ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ଜମିଜମା ମାମଲାର ସମାଧାନ ପାଇଁ ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। କେନ୍ଦ୍ରାପଡ଼ା ଜିଲ୍ଲାର ଚକବନ୍ଦୀ ଅଫିସର ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭାଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ସେ ଜଣଙ୍କଠାରୁ ଆରସି ମାମଲାର ସମାଧାନ ପାଇଁ ୧୦ ହଜାର ଟଙ୍କା ମାଗିଥିଲେ। ଅଭିଯୋଗକାରୀ କୌଣସି ଉପାୟ ନପାଇ ଟୋଲଫ୍ରି ନମ୍ବରରେ ଅଭିଯୋଗ କରିଥିଲେ। ଅଭିଯୋଗପରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ ବରିଷ୍ଠ କିରାଣିଙ୍କୁ ଲାଞ୍ଚ ନେଲାବେଳେ […]

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ଜମିଜମା ମାମଲାର ସମାଧାନ ପାଇଁ ନେଉଥିଲେ ଲାଞ୍ଚ
vigilance

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। କେନ୍ଦ୍ରାପଡ଼ା ଜିଲ୍ଲାର ଚକବନ୍ଦୀ ଅଫିସର ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭାଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ସେ ଜଣଙ୍କଠାରୁ ଆରସି ମାମଲାର ସମାଧାନ ପାଇଁ ୧୦ ହଜାର ଟଙ୍କା ମାଗିଥିଲେ। ଅଭିଯୋଗକାରୀ କୌଣସି ଉପାୟ ନପାଇ ଟୋଲଫ୍ରି ନମ୍ବରରେ ଅଭିଯୋଗ କରିଥିଲେ। ଅଭିଯୋଗପରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ ବରିଷ୍ଠ କିରାଣିଙ୍କୁ ଲାଞ୍ଚ ନେଲାବେଳେ କାବୁ କରିଥିଲେ। ଏହାପରେ ତାଙ୍କର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରରହିଛି।