ଭିଏଲ୍‌ଡବ୍ଲ୍ୟୁଙ୍କୁ ୨ ବର୍ଷ ଜେଲ

ଭୁବନେଶ୍ୱର,୧୯।୧୨ (ସତ୍ୟଜିତ୍‌ ରାଉତ): ଇନ୍ଦିରା ଆବାସର ବିଲ୍‌ କରିଦେବାକୁ ଲାଞ୍ଚ ନେବା ମାମଲାରେ ଭୁବନେଶ୍ୱର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଥିବା ବର୍ତ୍ତମାନର ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ର ଭିଏଲ୍‌ଡବ୍ଲ୍ୟୁ ଅଶୋକ କୁମାର ପାଟସାଆଣୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଶୋକଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ସେ ଅଧିକ ୧୦ ମାସ ଜେଲଦଣ୍ଡ ଭୋଗିବେ ବୋଲି ବିଚାରପତି ସସ୍ମିତା ପାଢ଼ୀ […] The post ଭିଏଲ୍‌ଡବ୍ଲ୍ୟୁଙ୍କୁ ୨ ବର୍ଷ ଜେଲ appeared first on Dharitri Odia News.

ଭିଏଲ୍‌ଡବ୍ଲ୍ୟୁଙ୍କୁ ୨ ବର୍ଷ ଜେଲ

ଭୁବନେଶ୍ୱର,୧୯।୧୨ (ସତ୍ୟଜିତ୍‌ ରାଉତ): ଇନ୍ଦିରା ଆବାସର ବିଲ୍‌ କରିଦେବାକୁ ଲାଞ୍ଚ ନେବା ମାମଲାରେ ଭୁବନେଶ୍ୱର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଥିବା ବର୍ତ୍ତମାନର ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ର ଭିଏଲ୍‌ଡବ୍ଲ୍ୟୁ ଅଶୋକ କୁମାର ପାଟସାଆଣୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଶୋକଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ସେ ଅଧିକ ୧୦ ମାସ ଜେଲଦଣ୍ଡ ଭୋଗିବେ ବୋଲି ବିଚାରପତି ସସ୍ମିତା ପାଢ଼ୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

୨୦୧୧ରେ ଅଶୋକ ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ହୀରାପୁର ଓ ବୋତଳମା ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ (ଭିଏଲ୍‌ଡବ୍ଲ୍ୟୁ) ଥିବାବେଳେ ଇନ୍ଦିରା ଆବାସ ବିଲ୍‌ କରାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦୋଳଗୋବିନ୍ଦ ମାଝୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଥିଲେ। ଦୋଳଗୋବିନ୍ଦଙ୍କୁ ୩ଟି କିସ୍ତିରେ ୪୫ ହଜାର ଟଙ୍କା ମିଳିବାର ଥିଲା। ପ୍ରଥମ କିସ୍ତି ବିଲ୍‌ ପାସ୍‌ କରାଇବାକୁ ଅଶୋକ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୧ ହଜାର ନେବାକୁ କଥା ଛିଡ଼ିଥିଲା।

ଏନେଇ ୨୦୧୧ ମେ’ ୪ରେ ଦୋଳଗୋବିନ୍ଦ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ମେ’୫ରେ ଲାଞ୍ଚ ଟଙ୍କା ଗ୍ରହଣ ବେଳେ ଭିଜିଲାନ୍ସ ଟିମ୍‌ ହାତରେ ଅଶୋକ ଧରାପଡିଥିଲେ। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୨୯/୨୦୧୧) ରୁଜୁ କରାଯାଇ ଅଶୋକଙ୍କୁ ଗିରଫ କରାଯାଇଥିଲା। ସେ ଜେଲ ଯାଇ ଜାମିନରେ ମୁକୁଳିଥିଲେ। କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରାଯିବା ପରେ ୨୦୧୨ରୁ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୯ଜଣଙ୍କ ସାକ୍ଷ୍ୟ ଏବଂ ଅନ୍ୟ ଦସ୍ତାବିଜ୍‌ ଆଧାରରେ ବିଚାରପତି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ କାମଦେବ ତ୍ରିପାଠୀ ପରିଚାଳନା କରୁଥିଲେ। ଅଶୋକଙ୍କୁ ଚାକିରିରୁ ବହିଷ୍କୃତ କରିବାକୁ କମ୍ପିଟେଣ୍ଟ ଅଥରିଟିକୁ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

The post ଭିଏଲ୍‌ଡବ୍ଲ୍ୟୁଙ୍କୁ ୨ ବର୍ଷ ଜେଲ appeared first on Dharitri Odia News.