ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ

ସୋନପୁର,୧।୫(ମୃତ୍ୟୁଞ୍ଜୟ ଶତପଥୀ): ସବ୍‌ସିଡି ଟଙ୍କା ରିଲିଜ କରାଇଦେବାକୁ କହି SHG ମହିଳାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ। ଭିଜିଲାନ୍ସ ଅଧିକାରୀ ତାଙ୍କଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏପରିକି ତାଙ୍କର ଜଣେ ସହଯୋଗୀ ବାବୁଲା ବାରିକଙ୍କୁ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସବ୍‌ସିଡି ଟଙ୍କା ରିଲିଜ କରାଇଦେବାକୁ କହି ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଧାନ SHG […] The post ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ appeared first on Dharitri Odia News.

ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ

ସୋନପୁର,୧।୫(ମୃତ୍ୟୁଞ୍ଜୟ ଶତପଥୀ): ସବ୍‌ସିଡି ଟଙ୍କା ରିଲିଜ କରାଇଦେବାକୁ କହି SHG ମହିଳାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ। ଭିଜିଲାନ୍ସ ଅଧିକାରୀ ତାଙ୍କଠାରୁ ୩୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏପରିକି ତାଙ୍କର ଜଣେ ସହଯୋଗୀ ବାବୁଲା ବାରିକଙ୍କୁ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ସବ୍‌ସିଡି ଟଙ୍କା ରିଲିଜ କରାଇଦେବାକୁ କହି ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଧାନ SHG ମହିଳାଙ୍କୁ ୩୦ ହଜାର ଲାଞ୍ଚ ମାଗିଥିଲେ। ଏନେଇ ମହିଳାମାନେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ।

ଏନେଇ ଯୋଜନା ମୁତାବକ ଗୁରୁବାର ମହିଳାମାନେ ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଧାନଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ସେତିକିବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରି ତାଙ୍କୁ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଏପରିକି ଭିଜିଲାନ୍ସ ଅଧିକାରୀମାନେ ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଧାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି। ଅନ୍ୟପକ୍ଷେ ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଧାନ ଘରୁ ୪ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।

The post ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ appeared first on Dharitri Odia News.