ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଶସ୍ତା ହେଲା ସୁନା…
ନୂଆଦିଲ୍ଲୀ,୧୩।୨ : ପ୍ରତିବର୍ଷ ପରି ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାାଉଛି। ଏହି ଅବସରରେ, ଲୋକମାନେ ନିଜ ସାଥୀଙ୍କୁ ଆପଣେଇବା ପାଇଁ ଅନେକ ପଦ୍ଧତି ଗ୍ରହଣ କରିଥାନ୍ତି। ଅନେକ ଲୋକ ନିଜ ସ୍ତ୍ରୀ କିମ୍ବା ଗର୍ଲଫ୍ରେଣ୍ଡକୁ ସୁନା ଉପହାର ଦେଇଥାନ୍ତି । ଏଭଳି ପରିସ୍ଥିତିରେ ଦମ୍ପତିଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ, ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ମଙ୍ଗଳବାର ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇଛି । ଏଚଡିଏଫସି ସିକ୍ୟୁରିଟିଜ ଅନୁଯାୟୀ, ବିଶ୍ୱର […] The post ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଶସ୍ତା ହେଲା ସୁନା… appeared first on Dharitri Odia News.
ନୂଆଦିଲ୍ଲୀ,୧୩।୨ : ପ୍ରତିବର୍ଷ ପରି ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାାଉଛି। ଏହି ଅବସରରେ, ଲୋକମାନେ ନିଜ ସାଥୀଙ୍କୁ ଆପଣେଇବା ପାଇଁ ଅନେକ ପଦ୍ଧତି ଗ୍ରହଣ କରିଥାନ୍ତି। ଅନେକ ଲୋକ ନିଜ ସ୍ତ୍ରୀ କିମ୍ବା ଗର୍ଲଫ୍ରେଣ୍ଡକୁ ସୁନା ଉପହାର ଦେଇଥାନ୍ତି । ଏଭଳି ପରିସ୍ଥିତିରେ ଦମ୍ପତିଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ, ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ମଙ୍ଗଳବାର ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇଛି ।
ଏଚଡିଏଫସି ସିକ୍ୟୁରିଟିଜ ଅନୁଯାୟୀ, ବିଶ୍ୱର ଦୁର୍ବଳ ବାଣିଜ୍ୟ ମଧ୍ୟରେ ମଙ୍ଗଳବାର ଦିନ ଦିଲ୍ଲୀ ବୁଲିଅନ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦ ଟଙ୍କା ହ୍ରାସ ପାଇ ୬୩,୧୦୦ଟଙ୍କା ହୋଇଛି। ପୂର୍ବରୁ ସୁନା ୧୦ ଗ୍ରାମ ପିଛା ୬୩,୧୫୦ ଟଙ୍କା ଥିଲା।
ତେବେ ରୁପା କିଲୋଗ୍ରାମ ପିଛା ୭୫,୪୦୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାର କମେକ୍ସରେ ସ୍ପଟ ସୁନା ୧ ଡଲାର କମି ୨,୦୨୧ ଡଲାର ଥିବାବେଳେ ରୂପା ଆଉନ୍ସ ପିଛା ୨୨.୮୨ ଡଲାରର ସାମାନ୍ୟ ବୃଦ୍ଧି ସହିତ କାରବାର କରିଛି।
The post ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଶସ୍ତା ହେଲା ସୁନା… appeared first on Dharitri Odia News.