ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।

ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ARI । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।

କୋରାପୁଟ ଓ ଜୟପୁର ସମେତ ୮ଟି ସ୍ଥାନରେ ହୋଇଛି ଏକକାଳୀନ ଚଢାଉ। ବୋରିଗୁମ୍ମାସ୍ଥିତ ଦୁଇ ମହଲା କୋଠା, ସମ୍ପର୍କୀୟଙ୍କ ଘର ସହ ଝିଅ ରହୁଥିବା ଭଡା ଘରେ ଚାଲିଛି ରେଡ୍।

ଏହାସହ ରନସପୁରରେ ପୈତୃକ ଘର, ବୋରିଗୁମ୍ମା ମାର୍କେଟ କମ୍ପ୍ଲେକ୍ସ ସହ କୁମୁଲିର ଅଫିସରେ ମଧ୍ୟ ଚଢଉ ଚାଲିଛି। ରେଡରେ ୩ଜଣ ଡିଏସପି, ୭ଜଣ ଇନସ୍ପେକ୍ଟର୍, ୫ଜଣ ଏଏସଆଇ ସାମିଲ୍ ହୋଇଛନ୍ତି।