ଭିଜିଲାନ୍ସ ପଞ୍ଝାରେ ଡେପୁଟି ଫରେଷ୍ଟ ରେଞ୍ଜର, ନେଉଥିଲେ ୧୮ ହଜାର ଟଙ୍କା ଲାଞ୍ଚ
ରାଉରକେଲା: ଭିଜିଲାନ୍ସ ପଞ୍ଝାରେ ରାଉରକେଲା ଡେପୁଟି ଫରେଷ୍ଟ ରେଞ୍ଜର। ୧୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ପୋଲିସ। ଏହି ବନ ଅଧିକାରୀ ହେଉଛନ୍ତି ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ୍ର ଡେପୁଟି ଫରେଷ୍ଟ ରେଞ୍ଜର ଅସିତ୍ କୁମାର ପଟ୍ଟନାୟକ। ସୂଚନା ଅନୁଯାୟୀ, ବିଶ୍ରା ଫରେଷ୍ଟ ରେଞ୍ଜ ଅଫିସରେ ଚୁକ୍ତିରେ ନିଜ ବୋଲୋରେ ଭଡ଼ାରେ ଲଗାଇଥିଲେ ଅଭିଯୋଗକାରୀ ନିରଞ୍ଜନ ସାହୁ। ୨୦୨୨ରେ ହୋଇଥିବା ଚୁକ୍ତିରେ ନିରଞ୍ଜନଙ୍କୁ ମାସିକ ୨୯ ହଜାର ୮୦୦ ଟଙ୍କା ଦିଆଯିବା ନେଇ ଉଲ୍ଲେଖ ରହିଥିଲା। ତେବେ ଏହି ଚୁକ୍ତି ଗତ ମାର୍ଚ୍ଚରେ ସରିଥିଲା। ନିରଞ୍ଜନଙ୍କୁ ତାଙ୍କ ଚୁକ୍ତି ମୁତାବକ ଅର୍ଥ ମଧ୍ୟ ମିଳିଥିଲା। ହେଲେ ପରବର୍ତ୍ତୀ ସମୟରେ ଡେପୁଟି ରେଞ୍ଜର ଅସିତ୍ ପଟ୍ଟନାୟକ ପୁନଃ ଉକ୍ତ ବୋଲେରୋକୁ ବିନା ଚୁକ୍ତିନାମାରେ ଅପ୍ରେଲ ମାସରେ ନିୟୋଜିତ କରିଥିଲେ। ଆଉ ମେ ମାସରେ ବାହାର କରିଥିଲେ। ଆଉ ଏହି ଅବଧି ପାଇଁ ନିରଞ୍ଜନ ଯେତେବେଳେ ତାଙ୍କ ପ୍ରାପ୍ୟ ମାଗିଥିଲେ, ସେତେବେଳେ ଟଙ୍କା ନଦେଇ ଓଲଟା ଡେପୁଟି ରେଞ୍ଜର ୧୮ ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ନିରଞ୍ଜନ। ଏମିତିରେ ନିରଞ୍ଜନ ସାହୁ ଭିଜିଲାନ୍ସର ସହାୟତା ନେଇଥିଲେ। ଆଉ ବୁଧବାର ଅପରାହ୍ନରେ ବିଶ୍ରା ଫରେଷ୍ଟ ରେଞ୍ଜ ଅଫିସ ପରିସରରେ ଥିବା ସରକାରୀ ବାସଭବନରେ ୧୮ ହଜାର ଟଙ୍କା ନଗଦ ଲାଞ୍ଚ ନେବା ସମୟରେ ମାଡ଼ିବସିଥିଲା ରାଉରକେଲା ଭିଜିଲାନ୍ସ।ତେବେ ଭିଜିଲାନ୍ସ ଅସିତ ପଟ୍ଟନାୟକଙ୍କ ବିଶ
ରାଉରକେଲା: ଭିଜିଲାନ୍ସ ପଞ୍ଝାରେ ରାଉରକେଲା ଡେପୁଟି ଫରେଷ୍ଟ ରେଞ୍ଜର। ୧୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ପୋଲିସ। ଏହି ବନ ଅଧିକାରୀ ହେଉଛନ୍ତି ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ୍ର ଡେପୁଟି ଫରେଷ୍ଟ ରେଞ୍ଜର ଅସିତ୍ କୁମାର ପଟ୍ଟନାୟକ।
