ଭାଲୁକୁ ଘଉଡାଇବାକୁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ଫରେଷ୍ଟର, ପଚାରିବାରୁ ଖବରତାଦାଙ୍କ ଉପରେ କଲେ ଆକ୍ରମଣ
କୋକସରା,୧୧।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନର ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭାଲୁ ଘଉଡାଇବାକୁ ବିଲମ୍ବରେ ପହଞ୍ଚିବା ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୁକ୍ତିତର୍କ କରି ହାତାହାତି ହୋଇଥିଲେ। ପରେ ଏନେଇ ସଂପୃକ୍ତ ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଆମପାଣି ଥାନାରେ ଖବରଦାତା ତ୍ରିଲୋକ୍ୟ ବେଶ୍ରାଙ୍କ ନାଁ ରେ ଏତଲା ଦେଇଥିଲେ। ଖବରଦାତା ତ୍ରିଲୋକ୍ୟ ବେଶ୍ରା ମଧ୍ୟ ଫରେଷ୍ଟରଙ୍କ […] The post ଭାଲୁକୁ ଘଉଡାଇବାକୁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ଫରେଷ୍ଟର, ପଚାରିବାରୁ ଖବରତାଦାଙ୍କ ଉପରେ କଲେ ଆକ୍ରମଣ appeared first on Dharitri Odia News.
କୋକସରା,୧୧।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଆମପାଣି ଫରେଷ୍ଟ ସେକ୍ସନର ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭାଲୁ ଘଉଡାଇବାକୁ ବିଲମ୍ବରେ ପହଞ୍ଚିବା ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୁକ୍ତିତର୍କ କରି ହାତାହାତି ହୋଇଥିଲେ। ପରେ ଏନେଇ ସଂପୃକ୍ତ ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଆମପାଣି ଥାନାରେ ଖବରଦାତା ତ୍ରିଲୋକ୍ୟ ବେଶ୍ରାଙ୍କ ନାଁ ରେ ଏତଲା ଦେଇଥିଲେ। ଖବରଦାତା ତ୍ରିଲୋକ୍ୟ ବେଶ୍ରା ମଧ୍ୟ ଫରେଷ୍ଟରଙ୍କ ବିରୋଧରେ ଏତଲା ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ସୋମବାର କୋକସରା ବ୍ଲକ କାଉଡୋଳା ଗ୍ରାମର ଜନବସତିକୁ ପାଖ ଜଙ୍ଗଲରୁ ଏକ ଭାଲୁ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଏନେଇ ଆତଙ୍କିତ ହୋଇ ପଡ଼ିଥିଲେ। ଭାଲୁଟି ଦୀର୍ଘ ସମୟ ଧରି ହରିଜନପଡା ନିକଟରେ ଥିବାବେଳେ ଏନେଇ ଖବରଦାତା ବେଶ୍ରା ସ୍ଥାନୀୟ ଆମପାଣି ଫରେଷ୍ଟର ବେହେରାଙ୍କୁ ମୋବାଇଲରେ ଯୋଗାଯୋଗ କରି ଶୀଘ୍ର ଟିମ ନେଇ ଭାଲୁକୁ ଘଉଡାଇବାକୁ କହିଥିଲେ। ତେବେ ୪ ଘଣ୍ଟା ବିଳମ୍ବ ହେବାରୁ ଜିଲା ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଅଭିଯୋଗ କରିଥିଲେ। ତେବେ ଘଟଣାର ଦୀର୍ଘ ୪ ଘଣ୍ଟା ପରେ ଫରେଷ୍ଟର ସଦଳବଳ ଆସିଥିବା ବେଳେ ଏତେ ବିଳମ୍ବରେ କାହିଁକି ଆସିଲେ ବୋଲି ଖବରଦାତା ପ୍ରଶ୍ନ କରିବା ସହ ଫରେଷ୍ଟରଙ୍କ ପ୍ରତିକ୍ରିୟା ନେବା ସମୟରେ ଫରେଷ୍ଟର ଉତ୍ତେଜିତ ହୋଇ ଖବରଦାତାଙ୍କ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାକୁ ନେଇ କଳାହାଣ୍ଡି ୟୁନିୟନ ଅଫ ଜର୍ନାଲିଷ୍ଟ କୋକସରା ବ୍ଲକ ସଙ୍ଘ ପକ୍ଷରୁ ବନ ବିଭାଗ ଅଧିକାରୀ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।
The post ଭାଲୁକୁ ଘଉଡାଇବାକୁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ଫରେଷ୍ଟର, ପଚାରିବାରୁ ଖବରତାଦାଙ୍କ ଉପରେ କଲେ ଆକ୍ରମଣ appeared first on Dharitri Odia News.