ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଗୋଡ଼ ନଥିବା ଗଦାଧର
ହିଞ୍ଜିଳିକାଟୁ (କେନ୍ୟୁଜ) : ମନର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଅସମ୍ଭବକୁ ବି ସମ୍ଭବ କରି ଦେଖାଇବା ସହ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ନିଜର ଦୁଇ ଗୋଡ଼ ହରାଇ ମଧ୍ୟ ଖେଲୋ ଇଣ୍ଡିଆ ସ୍ୱର୍ଣ୍ଣ ବିଜେତା ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଯାହାଙ୍କ ପ୍ରତିଭା ବିଷୟରେ ଆମେ ଆପଣଙ୍କୁ ନ ଜଣାଇ ରହିପାରିଲୁନି । ତାହେଲେ ଆସନ୍ତୁ ଆଉ […] The post ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଗୋଡ଼ ନଥିବା ଗଦାଧର appeared first on KNews Odisha.

ହିଞ୍ଜିଳିକାଟୁ (କେନ୍ୟୁଜ) : ମନର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଅସମ୍ଭବକୁ ବି ସମ୍ଭବ କରି ଦେଖାଇବା ସହ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ନିଜର ଦୁଇ ଗୋଡ଼ ହରାଇ ମଧ୍ୟ ଖେଲୋ ଇଣ୍ଡିଆ ସ୍ୱର୍ଣ୍ଣ ବିଜେତା ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଯାହାଙ୍କ ପ୍ରତିଭା ବିଷୟରେ ଆମେ ଆପଣଙ୍କୁ ନ ଜଣାଇ ରହିପାରିଲୁନି । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ତାଙ୍କର ସଂଘର୍ଷମୟ ସଫଳତା ବିଷୟରେ । ଯେଉଁମାନେ ନିଜ ଜୀବନରେ ହାରିଯାଉଛନ୍ତି ସେମାନେ ଖାସ୍ କରି ଏହାକୁ ଦେଖିବା ଉଚିତ ।
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମର ଗଦାଧର ସାହୁ ଜନ୍ମରୁ ଭିନ୍ନକ୍ଷମ ହୋଇନଥିବା ବେଳେ ସମୟ ଚକ୍ର ରେ ପଡ଼ି ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇ ସେ ଏବେ ଭିନ୍ନକ୍ଷମ। ଦୁଇଟି ଗୋଡ ହରାଇଥିଲେ ମଧ୍ୟ ସେ ଧୈର୍ଯ୍ୟ ହାରି ନାହାନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପ୍ରତିଯୋଗିତାର ଭିନ୍ନକ୍ଷମ ଭାରୋତ୍ତୋଳନ ୫୯ କେଜି ବର୍ଗରେ ସେ ୧୪୦ କିଲୋ ଭାର ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତି ଶେରଗଡ ବ୍ଲକ୍ ତଥା ଗଞ୍ଜାମ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗଦାଧର ଦିଲ୍ଲୀରୁ ଫେରିବା ପରେ ନିଜ ପଞ୍ଚାୟତ ନରେନ୍ଦ୍ରପୁର ଓ ଶେରଗଡ ବ୍ଲକ୍ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନରେ ସମ୍ବର୍ଦ୍ଧିତ କରାଯାଇଛି।
ଗଦାଧରଙ୍କ ବଡ ଭାଇ ଦିନ ସୁରତ ରହୁଥିବା ସମୟ ରେ ନିଜ ଭାଇଙ୍କ ପାଖକୁ ଅନେକ ଆଶା ନେଇ ବୁଲିବା ପାଇଁ ଟ୍ରେନ୍ ରେ ଗଞ୍ଜାମରୁ ସୁରତ ଯାଇଥିଲେ ଗଦାଧର।ହେଲେ ବିଧିର ବିଧାନ ଅଲଗା ରହିଥିଲା। ହସ ଖୁସିରେ ଟ୍ରେନ୍ ରୁ ଓଲାଇବା ପୂର୍ବରୁ ହିଁ ଟ୍ରେନ୍ ଭିଡ଼ ଯୋଗୁଁ କେହି ବ୍ୟକ୍ତି ତାଙ୍କୁ ଠୋଲି ଦେଇଥିଲେ ଯାହା ଫଳ ରେ ଟ୍ରେନ୍ ଚକ ତଳେ ପଡି ସବୁଦିନ ପାଇଁ ତାଙ୍କୁ ଦୁଇ ଗୋଡ଼ ହରାଇବାକୁ ପଡ଼ିଲା।ପ୍ରତିଦିନ ଜୀବନ ଥାଇ ମଧ୍ୟ ଅନେକ ଦୁଃଖ କଷ୍ଟ ରେ ଦୁଇ ଗୋଡ଼ ହରାଇ ଆଗକୁ ବଢ଼ି ଆଜି ଏହି ସ୍ଥାନ ରେ ପହଂଚିଛନ୍ତି ଗଦାଧର।
ଗଦାଧରଙ୍କ ଗୋଡ଼ କଟିବା ପରେ ପ୍ରଥମେ ସେ ବଡ଼ି ବିଲ୍ଡିଂ ପାଇଁ ପ୍ରସ୍ତୁତି ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ସଫଳତା ହାସଲ କରିଥିଲେ।ପରିବାର ଗିରବ ଶ୍ରେଣୀର ହୋଇଥିବା ବେଳେ ବଡ଼ ଭାଇ ଓ ପରିବାରର ସହଯୋଗ ରେ ଧୀରେ ଧୀରେ ଆଗକୁ ବଢୁଥିବା ବେଳେ ଭାରୋତ୍ତୋଳନ ପାଇଁ ମଧ୍ୟ ପ୍ରଶିକ୍ଷଣ ନେଇ ସେ ସେଥିରେ ମଧ୍ୟ ସଫଳ ହେଲେ।ଗଦାଧରଙ୍କ ପ୍ରତିଭାକୁ ସ୍ଥାନୀୟ ପ୍ରଶାସନ ରାଜ୍ୟ ସରକାରଙ୍କ ନିକଟରେ ପହଁଚିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହ ସହଯୋଗ କରି ଉତ୍ସାହିତ କରିଥିଲେ।ନିକଟ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭବିଷ୍ୟତରେ ଗଦାଧର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳିବାକୁ ଇଚ୍ଛା କରିଛନ୍ତି।ତାଙ୍କ ପ୍ରତିଭା ଓ ପ୍ରଦର୍ଶନ ଜାରି ରଖିବା ପାଇଁ ତାଙ୍କୁ ସରକାରୀ ସହାୟତା ଓ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ଗଦାଧର।
The post ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ଗୋଡ଼ ନଥିବା ଗଦାଧର appeared first on KNews Odisha.