ସୂଚନା ଅନୁଯାୟୀ, ବିଶ୍ରା ଫରେଷ୍ଟ ରେଞ୍ଜ ଅଫିସରେ ଚୁକ୍ତିରେ ନିଜ ବୋଲୋରେ ଭଡ଼ାରେ ଲଗାଇଥିଲେ ଅଭିଯୋଗକାରୀ ନିରଞ୍ଜନ ସାହୁ। ୨୦୨୨ରେ ହୋଇଥିବା ଚୁକ୍ତିରେ ନିରଞ୍ଜନଙ୍କୁ ମାସିକ ୨୯ ହଜାର ୮୦୦ ଟଙ୍କା ଦିଆଯିବା ନେଇ ଉଲ୍ଲେଖ ରହିଥିଲା। ତେବେ ଏହି ଚୁକ୍ତି ଗତ ମାର୍ଚ୍ଚରେ ସରିଥିଲା। ନିରଞ୍ଜନଙ୍କୁ ତାଙ୍କ ଚୁକ୍ତି ମୁତାବକ ଅର୍ଥ ମଧ୍ୟ ମିଳିଥିଲା।
ହେଲେ ପରବର୍ତ୍ତୀ ସମୟରେ ଡେପୁଟି ରେଞ୍ଜର ଅସିତ୍ ପଟ୍ଟନାୟକ ପୁନଃ ଉକ୍ତ ବୋଲେରୋକୁ ବିନା ଚୁକ୍ତିନାମାରେ ଅପ୍ରେଲ ମାସରେ ନିୟୋଜିତ କରିଥିଲେ। ଆଉ ମେ ମାସରେ ବାହାର କରିଥିଲେ। ଆଉ ଏହି ଅବଧି ପାଇଁ ନିରଞ୍ଜନ ଯେତେବେଳେ ତାଙ୍କ ପ୍ରାପ୍ୟ ମାଗିଥିଲେ, ସେତେବେଳେ ଟଙ୍କା ନଦେଇ ଓଲଟା ଡେପୁଟି ରେଞ୍ଜର ୧୮ ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ନିରଞ୍ଜନ।
ଏମିତିରେ ନିରଞ୍ଜନ ସାହୁ ଭିଜିଲାନ୍ସର ସହାୟତା ନେଇଥିଲେ। ଆଉ ବୁଧବାର ଅପରାହ୍ନରେ ବିଶ୍ରା ଫରେଷ୍ଟ ରେଞ୍ଜ ଅଫିସ ପରିସରରେ ଥିବା ସରକାରୀ ବାସଭବନରେ ୧୮ ହଜାର ଟଙ୍କା ନଗଦ ଲାଞ୍ଚ ନେବା ସମୟରେ ମାଡ଼ିବସିଥିଲା ରାଉରକେଲା ଭିଜିଲାନ୍ସ।
ତେବେ ଭିଜିଲାନ୍ସ ଅସିତ ପଟ୍ଟନାୟକଙ୍କ ବିଶ୍ରା କାର୍ଯ୍ୟାଳୟ, ପୈତୃକ ଗାଁ ମୟୂରଭଞ୍ଜ କରଞ୍ଜିଆ , ଭୁବନେଶ୍ବର ପଳାସୁଣି ଆରତୀ ରେସିଡେନ୍ସିରେ ଥିବା ଫ୍ଲାଟ୍ ସହ ରାଉରକେଲା ବାସନ୍ତୀ କଲୋନୀ ଭଡ଼ା ଘରେ ରେଡ୍ କରୁଛି। ଏପର୍ଯ୍ୟନ୍ତ ରାଉରକେଲା ଭଡ଼ା ଘରୁ ନଗଦ ୭ ଲକ୍ଷ ୭ ହଜାର ଟଙ୍କା, ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କ ପାସବୁକ୍, ଫିକ୍ସଡିପୋଜିଟ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ଜବତ ହୋଇଛି।
ବର୍ତ୍ତମାନ ଡେପୁଟି ରେଞ୍ଜର ଅସିତ୍ ପଟ୍ଟନାୟକଙ୍କୁ ରାଉରକେଲା ଭିଜିଲାନ୍ସ ଅଟକ ରଖି କରୁଛି ଅଧିକ ତଦନ୍ତ। ଅସିତ୍ ପଟ୍ଟନାୟକ ଆସନ୍ତା ୨୦୨୭ରେ ଚାକିରିରୁ ଅବସର ନେଇଥାନ୍ତେ।