକିରି ସୁଯୋଗ ଅଛି । ଭାରତୀୟ ପେସାଦାରଙ୍କୁ ଆକର୍ଷିତ କରିବା ପାଇଁ ଆମ ସରକାର ଅନେକ ଅଫର ଦେଉଛନ୍ତି। ଆପଣଙ୍କୁ କହିବାକୁ ଗଲେ କିଛି ମାସ ପୂର୍ବରୁ ମହାରାଷ୍ଟ୍ର ସହିତ ଏକ ଚୁକ୍ତିନାମା […] The post ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର appeared first on Dharitri Odia News.
ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ କେବଳ ଗୋଟିଏ ସର୍ତ୍ତ ଅଛି ଯେ ଆମକୁ କୁଶଳୀ ମାନବ ଶକ୍ତି ଆବଶ୍ୟକ। ଆମର ଅନେକ ଚାକିରି ସୁଯୋଗ ଅଛି । ଭାରତୀୟ ପେସାଦାରଙ୍କୁ ଆକର୍ଷିତ କରିବା ପାଇଁ ଆମ ସରକାର ଅନେକ ଅଫର ଦେଉଛନ୍ତି। ଆପଣଙ୍କୁ କହିବାକୁ ଗଲେ କିଛି ମାସ ପୂର୍ବରୁ ମହାରାଷ୍ଟ୍ର ସହିତ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ଯେଉଁଥିରେ ୨୦.୦୦୦ ଡ୍ରାଇଭର ଜର୍ମାନୀକୁ ପଠାଯାଉଛି । ଯାହାଙ୍କ ଦରମା ମାସକୁ ୨.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ।
‘ଏସିଆ ପାସିଫିକ କନଫରେନ୍ସ ଅଫ ଚର୍ମନେ ବିଜନସ’ର ୧୮ତମ ସମ୍ମିଳନୀକୁ ସମ୍ବୋଧିତ କରି ଓଲାଫ ସ୍କୋଲଜ କହିଛନ୍ତି ଯେ କୁଶଳୀ ଭାରତୀୟ ଶ୍ରମିକମାନଙ୍କୁ ଜର୍ମାନୀକୁ ନିମନ୍ତ୍ରଣ କରିବା ପାଇଁ ଆମ ସରକାର ନିକଟରେ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଜି ଆମ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟା ହେଉଛି ଭାରତୀୟ। ଗତ ବର୍ଷ କେବଳ ଜର୍ମାନୀରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ସଂଖ୍ୟା ୨୩,୦୦୦ ବୃଦ୍ଧି ପାଇଥିଲା। ଏହି ମ୍ୟାନପାଓ୍ବାର ଆମ ବଜାରରେ ସ୍ବାଗତଯୋଗ୍ୟ। ସ୍କୋଲଜ କହିଛନ୍ତି, ଜର୍ମାନୀ ଏହାର ଭିସା ପ୍ରକ୍ରିୟାକୁ ଡିଜିଟାଇଜେସନ କରୁଛି, ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଛି, ଯାହାଦ୍ୱାରା ଭାରତୀୟମାନେ ଅଧିକରୁ ଅଧିକ ସୁଯୋଗ ପାଇପାରିବେ।
ସ୍କୋଲଜ କହିଛନ୍ତି, ଆମେ ଇମିଗ୍ରେସନ ହ୍ରାସ କରୁଛୁ ଏବଂ ସେହି ଲୋକମାନଙ୍କୁ ଚାଲିଯିବାକୁ ଅନୁରୋଧ କରୁଛୁ ଯେଉଁମାନଙ୍କର ଆମ ଦେଶରେ ରହିବାର ଅଧିକାର ନାହିଁ। ଏଥିପାଇଁ ଆମେ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ମଧ୍ୟ ଯୋଗାଉଛୁ, ଯାହାଫଳରେ ସେମାନେ ଚାଲିଯିବେ। ଆମର ବାର୍ତ୍ତା କେବଳ ଯେ କୁଶଳୀ ମାନବ ଶକ୍ତି ପାଇଁ ଜର୍ମାନୀ ସର୍ବଦା ଖୋଲା ଅଛ। ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ। ତଥାପି, ଆମେ ସ୍ଥିର କରିବୁ କାହାକୁ ଜର୍ମାନୀରେ ରହିବାକୁ ଅନୁମତି ଦିଆଯିବ ଏବଂ କିଏ ରହିବେ ନାହିଁ।
The post ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର appeared first on Dharitri Odia News.