ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଦୁଇ ଜଣଙ୍କ ମୃତ୍ୟୁ

କଳାହାଣ୍ଡି ୨୬।୩: ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ୍ ଫାଣ୍ଡି ଅଞ୍ଚଳରେ ଘଟିଛି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ୍ ଫାଣ୍ଡି ଅନ୍ତର୍ଗତ ଆଲିମ୍ ଗାଁର ୨୨ ବର୍ଷ ବୟସ୍କ ଦେବରାଜ ଭୋଇ ୧୫ ବର୍ଷ ବୟସ୍କ ଶୁଭମ୍ ଦୋରା ସ୍ଥାନୀୟ ପଲମ ବଜାରରୁ ପରିବା କିଣି ଘରକୁ ଫେରୁଥିଲେ । ଘରକୁ ଫେରିବା ବାଟରେ ଦୁର୍ଘଟଣା ଘଟିଛି । ତାଙ୍କ ବାଇକ୍ ଏକ ଗଛକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଗୋଟେ ପଟେ ହୋଲି ରଙ୍ଗରେ ସାରା ଅଞ୍ଚଳ ମସଗୁଲ ଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।You Can Read :ହତ୍ୟା କରି ଶାଢ଼ୀ କାନିରେ ପଥର ବାନ୍ଧି ଡ୍ୟାମ୍‌ରେ ଫିଙ୍ଗିଦେଲେ, ମୃତଦେହ ଭାସିବାରୁ ସାମ୍ନାକୁ ଆସିଲା ପୁରା ଘଟଣା 

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଦୁଇ ଜଣଙ୍କ ମୃତ୍ୟୁ

କଳାହାଣ୍ଡି ୩: ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ୍ ଫାଣ୍ଡି ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ୍ ଫାଣ୍ଡି ଅନ୍ତର୍ଗତ ଆଲିମ୍ ଗାଁର ୨୨ ବର୍ଷ ବୟସ୍କ ଦେବରାଜ ଭୋଇ ୧୫ ବର୍ଷ ବୟସ୍କ ଶୁଭମ୍ ଦୋରା ସ୍ଥାନୀୟ ପଲମ ବଜାରରୁ ପରିବା କିଣି ଘରକୁ ଫେରୁଥିଲେ । ଘରକୁ ଫେରିବା ବାଟରେ ଦୁର୍ଘଟଣା ଘଟିଛି । ତାଙ୍କ ବାଇକ୍ ଏକ ଗଛକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଗୋଟେ ପଟେ ହୋଲି ରଙ୍ଗରେ ସାରା ଅଞ୍ଚଳ ମସଗୁଲ ଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

You Can Read :

ହତ୍ୟା କରି ଶାଢ଼ୀ କାନିରେ ପଥର ବାନ୍ଧି ଡ୍ୟାମ୍‌ରେ ଫିଙ୍ଗିଦେଲେ, ମୃତଦେହ ଭାସିବାରୁ ସାମ୍ନାକୁ ଆସିଲା ପୁରା ଘଟଣା