ଭିନେଶଙ୍କୁ ମିଳିବନି ପଦକ, ପିଟି ଉଷା କହିଲେ…

ନୂଆଦିଲ୍ଲୀ,୧୫।୮: କୋର୍ଟ ଅଫ ଆର୍ବିଟ୍ରେସନ ଫ୍ର ସ୍ପୋଟର୍‌ସ(ସିଏଏସ)ରେ ଭିନେଶ ଫଗୋଟଙ୍କ ଆବେଦନ ଖାରଜ ହୋଇଯାଇଛି। ଏହି ସମୟରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ସଭାପତି ପିଟି ଉଷାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟ (ସିଏଏସ)ରେ ଭିନେଶଙ୍କ ଆବେଦନ ଖାରଜ ହେବା ଉପରେ ପିଟି ଉଷା ଆଶ୍ଚର୍ଯ୍ୟ ଏବଂ ନିରାଶ ବ୍ୟକ୍ତ କରିଛନ୍ତି। ବାସ୍ତବରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ […] The post ଭିନେଶଙ୍କୁ ମିଳିବନି ପଦକ, ପିଟି ଉଷା କହିଲେ… appeared first on Dharitri Odia News.

ଭିନେଶଙ୍କୁ ମିଳିବନି ପଦକ, ପିଟି ଉଷା କହିଲେ…

ନୂଆଦିଲ୍ଲୀ,୧୫।୮: କୋର୍ଟ ଅଫ ଆର୍ବିଟ୍ରେସନ ଫ୍ର ସ୍ପୋଟର୍‌ସ(ସିଏଏସ)ରେ ଭିନେଶ ଫଗୋଟଙ୍କ ଆବେଦନ ଖାରଜ ହୋଇଯାଇଛି। ଏହି ସମୟରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ସଭାପତି ପିଟି ଉଷାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟ (ସିଏଏସ)ରେ ଭିନେଶଙ୍କ ଆବେଦନ ଖାରଜ ହେବା ଉପରେ ପିଟି ଉଷା ଆଶ୍ଚର୍ଯ୍ୟ ଏବଂ ନିରାଶ ବ୍ୟକ୍ତ କରିଛନ୍ତି।

ବାସ୍ତବରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲ ପୂର୍ବରୁ ଭିନେଶଙ୍କ ଓଜନ ୧୦୦ଗ୍ରାମ ଅଧିକ ଥିଲା। ଯାହା ପରେ ଏହି ଭାରତୀୟ ରେସଲରଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହିପରି ଭାବରେ ଭିନେଶ ଫୋଗାଟ ଫାଇନାଲର ଏକ ଅଂଶ ହୋଇପାରିଲେ ନାହିଁ । ଯଦି କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟର ନିଷ୍ପତ୍ତି ଭିନେଶଙ୍କ ସପକ୍ଷରେ ରହିଥାନ୍ତା ତେବେ ସେ ରୌପ୍ୟ ପଦକ ପାଇଥାନ୍ତେ, କିନ୍ତୁ ବର୍ତ୍ତମାନ ଏହି ଭାରତୀୟ କୁସ୍ତି ଯୋଦ୍ଧାଙ୍କୁ ଖାଲି ହାତରେ ଦେଶକୁ ଫେରିବାକୁ ପଡିବ।

ଇଣ୍ଡିଆନ ଅଲିମ୍ପିକ ଆସୋସିଏଶନ (ଆଇଓସି) ଏକ ବିବୃତ୍ତି ଜାରି କରିଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଭିନେଶ ଫୋଗଟ ମାତ୍ର ୧୦୦ଗ୍ରାମ ପାଇଁ ଅଯୋଗ୍ୟ ହୋଇଥିଲେ। ଏହା କେବଳ ଫଳାଫଳ ଉପରେ ନକାରାତ୍ମକ ପ୍ରଭାବ ପକାଇବ ନାହିଁ ବରଂ ସେମାନଙ୍କ କ୍ୟାରିୟର ଉପରେ ମଧ୍ୟ ପ୍ରଭାବ ପକାଇବ।

The post ଭିନେଶଙ୍କୁ ମିଳିବନି ପଦକ, ପିଟି ଉଷା କହିଲେ… appeared first on Dharitri Odia News.