ଭିଜିଲାନ୍ସ ଜାଲରେ ଗାଙ୍ଗପୁର ଆର ଆଇ ପ୍ରଦୀପ ଗୌଡ଼,7000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ,

ବେଲଗୁଣ୍ଠା, 25/06, ଆଜି ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁ୍ଥିବା ବେଳେ ଭିଜିଲାନ୍ସ୍ ଟିମ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ଗାଙ୍ଗପୁର ରଜସ୍ଵ ନୀରିକ୍ଷକ ପ୍ରଦୀପ କୁମାର ଗୌଡ଼ I ସୁଚନା ପ୍ରକାରେ ଗାଙ୍ଗପୁର ଆର୍.ଆଇ ପ୍ରଦୀପ କୁମାର ଗୌଡ଼ ଜଣେ ବ୍ୟକ୍ତିଙ୍କ ପ୍ରପର୍ଟି ଭେଲ୍ୟୁଏସନ୍ ଏନକ୍ୱାରୀ ରିପୋର୍ଟକୁ ଦାଖଲ କରିବା ପାଇଁ ସାତ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଵ୍ରହ୍ମପୁର ଭିଜିଲାନ୍ସ୍ ନିକଟରେ ଅଭିଯୋଗ ହୋଇଥିଲା I ଏନେଇ […] The post ଭିଜିଲାନ୍ସ ଜାଲରେ ଗାଙ୍ଗପୁର ଆର ଆଇ ପ୍ରଦୀପ ଗୌଡ଼,7000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ, appeared first on Odisha.News.

ଭିଜିଲାନ୍ସ ଜାଲରେ ଗାଙ୍ଗପୁର ଆର ଆଇ ପ୍ରଦୀପ ଗୌଡ଼,7000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ,

ବେଲଗୁଣ୍ଠା, 25/06, ଆଜି ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁ୍ଥିବା ବେଳେ ଭିଜିଲାନ୍ସ୍ ଟିମ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ଗାଙ୍ଗପୁର ରଜସ୍ଵ ନୀରିକ୍ଷକ ପ୍ରଦୀପ କୁମାର ଗୌଡ଼ I ସୁଚନା ପ୍ରକାରେ ଗାଙ୍ଗପୁର ଆର୍.ଆଇ ପ୍ରଦୀପ କୁମାର ଗୌଡ଼ ଜଣେ ବ୍ୟକ୍ତିଙ୍କ ପ୍ରପର୍ଟି ଭେଲ୍ୟୁଏସନ୍ ଏନକ୍ୱାରୀ ରିପୋର୍ଟକୁ ଦାଖଲ କରିବା ପାଇଁ ସାତ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଵ୍ରହ୍ମପୁର ଭିଜିଲାନ୍ସ୍ ନିକଟରେ ଅଭିଯୋଗ ହୋଇଥିଲା I ଏନେଇ ଆଜି ପୂର୍ବ ପ୍ରସ୍ତୁତି ମୁତାବକ ଶ୍ରୀ ଗୌଡ଼ଙ୍କ ଖେତ୍ରିୟବରପୁର କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ତାଙ୍କ ଠାରୁ ନଗଦ ସାତ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ ଟିମ I ଏନେଇ ବ୍ରହ୍ମପୁର ଭିଜିଲାନ୍ସ୍ ରେ 09/24 ରେ ଏକ ମାମଲା ରୁଜୁ ହେବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି I ଭିଜିଲାନ୍ସ୍ ଟିମ୍ ପ୍ରଦୀପ ଗୌଡ଼ଙ୍କ ଭଞ୍ଜନଗର ବ୍ଳକ୍ ଜିଲୁଣ୍ଡି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି I

The post ଭିଜିଲାନ୍ସ ଜାଲରେ ଗାଙ୍ଗପୁର ଆର ଆଇ ପ୍ରଦୀପ ଗୌଡ଼,7000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ, appeared first on Odisha.News.