ଭିଏତନାମ୍ରେ ‘ୟାଗୀ’ର ତାଣ୍ଡବ ; ୩୫ ମୃତ, ୨୦୦ରୁ ଅଧିକ ଆହତ
କନକ ବ୍ୟୁରୋ: ଭିଏତନାମରେ ସାମୁଦ୍ରିକ ବାତ୍ୟା ‘ୟାଗୀ’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭିଏତନାମରେ ଏହି ବାତ୍ୟା ଫଳରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି ଏବଂ ୨୪ଜଣ ନିଖୋଜ ମଧ୍ୟ ରହିଛନ୍ତି ବର୍ତ୍ତମାନ ସୁଦ୍ଧା ଜାରୀ ରହିଛି ସର୍ଚ୍ଚ ଅପରେସନ । ସାମୁଦ୍ରିକ ବାତ୍ୟା ୟାଗୀ ଯୋଗୁଁ ଭିଏତନାମରେ ଏବେ ୩୦ ଲକ୍ଷରୁ ଅଧିକ ଲୋକେ ବିଜୁଳି ବିନା ଅଛନ୍ତି। ବାତ୍ୟା ପାଇଁ ୪ଟି ବିମାନ ବନ୍ଦରକୁ ବନ୍ଦ କରାଯାଇଥିବା ବେଳେ ଶତାଧିକ ଉଡାଣ ବାତିଲ କରାଯାଇଛି ।ଲାଓ ସାଇର ପାର୍ବତ୍ୟ ପ୍ରଦେଶରେ ସର୍ବାଧିକ ଆହତ ହୋଇଥିବା ବେଳେ ଭୂସ୍ଖଳନରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବନ୍ୟାରେ ଜଣଙ୍କର ମୃତ୍ୟୁ ଘଟିଛି ।

କନକ ବ୍ୟୁରୋ: ଭିଏତନାମରେ ସାମୁଦ୍ରିକ ବାତ୍ୟା ‘ୟାଗୀ’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭିଏତନାମରେ ଏହି ବାତ୍ୟା ଫଳରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି ଏବଂ ୨୪ଜଣ ନିଖୋଜ ମଧ୍ୟ ରହିଛନ୍ତି ବର୍ତ୍ତମାନ ସୁଦ୍ଧା ଜାରୀ ରହିଛି ସର୍ଚ୍ଚ ଅପରେସନ ।
ସାମୁଦ୍ରିକ ବାତ୍ୟା ୟାଗୀ ଯୋଗୁଁ ଭିଏତନାମରେ ଏବେ ୩୦ ଲକ୍ଷରୁ ଅଧିକ ଲୋକେ ବିଜୁଳି ବିନା ଅଛନ୍ତି। ବାତ୍ୟା ପାଇଁ ୪ଟି ବିମାନ ବନ୍ଦରକୁ ବନ୍ଦ କରାଯାଇଥିବା ବେଳେ ଶତାଧିକ ଉଡାଣ ବାତିଲ କରାଯାଇଛି ।ଲାଓ ସାଇର ପାର୍ବତ୍ୟ ପ୍ରଦେଶରେ ସର୍ବାଧିକ ଆହତ ହୋଇଥିବା ବେଳେ ଭୂସ୍ଖଳନରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବନ୍ୟାରେ ଜଣଙ୍କର ମୃତ୍ୟୁ ଘଟିଛି ।