ଭିଏତନାମ ରାଷ୍ଟ୍ରପତି ପଦରୁ ଭୋ ୱାନ ଥୁଓଙ୍ଗଙ୍କ ଇସ୍ତଫା
ହାନୋଇ ୨୦।୩: ଭିଏତନାମ ରାଷ୍ଟ୍ରପତି ଭୋ ୱାନ୍ ଥୁଓଙ୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଭିଏତନାମୀ କମ୍ୟୁନିଷ୍ଟ ପାର୍ଟି ୨୦ ମାର୍ଚ୍ଚ ବୁଧବାର ତାଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ଭୋ ୱାନ୍ ଥୁଓଙ୍ଗ ୧ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ରହିବା ପରେ ପଦରୁ ଇସ୍ତଫା ଦେଇଛନ୍ତି। ସରକାରୀ ଗଣମାଧ୍ୟମ ଭିଏନ ଏକ୍ସପ୍ରେସ୍ ଏହି ସୂଚନା ଦେଇଛି। ସରକାର ଏକ ବୟାନରେ କହିଛନ୍ତି ଯେ ଥୁଓଙ୍ଗ ପାର୍ଟି ନିୟମର ଉଲ୍ଲଂଘନ କରିଛନ୍ତି। ବୟାନରେ ରାଜନୈତିକ ଉଠାପକା ସମ୍ପର୍କରେ ସଂକେତ ଦିଆଯାଇଛି, ଯାହା ଦେଶରେ ବିଦେଶୀ ନିବେଶକଙ୍କ ବିଶ୍ୱାସକୁ ଠେସ୍ ପହଞ୍ଚାଇପାରେ ବୋଲି ଆଶଙ୍କା କରାଯାଇଛି। ବୟାନରେ କୁହାଯାଇଛି ଯେ ଏପରି ନିଷ୍ପତ୍ତି ଜନତାଙ୍କ ରାୟ ଉପରେ ନକରାତ୍ମକ ପ୍ରଭାବ ପକାଇଛି। ଫଳରେ ପାର୍ଟି, ରାଜ୍ୟ ଓ ବ୍ୟକ୍ତିଗତ ଭାବେ ତାଙ୍କ ସମ୍ମାନ କ୍ଷୁର୍ଣ୍ଣ ହୋଇଛି। କମ୍ୟୁନିଷ୍ଟ ଶାସିତ ଭିଏତନାମରେ ନିଷ୍ପତ୍ତି ନେଉଥିବା ଶୀର୍ଷ ସଂସ୍ଥା ସେଣ୍ଟ୍ରାଲ ପାର୍ଟି କମିଟି ଥୁଓଙ୍ଗଙ୍କ ନିର୍ବାଚନର ପାଖାପାଖି ୧ ବର୍ଷ ପରେ ତାଙ୍କ ଇସ୍ତଫା ସ୍ୱୀକାର କରିଛି। ୫୪ ବର୍ଷ ବୟଷ୍କ ଥୁଓଙ୍ଗ ମାର୍ଚ୍ଚ ୨୦୨୩ରେ ଦେଶର ରାଷ୍ଟ୍ରପତି ହୋଇଥିଲେ। ୧୯୭୦ ଦଶକରେ ଆଧୁନିକ ଭିଏତନାମ ଯୁଦ୍ଧରୁ ବାହାରିବା ପରେ ଥୁଓଙ୍ଗ ସର୍ବକନିଷ୍ଠ ରାଷ୍ଟ୍ରପତି ଥିଲେ। ଭିଏତନାମ ରାଷ୍ଟ୍ରପତି ପଦବୀ ଅନେକାଂଶରେ ଔପଚାରିକ ଓ ଦେଶର ରାଜନୈତିକ ପଦାନୁକ୍ରମରେ ତୃତୀୟ ସ୍ଥାନରେ ରହିଛି।
ହାନୋଇ ୨୦।୩: ଭିଏତନାମ ରାଷ୍ଟ୍ରପତି ଭୋ ୱାନ୍ ଥୁଓଙ୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଭିଏତନାମୀ କମ୍ୟୁନିଷ୍ଟ ପାର୍ଟି ୨୦ ମାର୍ଚ୍ଚ ବୁଧବାର ତାଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ଭୋ ୱାନ୍ ଥୁଓଙ୍ଗ ୧ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ରହିବା ପରେ ପଦରୁ ଇସ୍ତଫା ଦେଇଛନ୍ତି। ସରକାରୀ ଗଣମାଧ୍ୟମ ଭିଏନ ଏକ୍ସପ୍ରେସ୍ ଏହି ସୂଚନା ଦେଇଛି। ସରକାର ଏକ ବୟାନରେ କହିଛନ୍ତି ଯେ ଥୁଓଙ୍ଗ ପାର୍ଟି ନିୟମର ଉଲ୍ଲଂଘନ କରିଛନ୍ତି।
ବୟାନରେ ରାଜନୈତିକ ଉଠାପକା ସମ୍ପର୍କରେ ସଂକେତ ଦିଆଯାଇଛି, ଯାହା ଦେଶରେ ବିଦେଶୀ ନିବେଶକଙ୍କ ବିଶ୍ୱାସକୁ ଠେସ୍ ପହଞ୍ଚାଇପାରେ ବୋଲି ଆଶଙ୍କା କରାଯାଇଛି। ବୟାନରେ କୁହାଯାଇଛି ଯେ ଏପରି ନିଷ୍ପତ୍ତି ଜନତାଙ୍କ ରାୟ ଉପରେ ନକରାତ୍ମକ ପ୍ରଭାବ ପକାଇଛି। ଫଳରେ ପାର୍ଟି, ରାଜ୍ୟ ଓ ବ୍ୟକ୍ତିଗତ ଭାବେ ତାଙ୍କ ସମ୍ମାନ କ୍ଷୁର୍ଣ୍ଣ ହୋଇଛି। କମ୍ୟୁନିଷ୍ଟ ଶାସିତ ଭିଏତନାମରେ ନିଷ୍ପତ୍ତି ନେଉଥିବା ଶୀର୍ଷ ସଂସ୍ଥା ସେଣ୍ଟ୍ରାଲ ପାର୍ଟି କମିଟି ଥୁଓଙ୍ଗଙ୍କ ନିର୍ବାଚନର ପାଖାପାଖି ୧ ବର୍ଷ ପରେ ତାଙ୍କ ଇସ୍ତଫା ସ୍ୱୀକାର କରିଛି।
୫୪ ବର୍ଷ ବୟଷ୍କ ଥୁଓଙ୍ଗ ମାର୍ଚ୍ଚ ୨୦୨୩ରେ ଦେଶର ରାଷ୍ଟ୍ରପତି ହୋଇଥିଲେ। ୧୯୭୦ ଦଶକରେ ଆଧୁନିକ ଭିଏତନାମ ଯୁଦ୍ଧରୁ ବାହାରିବା ପରେ ଥୁଓଙ୍ଗ ସର୍ବକନିଷ୍ଠ ରାଷ୍ଟ୍ରପତି ଥିଲେ। ଭିଏତନାମ ରାଷ୍ଟ୍ରପତି ପଦବୀ ଅନେକାଂଶରେ ଔପଚାରିକ ଓ ଦେଶର ରାଜନୈତିକ ପଦାନୁକ୍ରମରେ ତୃତୀୟ ସ୍ଥାନରେ ରହିଛି।