ଭିଜିଲାନ୍ସ ଜାଲରେ ଗିରଫ ହେଲେ ଚନ୍ଦନପୁର ଏଆରଆଇ, ଜବତ ହେଲା ୫୧ ହଜାର ଟଙ୍କା
ପୁରୀ: ଭିଜିଲାନ୍ସ ଜାଲରେ ଚନ୍ଦନପୁର ଏଆରଆଇ । ପୁରୀ ଜିଲ୍ଲା ପୁରୀ ତହସିଲ ଅନ୍ତର୍ଗତ ଚନ୍ଦନପୁର ଆରଆଇ ଅଫିସରେ କାର୍ଯ୍ୟରତ ଏଆରଆଇ ପବିତ୍ର କୁମାର କାଣ୍ଡି ଙ୍କୁ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗିରଫ ବେଳେ ତାଙ୍କ ଠାରୁ ନଗଦ ୫୧ହଜାର ଟଙ୍କା ଜବତ କରାଯାଇଛି । ଚାଷ ଜମିର କିସମ ପରିବର୍ତନ କରାଇଦେବା ପାଇଁ ଚନ୍ଦନପୁର ଅଞ୍ଚଳର ବଦ୍ରି ନାରାୟଣ ହାତିଙ୍କ ଠାରୁ ୫୧ହଜାର ଟଙ୍କା ପିସି […] The post ଭିଜିଲାନ୍ସ ଜାଲରେ ଗିରଫ ହେଲେ ଚନ୍ଦନପୁର ଏଆରଆଇ, ଜବତ ହେଲା ୫୧ ହଜାର ଟଙ୍କା appeared first on KNews Odisha.

ପୁରୀ: ଭିଜିଲାନ୍ସ ଜାଲରେ ଚନ୍ଦନପୁର ଏଆରଆଇ । ପୁରୀ ଜିଲ୍ଲା ପୁରୀ ତହସିଲ ଅନ୍ତର୍ଗତ ଚନ୍ଦନପୁର ଆରଆଇ ଅଫିସରେ କାର୍ଯ୍ୟରତ ଏଆରଆଇ ପବିତ୍ର କୁମାର କାଣ୍ଡି ଙ୍କୁ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗିରଫ ବେଳେ ତାଙ୍କ ଠାରୁ ନଗଦ ୫୧ହଜାର ଟଙ୍କା ଜବତ କରାଯାଇଛି ।
ଚାଷ ଜମିର କିସମ ପରିବର୍ତନ କରାଇଦେବା ପାଇଁ ଚନ୍ଦନପୁର ଅଞ୍ଚଳର ବଦ୍ରି ନାରାୟଣ ହାତିଙ୍କ ଠାରୁ ୫୧ହଜାର ଟଙ୍କା ପିସି ନେଇଥିଲେ, ତେବେ ଅଭିଯୋଗ ପାଇ ରାଜ୍ୟ ଭିଜିଲାନ୍ସ ୩ଟି ସ୍ଥାନରେ ଚଢାଉ କରି ଉକ୍ତ ଏଆରଆଇଙ୍କୁ ନିଜ ହେପାଜତକୁ ନେବା ସହିତ ତାଙ୍କ ଠାରୁ ୫୧ହଜାର ଟଙ୍କ ଜବତ କରିଥିବା ସୂଚନା ରହିଛି । ଏଥି ସହିତ ୧୨/୨୦୨୪ରେ ଏକ କେସ ରେଜିଷ୍ଟ୍ରର କରି ଭିଜିଲାନ୍ସ ଥାନା ଉକ୍ତ ଏଆରଆଇଙ୍କୁ ଗିରଫ କରିଥିବା ଦେଖିବାକୁ ମିଳିଛି ।
The post ଭିଜିଲାନ୍ସ ଜାଲରେ ଗିରଫ ହେଲେ ଚନ୍ଦନପୁର ଏଆରଆଇ, ଜବତ ହେଲା ୫୧ ହଜାର ଟଙ୍କା appeared first on KNews Odisha.