ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୮ ହଜାର ଟଙ୍କା ଜବତ
ଜଗତସିଂହପୁର : ଭିଜିଲାନ୍ସ ହାତରେ ଗିରଫ ହେଲେ ଲାଞ୍ଚଖୋର କୁଜଙ୍ଗ ଥାନାର ସବଇନ୍ସପେକ୍ଟର ବିବେକାନନ୍ଦ ସାହୁ । ସୁଚନା ମୁତାବକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାର ସବଇନ୍ସପେକ୍ଟର ବିବେକାନନ୍ଦ ସାହୁ । ଯାହାଙ୍କ ନାମରେ ବହୁତ ଅଭିଯୋଗ ହୋଇଆସୁଥିଲା । କିଛି ବର୍ଷ ତଳେ ନାଉଗାଁ ଥାନାରେ କାର୍ଯ୍ୟ କରୁଥିବା ବେଳେ ନାଉଗାଁ ଅଞ୍ଚଳରେ ଚୋରି ଡକାୟତି ବେଶ ଧୁମଧାମରେ ଚାଲିଥିଲା। ଅନ୍ୟପକ୍ଷରେ ୨୦୨୦ ମସିହା ଅକ୍ଟୋବର ମାସରେ ନାଉଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ପୋଲିସ ବାବୁଜଣଙ୍କ […] The post ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୮ ହଜାର ଟଙ୍କା ଜବତ appeared first on KNews Odisha.

ଜଗତସିଂହପୁର : ଭିଜିଲାନ୍ସ ହାତରେ ଗିରଫ ହେଲେ ଲାଞ୍ଚଖୋର କୁଜଙ୍ଗ ଥାନାର ସବଇନ୍ସପେକ୍ଟର ବିବେକାନନ୍ଦ ସାହୁ । ସୁଚନା ମୁତାବକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାର ସବଇନ୍ସପେକ୍ଟର ବିବେକାନନ୍ଦ ସାହୁ । ଯାହାଙ୍କ ନାମରେ ବହୁତ ଅଭିଯୋଗ ହୋଇଆସୁଥିଲା । କିଛି ବର୍ଷ ତଳେ ନାଉଗାଁ ଥାନାରେ କାର୍ଯ୍ୟ କରୁଥିବା ବେଳେ ନାଉଗାଁ ଅଞ୍ଚଳରେ ଚୋରି ଡକାୟତି ବେଶ ଧୁମଧାମରେ ଚାଲିଥିଲା।
ଅନ୍ୟପକ୍ଷରେ ୨୦୨୦ ମସିହା ଅକ୍ଟୋବର ମାସରେ ନାଉଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ପୋଲିସ ବାବୁଜଣଙ୍କ ସସପେଣ୍ଡ ହୋଇଥିଲେ । ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ପରେ ତାଙ୍କୁ ବାଲିକୁଦା ଥାନାକୁ ବଦଳି କରାଯାଇଥିଲା । ସେଠାରେ ମଧ୍ୟ ଏକ ଚୋରାମଦ କାରବାରରେ ସମ୍ପୃକ୍ତ ରହି ପୁର୍ନବାର ନିଲମ୍ବିତ ହୋଇଥିଲେ ।
ଏବେ ସ୍ଥାନୀୟ କୁଜଙ୍ଗ ଥାନା ବାଗୋଇ ଗାଁର ସରୋଜ କୁମାର ସ୍ୱାଇଁଙ୍କର ପଡ଼ୋଶୀଙ୍କର ସହିତ ଲାଗିଥିବା ବିବାଦର କେସ ସମାଧାନ କରିବା ପାଇଁ ତାଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏହି ସବଇନ୍ସପେକ୍ଟର ବିବେକାନନ୍ଦ ସାହୁ ।
ଏ ବାବଦରେ ସରୋଜ ସ୍ବାଇଁ ଭିଜିଲାନ୍ସର ସହାୟତା ନେଇଥିବା ବେଳେ ସମ୍ପୃକ୍ତ ସବଇନ୍ସପେକ୍ଟର ଦାବି ମୁତାବକ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ତାଙ୍କୁ ଧରିବା ସହ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିଛି । ଏବେ ତାଙ୍କୁ ଗିରଫ କରିବା ସହ ତାଙ୍କ କୁଜଙ୍ଗ ସରକାରୀ ବାସଗୃହ , ଥାନାରେ ଥିବା ଚାମ୍ବର ଓ ତାଙ୍କର ପୈତୃକ ସ୍ଥାନ ଢେଙ୍କାନାଳ ଜିଲ୍ଲା ବାସଭବନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି ।
The post ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୮ ହଜାର ଟଙ୍କା ଜବତ appeared first on KNews Odisha.