ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ କରାଯାଇଛି। ରବିବାର ମଧ୍ୟ ତାଙ୍କ ଘରେ ଚଢ଼ାଉ ଜାରି ରହିଛି। ଚୌଧୁରୀଙ୍କ ଘରୁ ନଗଦ ୧୪ ଲକ୍ଷ ୮୧ ହଜାର ଟଙ୍କା ମିଳିଛି।ଏହା ସହ ପ୍ରାୟ ୩୫ ଗ୍ରାମର ସୁନା ଅଳଙ୍କାର ମିଳିଛି। ସେହିଭଳି ରାୟଗଡ଼ା ଓ ଟିକିରି ଠାରେ ଗୋଟିଏ ଲେଖାଏଁ ଘର, ଦୁଇଟି ପ୍ଲଟ […] The post ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର appeared first on Dharitri Odia News.

ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ କରାଯାଇଛି। ରବିବାର ମଧ୍ୟ ତାଙ୍କ ଘରେ ଚଢ଼ାଉ ଜାରି ରହିଛି। ଚୌଧୁରୀଙ୍କ ଘରୁ ନଗଦ ୧୪ ଲକ୍ଷ ୮୧ ହଜାର ଟଙ୍କା ମିଳିଛି।ଏହା ସହ ପ୍ରାୟ ୩୫ ଗ୍ରାମର ସୁନା ଅଳଙ୍କାର ମିଳିଛି। ସେହିଭଳି ରାୟଗଡ଼ା ଓ ଟିକିରି ଠାରେ ଗୋଟିଏ ଲେଖାଏଁ ଘର, ଦୁଇଟି ପ୍ଲଟ ଠାବ ହୋଇଛି।
ଶନିବାର ରାୟଗଡ଼ା ସହରର ନିଜ ଘରେ ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ। ରାୟଗଡ଼ା ସହରର ରାଣୀଗୁଡ ସ୍ଥିତ ଘରେ ଟଙ୍କା ସହିତ ଭିଜିଲାନ୍ସ ଧରିବା ପରେ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଭିଜିଲାନ୍ସ କର୍ତ୍ତୃପକ୍ଷ। ଅପରପକ୍ଷରେ ଘଟଣାର ଆହୁରି ତଦନ୍ତ କରୁଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରା। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଘର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ଏଣେ ସେ ସୁସ୍ଥ ହେବାପରେ ତାଙ୍କୁ ପଚରାଉଚୁରା କରିବ ଭିଜିଲାନ୍ସ।

The post ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର appeared first on Dharitri Odia News.