ଭିଡିଓ ଭାଇରାଲକୁ ନେଇ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ସାକ୍ଷୀଗୋପାଳ,୯।୧୦ (ପ୍ରଶାନ୍ତ କୁମାର ବାରିକ୍‌/ କିଶୋର ମହାପାତ୍ର/ ଭରତ ରାଉତ):ଗତ କିଛିଦିନ ହେବ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ସହିତ ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ବେଶ୍‌ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସତ୍ୟବାଦୀ ବ୍ଲକ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। […] The post ଭିଡିଓ ଭାଇରାଲକୁ ନେଇ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ appeared first on Dharitri Odia News.

ଭିଡିଓ ଭାଇରାଲକୁ ନେଇ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ସାକ୍ଷୀଗୋପାଳ,୯।୧୦ (ପ୍ରଶାନ୍ତ କୁମାର ବାରିକ୍‌/ କିଶୋର ମହାପାତ୍ର/ ଭରତ ରାଉତ):ଗତ କିଛିଦିନ ହେବ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ସହିତ ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ବେଶ୍‌ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସତ୍ୟବାଦୀ ବ୍ଲକ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ବିଜେଡି କର୍ମୀମାନେ ମହିଳା ଅସମ୍ମାନକାରୀ ନେତା ହାଏ ହାଏ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀମାନେ ଏହି ଅବସରରେ ବିଧାୟକଙ୍କ ଫଟୋଚିତ୍ରରେ ଜୋତା ମାଡ଼ କରିଥିଲେ। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ବିଧାୟକଙ୍କ ଇସ୍ତଫା ଦାବି କରିଥିଲେ। ଦୁଗଲ ସରପଞ୍ଚଙ୍କ ପ୍ରତିନିଧି କାଳୁଚରଣ କାଣ୍ଡି, ଦୁଗଲ ସମିତି ସଭ୍ୟାଙ୍କ ପ୍ରତିନିଧି ଯୋଗେନ୍ଦ୍ର ଖଟୋଇ, ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ଯୁବ ସଭାପତି ଶରତ ରାଉତ, ପୁରୀ ଜିଲା ବିଜେଡି ସମ୍ପାଦକ ସୁବାସ ପ୍ରଧାନ ପ୍ରମୁଖଙ୍କ ସମେତ ବିଜେଡି ନେତା ଓ କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ। ପିପିଲି ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ଆଇଆଇସି ଉମେଶ ଚନ୍ଦ୍ର ସାହୁ, ସତ୍ୟବାଦୀ ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ ଏକ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିଧାୟକ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଘଟଣା ନୂଆ ନୁହେଁ। ନିର୍ବାଚନ ସମୟରେ ବିରୋଧୀ ଗୋଷ୍ଠୀ ଏଭଳି ହୀନ ଉଦ୍ୟମ କରିଥିଲେ। ମାତ୍ର ସତ୍ୟବାଦୀ ଜନସାଧାରଣ ଏହାର ଉଚିତ୍‌ ଜବାବ୍‌ ଦେଇଥିଲେ। ଅସହିଷ୍ଣୁ ଲୋକେ ପୁରୁଣା ଭିଡିଓକୁ ମାନିପୁଲେଟ କରି ଅପପ୍ରଚାର କରୁଥିବା ବିଧାୟକ କହିଛନ୍ତି।

The post ଭିଡିଓ ଭାଇରାଲକୁ ନେଇ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ appeared first on Dharitri Odia News.