ଭିଡିଓ କଲରେ ରୂପାନ୍ତରଣ କାର୍ଯ୍ୟ ବୁଝିଲେ ମୁଖ୍ୟମନ୍ତ୍ରୀ, ପଚାରି ବୁଝିଲେ ସମସ୍ୟା
ଭୁବନେଶ୍ୱର ୧୬/୦୪: ନିର୍ବାଚନ ପୂର୍ବରୁ ଉନ୍ନତିକରଣକୁ ନେଇ ଲୋକଙ୍କ ମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଭଏସ୍ କଲ୍ କରି ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମତାମତ ନେଉଥିଲେ। ଆଉ ଏବେ ଭିଡ଼ିଓ କଲ୍ ମାଧ୍ୟମରେ କଥା ହେଲେ ମୁଖ୍ୟମନ୍ତ୍ରୀ ।ଭଏସ କଲ ପରେ ଭିଡିଓ କଲରେ କଥା ହୋଇ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଲେ ନବୀନ। ଲୋକଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ଅଞ୍ଚଳର ବିକାଶ କଥା ମଧ୍ୟ ପଚାରି ବୁଝିଲେ । ଉନ୍ନତିମୂଳକ କାମ କେତେବାଟ ପହଞ୍ଚିଲା ସେନେଇ ହିସାବ ନେଲେ ମୁଖ୍ୟମନ୍ତ୍ରୀ। ମନ୍ଦିର କାମ କେତେବାଟ ଆଗେଇଲା ସେ ନେଇ ପଚାରି ବୁଝିଲେ ନବୀନ। ସ୍କୁଲ କାମ ଅଗ୍ରଗତି ନେଇ ଅପଡେଟ ନେଲେ ମୁଖ୍ୟମନ୍ତ୍ରୀ । ସେହିପରି ପୁରୀ, ସମ୍ବଲପୁର,ଖୋର୍ଦ୍ଧାର ବିକାଶମୂଳକ କାମର ଅପଡେଟ ନେଇଛନ୍ତି । ଗତ କିଛି ଦିନ ତଳେ ଭଏସ କଲ୍ରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ନବୀନ ।
ଭୁବନେଶ୍ୱର ୧୬/୦୪: ନିର୍ବାଚନ ପୂର୍ବରୁ ଉନ୍ନତିକରଣକୁ ନେଇ ଲୋକଙ୍କ ମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଭଏସ୍ କଲ୍ କରି ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମତାମତ ନେଉଥିଲେ। ଆଉ ଏବେ ଭିଡ଼ିଓ କଲ୍ ମାଧ୍ୟମରେ କଥା ହେଲେ ମୁଖ୍ୟମନ୍ତ୍ରୀ ।
ଭଏସ କଲ ପରେ ଭିଡିଓ କଲରେ କଥା ହୋଇ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଲେ ନବୀନ।
ଲୋକଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ଅଞ୍ଚଳର ବିକାଶ କଥା ମଧ୍ୟ ପଚାରି ବୁଝିଲେ । ଉନ୍ନତିମୂଳକ କାମ କେତେବାଟ ପହଞ୍ଚିଲା ସେନେଇ ହିସାବ ନେଲେ ମୁଖ୍ୟମନ୍ତ୍ରୀ। ମନ୍ଦିର କାମ କେତେବାଟ ଆଗେଇଲା ସେ ନେଇ ପଚାରି ବୁଝିଲେ ନବୀନ।
ସ୍କୁଲ କାମ ଅଗ୍ରଗତି ନେଇ ଅପଡେଟ ନେଲେ ମୁଖ୍ୟମନ୍ତ୍ରୀ । ସେହିପରି ପୁରୀ, ସମ୍ବଲପୁର,ଖୋର୍ଦ୍ଧାର ବିକାଶମୂଳକ କାମର ଅପଡେଟ ନେଇଛନ୍ତି । ଗତ କିଛି ଦିନ ତଳେ ଭଏସ କଲ୍ରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ନବୀନ ।