ଭାଷଣ ଦେଉଥିଲେ ମୋଦି, ହଠାତ୍ ମୋଦିଙ୍କ ଗୋଡ ଧରି ପକାଇଲେ ନୀତିଶ, ଆଉ ତା’ ପରେ…
ପାଟନା,୧୩।୧୨: ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଛନ୍ତି ନୀତୀଶ କୁମାର। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଜେଡିୟୁ ଓ ଭାଜପାର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସରେ ଅତ୍ୟଧିକ ଖୁସି ହୋଇ ନୀତିଶ ସିଧା ଯାଇ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। […] The post ଭାଷଣ ଦେଉଥିଲେ ମୋଦି, ହଠାତ୍ ମୋଦିଙ୍କ ଗୋଡ ଧରି ପକାଇଲେ ନୀତିଶ, ଆଉ ତା’ ପରେ… appeared first on Dharitri Odia News.
ପାଟନା,୧୩।୧୨: ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଛନ୍ତି ନୀତୀଶ କୁମାର। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଜେଡିୟୁ ଓ ଭାଜପାର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଏମ୍ସର ଶିଳାନ୍ୟାସରେ ଅତ୍ୟଧିକ ଖୁସି ହୋଇ ନୀତିଶ ସିଧା ଯାଇ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ନରେନ୍ଦ୍ର ମୋଦି ବୁଧବାର ବିହାରରେ ଦ୍ୱିତୀୟ ଏମ୍ସ (AIIMS)ର ଶିଳାନ୍ୟାସ କରିଛନ୍ତି। ଦରଭଙ୍ଗାଠାରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଭାଷଣରେ ଦୀର୍ଘ ସମୟ ଧରି ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ। ଏହାପରେ ଭାଷଣ ଶେଷ କରିବା ପରେ ସେ ନିଜ ଆସନକୁ ଫେରୁଥିଲେ। ଏହି ସମୟରେ ନୀତିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆସି ତାଙ୍କ ପାଦ ଛୁଇଁବାକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସଙ୍ଗେ ସଙ୍ଗେ ଛିଡ଼ା ହୋଇ ନୀତୀଶ କୁମାରଙ୍କ ଦୁଇ ହାତ ଧରି ଅଭିବାଦନ ଜଣାଇଥିଲେ। ଏହି ଦୃଶ୍ୟ ଦେଖି ମଞ୍ଚରେ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ହସିବା ସହ ଜୋରରେ କରତାଳି ଦେଇଥିଲେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନୀତିଶ ନିଜ ଭାଷଣରେ ଉଦଘାଟନ ବୋଲି ମଧ୍ୟ କହିଦେଇଥିଲେ।
କହିରଖୁଛୁ କି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବାର ଏହା ପ୍ରଥମ ଦୃଶ୍ୟ ନୁହେଁ, ଏହା ପୂର୍ବରୁ ମଧ୍ୟ ଏକାଧିକ ଥର ନୀତିଶ କୁମାର ବିଭିନ୍ନ ସଭା ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି।
The post ଭାଷଣ ଦେଉଥିଲେ ମୋଦି, ହଠାତ୍ ମୋଦିଙ୍କ ଗୋଡ ଧରି ପକାଇଲେ ନୀତିଶ, ଆଉ ତା’ ପରେ… appeared first on Dharitri Odia News.