ଭିଜିଲାନ୍ସ ଜାଲରେ ଜେଇ ଓ ଠିକାଦାର, ଲାଞ୍ଚ ନେବାବେଳେ ଧରିଲା ନୟାଗଡ ଭିଜିଲାନ୍ସ

ନୟାଗଡ ୧୬।୩: ଭିଜିଲାନ୍ସ ଜାଲରେ ନୟାଗଡ ଉଠାଜଳସେଚନ ବିଭାଗ ଜେଇ ଗୋପବନ୍ଧୁ ବୋଇତୋଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ବୋରୱେଲ୍ ଖୋଳିବା ପାଇଁ ଠିକାଦାରଙ୍କ ମାଧ୍ୟମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ନୟାଗଡ ଭିଜିଲାନ୍ସ । ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ଚାଷୀ ମନୋରଞ୍ଜନ ଦାସ ନିଜ ଜମିରେ ବୋରୱେଲ୍ ଖୋଳିବା ପାଇଁ ନୟାଗଡ ଉଠାଜଳସେଚନ ବିଭାଗରେ ଆବେଦନ କରିଥିଲେ । ଏଥିପାଇଁ  ବିଭାଗୀୟ ଅନୁମତି ମିଳିବା ପରେ ମନୋରଞ୍ଜନ ୨୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ବୋରୱେଲ୍ ଖୋଳିବା ପାଇଁ   ଠିକାଦାର ଶ୍ରୀକାନ୍ତଙ୍କ ମାଧ୍ୟମରେ ମନୋରଞ୍ଜନଙ୍କୁ ଜେଇ ଗୋପବନ୍ଧୁ  ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମନୋରଞ୍ଜନ ନୟାଗଡ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଶନିବାର ଜେଇଙ୍କ ଅଫିସରେ ମନୋରଞ୍ଜନଙ୍କ ଠାରୁ ଠିକାଦାର ଶ୍ରୀକାନ୍ତ ୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଲା । ଭିଜିଲାନ୍ସ ୯  ହଜାର ଟଙ୍କା ଜବତ କରିବା ସହ ଉଭୟ ଜେଇ ଏବଂ ଠିକାଦାରଙ୍କୁ ଗିରଫ କରିଛି । ଜେଇ ଗୋପବନ୍ଧୁଙ୍କ ଅଫିସ, ନୟାଗଡର ଭଡାଘର ଏବଂ ଯାଜପୁରର ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।You Can Read :ଟିଟଲାଗଡ଼ ସବ୍ ଜେଲ୍‌ରୁ କଏଦୀ ଫେରାର ଘଟଣାରେ ନୂଆ ଟୁଇଷ୍ଟ, ଫେରାର ପୂର୍ବରୁ ଭୋଜିଭାତର ଫଟୋ ଭାଇରାଲ୍

ଭିଜିଲାନ୍ସ ଜାଲରେ ଜେଇ ଓ ଠିକାଦାର, ଲାଞ୍ଚ ନେବାବେଳେ ଧରିଲା ନୟାଗଡ ଭିଜିଲାନ୍ସ

ନୟାଗଡ ୩: ଭିଜିଲାନ୍ସ ଜାଲରେ ନୟାଗଡ ଉଠାଜଳସେଚନ ବିଭାଗ ଜେଇ ଗୋପବନ୍ଧୁ ବୋଇତୋଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ବୋରୱେଲ୍ ଖୋଳିବା ପାଇଁ ଠିକାଦାରଙ୍କ ମାଧ୍ୟମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ନୟାଗଡ ଭିଜିଲାନ୍ସ । 

ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ଚାଷୀ ମନୋରଞ୍ଜନ ଦାସ ନିଜ ଜମିରେ ବୋରୱେଲ୍ ଖୋଳିବା ପାଇଁ ନୟାଗଡ ଉଠାଜଳସେଚନ ବିଭାଗରେ ଆବେଦନ କରିଥିଲେ । ଏଥିପାଇଁ  ବିଭାଗୀୟ ଅନୁମତି ମିଳିବା ପରେ ମନୋରଞ୍ଜନ ୨୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ବୋରୱେଲ୍ ଖୋଳିବା ପାଇଁ   ଠିକାଦାର ଶ୍ରୀକାନ୍ତଙ୍କ ମାଧ୍ୟମରେ ମନୋରଞ୍ଜନଙ୍କୁ ଜେଇ ଗୋପବନ୍ଧୁ  ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମନୋରଞ୍ଜନ ନୟାଗଡ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଶନିବାର ଜେଇଙ୍କ ଅଫିସରେ ମନୋରଞ୍ଜନଙ୍କ ଠାରୁ ଠିକାଦାର ଶ୍ରୀକାନ୍ତ ୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଲା । ଭିଜିଲାନ୍ସ ୯  ହଜାର ଟଙ୍କା ଜବତ କରିବା ସହ ଉଭୟ ଜେଇ ଏବଂ ଠିକାଦାରଙ୍କୁ ଗିରଫ କରିଛି । ଜେଇ ଗୋପବନ୍ଧୁଙ୍କ ଅଫିସ, ନୟାଗଡର ଭଡାଘର ଏବଂ ଯାଜପୁରର ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

You Can Read :

ଟିଟଲାଗଡ଼ ସବ୍ ଜେଲ୍‌ରୁ କଏଦୀ ଫେରାର ଘଟଣାରେ ନୂଆ ଟୁଇଷ୍ଟ, ଫେରାର ପୂର୍ବରୁ ଭୋଜିଭାତର ଫଟୋ ଭାଇରାଲ୍