ଭିଜିଲାନ୍ସ ଜାଲରେ ଫସିଲେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର, କନିଷ୍ଠ କିରାଣୀ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ମଙ୍ଗଳବାର ଫସିଲେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀ। ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଚଢାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ କନିଷ୍ଠ କିରାଣି ଲକ୍ଷ୍ମୀ […]

ଭିଜିଲାନ୍ସ ଜାଲରେ ଫସିଲେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର, କନିଷ୍ଠ କିରାଣୀ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ମଙ୍ଗଳବାର ଫସିଲେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀ। ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଚଢାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢାଉ କରାଯାଉଛି। ଲକ୍ଷ୍ମୀ ନାରାୟଣଙ୍କ କାର୍ଯ୍ୟାଳୟ ସହ କ୍ୱାଟର ଓ ବାସଭବନରେ ଚଢାଉ ହୋଇଛି। ଏହି ଚଢାଉରେ ୬ ଡିଏସପି,୯ ଇନ୍ସପେକ୍ଟର ଓ ୬ ଜଣ ଏଏସଆଇ ନିୟୋଜିତ ରହିଛନ୍ତି।