ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରିନ୍ସିପାଲ, କଲେଜରେ ଖାନତଲାସି ଆରମ୍ଭ

ନୟାଗଡ଼: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରିନ୍ସିପାଲ। ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାହାଡାଝୋଲା ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ନଳିନି ରଞ୍ଜନ ଭୂୟାଁଙ୍କୁ ମାଡିବସିଲା ନୟାଗଡ଼ ଭିଜିଲାନ୍ସ। ଏରିଅର୍ ଟଙ୍କା କରାଇଦେବା ପାଇଁ   ସେହି ମହାବିଦ୍ୟାଳୟର ଲାଇବ୍ରେରିଆନ୍ ହୃଷିକେଶ ବେହେରାଙ୍କ ଠାରୁ ଲାଞ୍ଚ ନେଉଥିଲେ।ନଳିନିରଞ୍ଜନଙ୍କ ମାଣିକପାଟଣାସାହିସ୍ଥିତ ଘର ଏବଂ କଲେଜରେ ଭିଜିଲାନ୍ସ ଖାନତଲାସି କରିଛି। ଚଢଉରେ ଉଭୟ ନୟାଗଡ ଏବଂ ଭିଜିଲାନ୍ସ ଟିମ୍ ସାମିଲ୍ ଥିବା ଜଣାପଡିଛି । ହୃଷିକେଶଙ୍କର ୫ଲକ୍ଷ ଟଙ୍କାର ଏରିଅର୍ କରାଇଦେବା ପାଇଁ  ନଳିନୀ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିବାପରେ ହୃଷିକେଶ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।  ନଳିନି ରଞ୍ଜନ ମହାବିଦ୍ୟାଳୟର ଅନ୍ୟ କିଛି କର୍ମଚାରୀଙ୍କ ଠାରୁ ମଧ୍ୟ ଏଭଳି ଟଙ୍କା ନେଇଥିବା ସୂଚନା ମିଳିଛି।

ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରିନ୍ସିପାଲ, କଲେଜରେ ଖାନତଲାସି ଆରମ୍ଭ

ନୟାଗଡ଼: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରିନ୍ସିପାଲ। ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାହାଡାଝୋଲା ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ନଳିନି ରଞ୍ଜନ ଭୂୟାଁଙ୍କୁ ମାଡିବସିଲା ନୟାଗଡ଼ ଭିଜିଲାନ୍ସ। ଏରିଅର୍ ଟଙ୍କା କରାଇଦେବା ପାଇଁ   ସେହି ମହାବିଦ୍ୟାଳୟର ଲାଇବ୍ରେରିଆନ୍ ହୃଷିକେଶ ବେହେରାଙ୍କ ଠାରୁ ଲାଞ୍ଚ ନେଉଥିଲେ।

ନଳିନିରଞ୍ଜନଙ୍କ ମାଣିକପାଟଣାସାହିସ୍ଥିତ ଘର ଏବଂ କଲେଜରେ ଭିଜିଲାନ୍ସ ଖାନତଲାସି କରିଛି। ଚଢଉରେ ଉଭୟ ନୟାଗଡ ଏବଂ ଭିଜିଲାନ୍ସ ଟିମ୍ ସାମିଲ୍ ଥିବା ଜଣାପଡିଛି । 

ହୃଷିକେଶଙ୍କର ୫ଲକ୍ଷ ଟଙ୍କାର ଏରିଅର୍ କରାଇଦେବା ପାଇଁ  ନଳିନୀ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିବାପରେ ହୃଷିକେଶ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।  ନଳିନି ରଞ୍ଜନ ମହାବିଦ୍ୟାଳୟର ଅନ୍ୟ କିଛି କର୍ମଚାରୀଙ୍କ ଠାରୁ ମଧ୍ୟ ଏଭଳି ଟଙ୍କା ନେଇଥିବା ସୂଚନା ମିଳିଛି।