ଭିକି କୌଶଲଙ୍କ ‘ଛାବା’ ଦେଖିବେ ପ୍ରଧାନମନ୍ତ୍ରୀ , ସଂସଦରେ ହେବ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ
ବଲିଉଡର ରାଇଜିଂ ସୁପରଷ୍ଟାର ବିକି କୌଶଲ। ତାଙ୍କ ଫିଲ୍ମ ଛାବା ରିଲିଜ ହେବାର ୪୦ ଦିନ ପୂରା ହେବାକୁ ଯାଉଛି। ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ମଧ୍ୟ ସାରା ବିଶ୍ଵରେ ପ୍ରାୟ ୮୦୦ କୋଟିରେ ପହଞ୍ଚିବ। ଫିଲ୍ମର ଏବେ ବି କ୍ରେଜ୍ ଅଛି ଓ ସିନେମା ଘରେ ଧମାଲ କରୁଛି। ବର୍ତ୍ତମାନ ଏହି ଫିଲ୍ମର ସ୍କ୍ରିନିଂ ସଂସଦ ଗୃହରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଡିସେମ୍ବର ୨୦୨୪ରେ ଫିଲ୍ମ ସାବରମତି ରିପୋର୍ଟ ମଧ୍ୟ ସଂସଦରେ ପ୍ରଦର୍ଶିତ ହୋଇଥିଲା। ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ପିଏମ ମୋଦି ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟ୍ୱିଟରରେ ଫିଲ୍ମ ବିଷୟରେ ପୋଷ୍ଟ କରିଥିଲେ।ଭିକି ଲୌଶଲ ଏବଂ ରଶ୍ମିକା ମନ୍ଦନାଙ୍କ ଚଳଚ୍ଚିତ୍ର ଛାବା ଗୁରୁବାର ଦିନ ବାଲଯୋଗୀ ଅଡିଟୋରିୟମରେ ସ୍ଥିତ ସଂସଦ ଲାଇବ୍ରେରୀ ବିଲଡିଂରେ ପ୍ରଦର୍ଶିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ସ୍କ୍ରିନିଂରେ ସାମିଲ ହେବେ। କେବଳ ଏତିକି ନୁହେଁ, ସମ୍ଭାଜି ଭୂମିକାରେ ଅଭିନୟ କରୁଥିବା ଭିକିଙ୍କ ସମେତ ଛାଭାର ସମସ୍ତ କାଷ୍ଟ ଏବଂ କ୍ରୁମାନେ ମଧ୍ୟ ସାମିଲ ହୋଇପାରନ୍ତି। ଏହି ଫିଲ୍ମ ୨୭ ମାର୍ଚ୍ଚ ୨୦୨୫ ରେ ପ୍ରଦର୍ଶିତ ହେବ ।ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ପ୍ରଶଂସାପ୍ରଧାନମନ୍ତ୍ରୀ ଭିକି କୌଶଲଙ୍କ ଫିଲ୍ମ ଛାବା ଦେଖିବେ । ଏହା ପୂର୍ବରୁ ମଧ୍ୟ ସେ ଫିଲ୍ମକୁ ପ୍ରଶଂସା କରିଥିଲେ। ଦେଶର ରାଜଧାନୀ ଦିଲ୍ଲୀରେ
ବଲିଉଡର ରାଇଜିଂ ସୁପରଷ୍ଟାର ବିକି କୌଶଲ। ତାଙ୍କ ଫିଲ୍ମ ଛାବା ରିଲିଜ ହେବାର ୪୦ ଦିନ ପୂରା ହେବାକୁ ଯାଉଛି। ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ମଧ୍ୟ ସାରା ବିଶ୍ଵରେ ପ୍ରାୟ ୮୦୦ କୋଟିରେ ପହଞ୍ଚିବ। ଫିଲ୍ମର ଏବେ ବି କ୍ରେଜ୍ ଅଛି ଓ ସିନେମା ଘରେ ଧମାଲ କରୁଛି। ବର୍ତ୍ତମାନ ଏହି ଫିଲ୍ମର ସ୍କ୍ରିନିଂ ସଂସଦ ଗୃହରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଡିସେମ୍ବର ୨୦୨୪ରେ ଫିଲ୍ମ ସାବରମତି ରିପୋର୍ଟ ମଧ୍ୟ ସଂସଦରେ ପ୍ରଦର୍ଶିତ ହୋଇଥିଲା। ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ପିଏମ ମୋଦି ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟ୍ୱିଟରରେ ଫିଲ୍ମ ବିଷୟରେ ପୋଷ୍ଟ କରିଥିଲେ।

ଭିକି ଲୌଶଲ ଏବଂ ରଶ୍ମିକା ମନ୍ଦନାଙ୍କ ଚଳଚ୍ଚିତ୍ର ଛାବା ଗୁରୁବାର ଦିନ ବାଲଯୋଗୀ ଅଡିଟୋରିୟମରେ ସ୍ଥିତ ସଂସଦ ଲାଇବ୍ରେରୀ ବିଲଡିଂରେ ପ୍ରଦର୍ଶିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ସ୍କ୍ରିନିଂରେ ସାମିଲ ହେବେ। କେବଳ ଏତିକି ନୁହେଁ, ସମ୍ଭାଜି ଭୂମିକାରେ ଅଭିନୟ କରୁଥିବା ଭିକିଙ୍କ ସମେତ ଛାଭାର ସମସ୍ତ କାଷ୍ଟ ଏବଂ କ୍ରୁମାନେ ମଧ୍ୟ ସାମିଲ ହୋଇପାରନ୍ତି। ଏହି ଫିଲ୍ମ ୨୭ ମାର୍ଚ୍ଚ ୨୦୨୫ ରେ ପ୍ରଦର୍ଶିତ ହେବ ।
ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ପ୍ରଶଂସା
ପ୍ରଧାନମନ୍ତ୍ରୀ ଭିକି କୌଶଲଙ୍କ ଫିଲ୍ମ ଛାବା ଦେଖିବେ । ଏହା ପୂର୍ବରୁ ମଧ୍ୟ ସେ ଫିଲ୍ମକୁ ପ୍ରଶଂସା କରିଥିଲେ। ଦେଶର ରାଜଧାନୀ ଦିଲ୍ଲୀରେ ଅଲ ଇଣ୍ଡିଆ ମରାଠୀ ସାହିତ୍ୟ ସମ୍ମିଳନ ସମୟରେ ସେ କହିଥିଲେ - 'ମହାରାଷ୍ଟ୍ର ଏବଂ ମୁମ୍ବାଇ ହିଁ ମରାଠୀ ସିନେମା ଏବଂ ହିନ୍ଦୀ ସିନେମାକୁ ନୂଆ ଉଚ୍ଚତା ଦେଇଛି। ବର୍ତ୍ତମାନ ଛାବାର କ୍ରେଜ୍ ବଢିଛି ।
ଫିଲ୍ମ ବିଷୟରେ କହିବାକୁ ଗଲେ ଏହାକୁ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୩୮ ଦିନ ମଧ୍ୟରେ ଭାରତରେ ୫୮୩.୨୫ କୋଟି ଟଙ୍କା ସଂଗ୍ରହ କରିଛି। ବିଶ୍ୱବ୍ୟାପୀ କଲେକସନ ବିଷୟରେ କହିବାକୁ ଗଲେ ତେବେ ଫିଲ୍ମ ୭୮୫.୫୦ କୋଟି ଟଙ୍କା ରୋଜଗାର କରିଛି ।ଏହି ଫିଲ୍ମ ୮୦୦ କୋଟି ଟଙ୍କା ସଂଗ୍ରହ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।