ଭିତର ରତ୍ନଭଣ୍ଡାରର ସବୁ ଅଳଙ୍କାର ସ୍ଥାନାନ୍ତର, ଭିତରେ ନାହିଁ ସୁଡ଼ଙ୍ଗ: ଜଷ୍ଟିସ ରଥ
ପୁରୀ: ଦୀର୍ଘ ସାଢେ ୭ ଘଣ୍ଟାର ପରିଶ୍ରମ ପରେ ଆଜି ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସରିଛି। ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ନଜର ଆସିନି। ସରକାର କହିଲେ ଏହାର ସ୍କାନିଂ କରାଯିବ। ଶ୍ରୀମନ୍ଦରରୁ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ଵନାଥ ରଥ ସୂଚନା ଦେଇଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଜଷ୍ଟିସ ରଥ କହିଛନ୍ତି, କମିଟିର ସମସ୍ତ ସଦସ୍ୟ ଆଜି ଶୁଭ […] The post ଭିତର ରତ୍ନଭଣ୍ଡାରର ସବୁ ଅଳଙ୍କାର ସ୍ଥାନାନ୍ତର, ଭିତରେ ନାହିଁ ସୁଡ଼ଙ୍ଗ: ଜଷ୍ଟିସ ରଥ appeared first on Odisha.News.
ପୁରୀ: ଦୀର୍ଘ ସାଢେ ୭ ଘଣ୍ଟାର ପରିଶ୍ରମ ପରେ ଆଜି ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସରିଛି। ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ନଜର ଆସିନି। ସରକାର କହିଲେ ଏହାର ସ୍କାନିଂ କରାଯିବ। ଶ୍ରୀମନ୍ଦରରୁ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ଵନାଥ ରଥ ସୂଚନା ଦେଇଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଜଷ୍ଟିସ ରଥ କହିଛନ୍ତି, କମିଟିର ସମସ୍ତ ସଦସ୍ୟ ଆଜି ଶୁଭ ମୁହୂର୍ତ୍ତ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ। ସମସ୍ତଙ୍କ ସହଯୋଗରେ ଏବଂ ଭଗବାନଙ୍କ ଆଶୀର୍ବାଦରେ ସାଢେ ୭ ଘଣ୍ଟାର ପରିଶ୍ରମ ପରେ ସଂପୂର୍ଣ୍ଣ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ଅପରାହ୍ଣ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କରାଯାଇଛି। ୧୧ ସଦସ୍ୟଙ୍କ ସହ କଟର ଓ ଇଲେକ୍ଟ୍ରିକ ସହାୟକଙ୍କ ଛଡ଼ା ଆଉ କାହାର ସହଯୋଗ ଲୋଡ଼ା ପଡ଼ିଲା ନାହିଁ।
ଜଷ୍ଟିସ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ତିନୋଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ଦୁଇଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମାରୀ ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ଯେମିତି ଯାହା ଥିଲା, ସେମିତି କ୍ରମରେ ହିଁ ରଖାଯାଇଥିଲା। ଏସଓପି ଅନୁଯାୟୀ, ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଥିଲା। ଭିତର ରତ୍ନଭନ୍ଡାରର ସଂପତ୍ତିକୁ ବାକ୍ସ ଜରିଆରେ ନେଇ ସବୁକୁ ଅସ୍ଥାୟୀ ରତ୍ନଭନ୍ଡାରକୁ ସ୍ତାନାନ୍ତର କରାଗଲା, ଏହାପରେ ସିଲ୍ କରାଗଲା।ସବୁ କାନ୍ଥ ଅନୁଧ୍ୟାନ କରିବା ସହ ଭିଡିଓ ଗ୍ରାଫି କରାଯାଇଛି।
ଜଷ୍ଟିସ ରଥ ଏହା ମଧ୍ୟ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ। ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ଏକ ଗୁଜବ। ତଥାପି ଲେଜର ସ୍କାନିଂ ପାଇଁ ସରକାରଙ୍କୁ କହିବୁ। ଗୁପ୍ତ ଭଣ୍ଡାର କି ସୁଡ଼ଙ୍ଗ କିଛି ଦେଖି ପାରିଲୁନି। ତଥାପି ଯଦି ଏ ବିଷୟରେ ଆଲୋଚନା ହେଉଛି, ଆମେ ସରକାରଙ୍କୁ ପ୍ରସ୍ତାବ ଦେବୁ। ଏସଓପିରେ ଏ ନେଇ କୌଣସି ବ୍ୟବସ୍ଥା ନ ଥିବାରୁ ସରକାରଙ୍କୁ ଲେଜର ସ୍କାନିଂ ପାଇଁ ଅନୁରୋଧ କରିବୁ।
ସୂଚନାଯୋଗ୍ୟ, କମିଟି ସଦସ୍ୟମାନେ ଆଜି ସକାଳୁ ସିଂହଦ୍ବାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହାପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ। ଟ୍ରେଜେରିରୁ ଆସିଥିବା ଚାବିରେ ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି
The post ଭିତର ରତ୍ନଭଣ୍ଡାରର ସବୁ ଅଳଙ୍କାର ସ୍ଥାନାନ୍ତର, ଭିତରେ ନାହିଁ ସୁଡ଼ଙ୍ଗ: ଜଷ୍ଟିସ ରଥ appeared first on Odisha.News.