ଭିଜିଲାନ୍ସ ଜାଲରେ ଡାକ୍ତର
ଭୁବନେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର । ବୈପାରୀଗୁଡା ସିଏଚ୍ସି ମେଡିକାଲ ଅଧିକାରୀ ଡାକ୍ତର ବିଶ୍ୱଜିତ୍ ଭୂୟାଁ ଶୁକ୍ରବାର ଧରାପଡିଛନ୍ତି । ବକେୟା ଦରମା କରାଇ ଦେବାକୁ କହି ୪୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ମେଡିକାଲ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି । ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଚଢାଉ ସହ ଘଟଣାର ତଦନ୍ତ ଜାରି ରହିଛି । ସେହିଭଳି ଭିଜିଲାନ୍ସ ଜାଲରେ […]

ଭୁବନେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର । ବୈପାରୀଗୁଡା ସିଏଚ୍ସି ମେଡିକାଲ ଅଧିକାରୀ ଡାକ୍ତର ବିଶ୍ୱଜିତ୍ ଭୂୟାଁ ଶୁକ୍ରବାର ଧରାପଡିଛନ୍ତି । ବକେୟା ଦରମା କରାଇ ଦେବାକୁ କହି ୪୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ମେଡିକାଲ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି । ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଚଢାଉ ସହ ଘଟଣାର ତଦନ୍ତ ଜାରି ରହିଛି । ସେହିଭଳି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ର ଫାର୍ମାସିଷ୍ଟ ଉତ୍ତମ ମହାକୁଡ । ଡାକ୍ତର ଭୂୟାଁଙ୍କ ୩ଟି ସ୍ଥାନରେ ଏବଂ ଫାର୍ମାସିଷ୍ଟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।