ଭିଜିଲାନ୍ସ ଜାଲରେ ସିକୋ ଆରଆଇ, ୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ଖୋର୍ଦ୍ଧା ୫।୭: ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶ୍ଵେଶ୍ଵର ରାଏ ବେହେରା । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଟିମ୍ ହାତରେ ଧରାପଡି ଗିରଫ ହୋଇଛନ୍ତି । ଜଣେ ଅଭିଯୋଗକାରୀଙ୍କୁ ସରକାରୀ ଜମିରୁ ଗଛ କାଟିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଲାଞ୍ଚ ମାଗିଥିଲେ । ଏନେଇ ସଂପୃକ୍ତ ବ୍ଯକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଶୁକ୍ରବାର ନିଜସ୍ବ କାର୍ଯ୍ଯାଳୟରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଛକି ରହିଥିବା ଟିମ୍ ମାଡି ବସିଥିଲା । ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛନ୍ତି । ତାଙ୍କ ସରକାରୀ କାର୍ଯ୍ଯାଳୟ ସମେତ ୨ଟି ସ୍ଥାନରେ ଚଢାଉ ଜାରି ରହିଛି । ଏନେଇ ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ଯାଳୟରେ ୧୩/୨୪ରେ ଏକ ମାମଲା ରୁଜୁ ହୋଇଛି ।You Can Read:ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ଜୟଦେବ ବିଧାୟକ, ପିଲାଙ୍କ ସମସ୍ୟା ପଚାରି ବୁଝିଲେ

ଭିଜିଲାନ୍ସ ଜାଲରେ ସିକୋ ଆରଆଇ, ୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ଖୋର୍ଦ୍ଧା ୫ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶ୍ଵେଶ୍ଵର ରାଏ ବେହେରା । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଟିମ୍ ହାତରେ ଧରାପଡି ଗିରଫ ହୋଇଛନ୍ତି । 

ଜଣେ ଅଭିଯୋଗକାରୀଙ୍କୁ ସରକାରୀ ଜମିରୁ ଗଛ କାଟିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଲାଞ୍ଚ ମାଗିଥିଲେ । ଏନେଇ ସଂପୃକ୍ତ ବ୍ଯକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଶୁକ୍ରବାର ନିଜସ୍ବ କାର୍ଯ୍ଯାଳୟରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଛକି ରହିଥିବା ଟିମ୍ ମାଡି ବସିଥିଲା । ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛନ୍ତି । ତାଙ୍କ ସରକାରୀ କାର୍ଯ୍ଯାଳୟ ସମେତ ୨ଟି ସ୍ଥାନରେ ଚଢାଉ ଜାରି ରହିଛି । ଏନେଇ ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ଯାଳୟରେ ୧୩/୨୪ରେ ଏକ ମାମଲା ରୁଜୁ ହୋଇଛି ।

You Can Read:

ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ଜୟଦେବ ବିଧାୟକ, ପିଲାଙ୍କ ସମସ୍ୟା ପଚାରି ବୁଝିଲେ