ଭିଜିଲାନ୍ସ ଜାଲରେ ତହସିଲ କନିଷ୍ଠ କିରାଣି; ୨୦ ହଜାର ଟଙ୍କା ନେଉଥିବା ବେଳେ ଧରାପଡ଼ିଲେ
କନକ ବ୍ୟୁରୋ : ପୁଣି ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ତହସିଲ କନିଷ୍ଠ କିରାଣି ଗୋଲେଖ ବିହାରୀ ନାଏକ । ଜମି ଚିହ୍ନଟ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି ଭିଜିଲାନ୍ସ ବିଭାଗ । ମଶବିରା ଗାଁର ଅନନ୍ତ ପ୍ରଧାନଙ୍କ ଜମି ଚିହ୍ନଟ ପାଇଁ ଲେଫ୍ରିପଡା ତହସିଲକୁ ଯାଇଥିଲେ । ସେଠାରେ କନିଷ୍ଠ କିରାଣି ଗୋଲେଖ ବିହାରୀ ନାଏକ କାମ କରାଇଦେବା ବଦଳରେ ଟଙ୍କା ମାଗିଥିଲେ । ତେବେ ଅନନ୍ତଙ୍କ ଠାରୁ ୨୦ ହଜାର ଟଙ୍କା ନେଲା ବେଳେ ଛକି ବସିଥିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଭିଜିଲାନ୍ସ ଟିମ ଚଢାଉ କରି କନିଷ୍ଠ କିରାଣିଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି ।