ଭିଡିଓ ଦେଖିଲେ ଭୟ ଲାଗିବ ; ରଥଯାତ୍ରା ବେଳେ ହଠାତ୍‌ ବେକାବୁ ହେଲା ହାତୀ, ଆଉ ତା’ପରେ..

ଅହମ୍ମଦାବାଦ : ଅହମ୍ମଦାବାଦରେ ଶୁକ୍ରବାର ସକାଳେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଟଳିଛି ବଡ ଅଘଟଣ । ଯାତ୍ରା ପାଇଁ ଆସିଥିବା କିଛି ହାତୀଙ୍କ ମଧ୍ୟରୁ ହଠାତ୍‌ ୩ଟି ହାତୀ ବେକାବୁ ହୋଇ ପଡିଥିଲେ । ଡିଜେର ଅତ୍ୟଧିକ ଶବ୍ଦ ଯୋଗୁଁ ହାତୀ ଏତେତେଣେ ଦୌଡିବାକୁ ଆରମ୍ଭ କରିବା ସହ ଏହି ସମୟରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । କେହି ଅତ୍ୟଧିକ ଗୁରୁତର ହୋଇ ନାହାଁନ୍ତି ବୋଲି ଜଣାପଡିଛି । ବନ ବିଭାଗ କର୍ମଚାରୀ […]

ଭିଡିଓ ଦେଖିଲେ ଭୟ ଲାଗିବ ; ରଥଯାତ୍ରା ବେଳେ ହଠାତ୍‌ ବେକାବୁ ହେଲା ହାତୀ, ଆଉ ତା’ପରେ..

ଅହମ୍ମଦାବାଦ : ଅହମ୍ମଦାବାଦରେ ଶୁକ୍ରବାର ସକାଳେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଟଳିଛି ବଡ ଅଘଟଣ । ଯାତ୍ରା ପାଇଁ ଆସିଥିବା କିଛି ହାତୀଙ୍କ ମଧ୍ୟରୁ ହଠାତ୍‌ ୩ଟି ହାତୀ ବେକାବୁ ହୋଇ ପଡିଥିଲେ । ଡିଜେର ଅତ୍ୟଧିକ ଶବ୍ଦ ଯୋଗୁଁ ହାତୀ ଏତେତେଣେ ଦୌଡିବାକୁ ଆରମ୍ଭ କରିବା ସହ ଏହି ସମୟରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । କେହି ଅତ୍ୟଧିକ ଗୁରୁତର ହୋଇ ନାହାଁନ୍ତି ବୋଲି ଜଣାପଡିଛି । ବନ ବିଭାଗ କର୍ମଚାରୀ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରି ଥିଲେ । ରଥଯାତ୍ରା ପାଇଁ ଏହି ସମୟରେ ପ୍ରାୟ ୧୮ ହାତୀର ଦଳ ସବୁଠାରୁ ଆଗରେ ଚାଲୁଥିଲା ବୋଲି ଜଣାପଡିଛି ।
ଏଠାରେ ପ୍ରଭୁଙ୍କ ରଥଯାତ୍ରା ସକାଳ ୭ଟାରେ ଆରମ୍ଭ ହୋଇଛି । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଭୋର ୫ଟାରୁ ୬ଟା ମଧ୍ୟରେ ରଥକୁ ଅଣାଯାଇଥିଲା । ହାତୀ ବେକାବୁ ହେବାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।

ଋଥଯାତ୍ରା ସମୟରେ ଡିଜେ ଶବ୍ଦରେ ହାତୀଗୁଡ଼ିକ ବେକାବୁ ହୋଇଯାଇଥିଲେ । ମୋଟ ତିନୋଟି ହାତୀ ରାଗି ଯାଇଥିବା ଭିଡିଓରେ ଦେଖିପାରିବେ । ଏହା ଯୋଗୁଁ କିଛି ସମୟ ପାଇଁ ଦୌଡାଦୌଡି ମଧ୍ୟ ହୋଇଥିଲା । ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ରଥଯାତ୍ରାକୁ ୧୫ ମିନିଟ୍ ପାଇଁ ଅଟକାଇବାକୁ ପଡିଥିଲା। ବନ ବିଭାଗର କର୍ମଚାରୀମାନେ ହାତୀମାନଙ୍କୁ ନିୟନ୍ତ୍ରଣ କରିଥିଲେ। ହାତୀମାନଙ୍କୁ ଶୋଭାଯାତ୍ରାରୁ ହଟାଇ ଦିଆଯାଇଛି। ସତର୍କତା ସ୍ୱରୂପ, ଶୋଭାଯାତ୍ରା ମାର୍ଗରୁ ଡିଜେମାନଙ୍କୁ ଅଟକାଯାଇଛି। ଅହମ୍ମଦାବାଦରେ ରଥଯାତ୍ରାର ସୁରକ୍ଷା ଏବଂ ବ୍ୟବସ୍ଥା ପାଇଁ ୨୩ ହଜାର ପୁଲିସ ନିୟୋଜିତ କରାଯାଇଛି। ପୁଲିସ ୧୫୨ଟି ୱାଚ୍ ଟାୱାର ନିର୍ମାଣ କରିଛି ଏବଂ ନଜର ରଖିବା ପାଇଁ ୪୧ଟି ଡ୍ରୋନ୍ ସ୍ଥାପନ କରିଛି। କେବଳ ଏତିକି ନୁହେଁ, ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏଆଇ କ୍ୟାମେରା ଲଗାଯାଇଛି।

ଆଉ ମାତ୍ର ୨ ଦିନ ପରେ ବଦଳିବ ସବୁକିଛି.. ଶୁକ୍ର କରିବେ ଚଳନ ; ସମସ୍ତ ରାଶିରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ କୋଟିପତି, କିଣିବେ ଗାଡି,ଘର, କାହାର ହେବ ବିବାହ..

ଖୁସି ଖବର ; କମିଲା ସୁନା, ପୁଣି ୨ ହଜାର କମିଲା ଦାମ୍‌!