ଭିଜିଲାନ୍ସ ଜାଲରେ ଫସିଲେ ଏଏସଆଇ, ଗଣ୍ଡଗୋଳ ମାମଲା ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ
ବାଲିଗୁଡ଼ା: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଏଏସଆଇ ରଜନୀକାନ୍ତ ଦାଶ। ଏକ ବିଚାରଧୀନ ମାମଲାରେ ସାହାଯ୍ୟ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗୁଥିବାବେଳେ ଭିଜିଲାନ୍ସ ଟିମ ହାତରେ ଧରା ପଡିଛନ୍ତି।ସୂଚନା ଅନୁଯାୟୀ, ବଣ୍ଡା ପିଲିଲି ଗାଁର ଜଣେ ବ୍ୟକ୍ତିଙ୍କଠାରୁ ଗଣ୍ଡଗୋଳ ମାମଲାକୁ ରଫା ଦଫା କରିବା ପାଇଁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏଏସଆଇ। ଆଉ ଏହି ଲାଞ୍ଚ ନେଉଥିବାବେଳେ କୋଟଗଡ଼ କାଳୀ ମନ୍ଦିର ପାଖରେ ଧରାପଡ଼ିଛନ୍ତି ଏଏସଆଇ ରଜନୀକାନ୍ତ ଦାଶ। ବ୍ରହ୍ମପୁର ଭିଜିଲାନ୍ସ ଟିମ ରଜନୀକାନ୍ତଙ୍କୁ ଟଙ୍କା ସହ ଧରିଛନ୍ତି।
ବାଲିଗୁଡ଼ା: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଏଏସଆଇ ରଜନୀକାନ୍ତ ଦାଶ। ଏକ ବିଚାରଧୀନ ମାମଲାରେ ସାହାଯ୍ୟ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗୁଥିବାବେଳେ ଭିଜିଲାନ୍ସ ଟିମ ହାତରେ ଧରା ପଡିଛନ୍ତି।
ସୂଚନା ଅନୁଯାୟୀ, ବଣ୍ଡା ପିଲିଲି ଗାଁର ଜଣେ ବ୍ୟକ୍ତିଙ୍କଠାରୁ ଗଣ୍ଡଗୋଳ ମାମଲାକୁ ରଫା ଦଫା କରିବା ପାଇଁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏଏସଆଇ। ଆଉ ଏହି ଲାଞ୍ଚ ନେଉଥିବାବେଳେ କୋଟଗଡ଼ କାଳୀ ମନ୍ଦିର ପାଖରେ ଧରାପଡ଼ିଛନ୍ତି ଏଏସଆଇ ରଜନୀକାନ୍ତ ଦାଶ। ବ୍ରହ୍ମପୁର ଭିଜିଲାନ୍ସ ଟିମ ରଜନୀକାନ୍ତଙ୍କୁ ଟଙ୍କା ସହ ଧରିଛନ୍ତି।