ଭିକମପାଲିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଝାରସୁଗୁଡା ୨୭/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରା ଯାଇଥିଲା । ଉକ୍ତ ଶିବିରରେ ମୋଟ ୨୭୫ ଜଣ ଭିନ୍ନକ୍ଷମ ପଞ୍ଜୀକରଣ କରିଥିବା ବେଳେ ୧୮୨ ଜଣଙ୍କୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡ଼ାକ୍ତର ଯାଞ୍ଚ କରିଥିଲେ । ସେମାନଙ୍କ ମଧ୍ୟରୁ […] The post ଭିକମପାଲିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର appeared first on Odisha.News.

ଝାରସୁଗୁଡା ୨୭/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରା ଯାଇଥିଲା । ଉକ୍ତ ଶିବିରରେ ମୋଟ ୨୭୫ ଜଣ ଭିନ୍ନକ୍ଷମ ପଞ୍ଜୀକରଣ କରିଥିବା ବେଳେ
୧୮୨ ଜଣଙ୍କୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡ଼ାକ୍ତର ଯାଞ୍ଚ କରିଥିଲେ । ସେମାନଙ୍କ ମଧ୍ୟରୁ ଅସ୍ଥିଶଲ୍ୟ ୭୩ ଜଣ,ଦୃଷ୍ଟି ବାଧିତ ୩୨ ଜଣ,
ଶ୍ରବଣ ବାଧିତ ୫୦ ଜଣ,ରକ୍ତ ଶିକୁଲି -୪ ଜଣ ଏବଂ ମାନସିକ ଅନଗ୍ରସର ୨୩ ଜଣଙ୍କୁ ପରୀକ୍ଷା କରା ଯାଇଥିଲା । ଏହା ବ୍ୟତୀତ
ମଧୁବାବୁ ପେନସନ, ଡି ଆର ଆଇ ଲୋନ,ବସ ପାସ ସେବା ଓ ଅନ୍ୟାନ୍ୟ ସୁବିଧା ପାଇଁ ମଧ୍ୟ ଭିନ୍ନକ୍ଷମ ବ୍ୟକ୍ତି ମାନେ ପଞ୍ଜୀକରଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ,ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ,ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ପଲସଦା ସରପଞ୍ଚ ତନୟା ଚାନ୍ଦଙ୍କ ସମେତ ବିଏସଏସଓ ଶାନ୍ତି ରଞ୍ଜନ ଦାଶ,ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଜୌସ୍ନା ରାଉଡ଼ିଆ ତଥା ବ୍ଲକ ସ୍ତରୀୟ ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।
The post ଭିକମପାଲିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର appeared first on Odisha.News.