ଭିଜିଲାନ୍ସ କୋର୍ଟରେ ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ
ଭୁବନେଶ୍ୱର: ORHDC ଦୁର୍ନୀତି ମାମଲା। ଭିଜିଲାନ୍ସ କୋର୍ଟରେ ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ IAS ବିନୋଦ କୁମାର ପୁଣି ଦୋଷୀ... The post ଭିଜିଲାନ୍ସ କୋର୍ଟରେ ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ appeared first on .
ଭୁବନେଶ୍ୱର: ORHDC ଦୁର୍ନୀତି ମାମଲା। ଭିଜିଲାନ୍ସ କୋର୍ଟରେ ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ IAS ବିନୋଦ କୁମାର ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ସହ ୫ ପୂର୍ବତନ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବତନ କମ୍ପାନୀ ସେକ୍ରେଟାରୀ ଶାଶ୍ୱତୀ ରଂଜନ ମହାପାତ୍ର, ପୂର୍ବତନ ଆକାଉଣ୍ଟ ଅଫିସର ପ୍ରଦୀପ କୁମାର ରାଉତ, ପୂର୍ବତନ ଜୁନିଅର ଲୋନ ଅଫିସର ସତ୍ୟପ୍ରକାଶ ବେହେରା, ସହକାରୀ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସମସ୍ତଙ୍କୁ ୩ବର୍ଷ ଲେଖାଏଁ ଜେଲ ଓ ୫୦ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ବିନୋଦ କୁମାରଙ୍କ ସହ ୫ ପୂର୍ବତନ କର୍ମଚାରୀ ନିଜ ପଦର ଦୁରୂପଯୋଗ କରି ଋଣ ଦେଇଥିଲେ। ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଋଣ ଅର୍ଥ ବେଆଇନ ଭାବେ ସୀତାରା ବିଲ୍ଡକନ ପ୍ରା. ଲିଃ.କୁ ଦିଆଯାଇଥିଲା।
The post ଭିଜିଲାନ୍ସ କୋର୍ଟରେ ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ appeared first on .