ଭିଜିଲାନ୍ସ ଜାଲରେ ଜିଓଲୋଜିଷ୍ଟ
ବଲାଙ୍ଗୀର : ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଓଲୋଜିଷ୍ଟ । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ବଲାଙ୍ଗୀର ଭୂତଳ ଜଳ ବିକାଶ ବିଭାଗରେ କାର୍ଯ୍ୟରତ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ। ସୂଚନାନୁସାରେ,ବୁଧୁବାର ଦିନ ଅଂଶୁମାନ ନାୟକ ବର୍ଷାଜଳ ସଂରକ୍ଷଣ କାମର ବିଲ କରିବା ପାଇଁ ଜଣେ ଠିକାଦାରଙ୍କୁ ୫୦ ହଜାର ଲାଞ୍ଚ ମାଗିଥିଲେ । ଏବାବଦରେ ପ୍ରଥମେ ୧୦ ହଜାରନେଇଥିଲେ । ତେବେ ଆଉ ୪୦ ହଜାର ଟଙ୍କା ଦେଲା ପରେ ବିଲ୍ ପାସ୍ […]

ବଲାଙ୍ଗୀର : ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଓଲୋଜିଷ୍ଟ । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ବଲାଙ୍ଗୀର ଭୂତଳ ଜଳ ବିକାଶ ବିଭାଗରେ କାର୍ଯ୍ୟରତ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକ।
ସୂଚନାନୁସାରେ,ବୁଧୁବାର ଦିନ ଅଂଶୁମାନ ନାୟକ ବର୍ଷାଜଳ ସଂରକ୍ଷଣ କାମର ବିଲ କରିବା ପାଇଁ ଜଣେ ଠିକାଦାରଙ୍କୁ ୫୦ ହଜାର ଲାଞ୍ଚ ମାଗିଥିଲେ । ଏବାବଦରେ ପ୍ରଥମେ ୧୦ ହଜାରନେଇଥିଲେ । ତେବେ ଆଉ ୪୦ ହଜାର ଟଙ୍କା ଦେଲା ପରେ ବିଲ୍ ପାସ୍ କରିବାକୁ ପାଇଁ କହିଥିଲେ। ଯାହା ପରେ ଠିକାଦାର ଜଣଙ୍କ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଠିକାଦାର ଜଣଙ୍କ ଜିଓଲୋଜିଷ୍ଟ ଅସୀମ ଅଂଶୁମାନ ନାୟକଙ୍କ ୪୦ ହଜାର ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହା ସହ ଅଂଶୁମାନଙ୍କ ସମ୍ବଲପୁର ଘର ଓ ବଲାଙ୍ଗୀର ଅଫିସରେ ଭିଜିଲାନ୍ସର ଛାନଭିନ ଜାରି ରଖିଛି ।