ଭିସୁଟ୍ ଛାତ୍ରୀ ମୃତ୍ୟୁ ମାମଲା ସିବିଆଇ ତଦନ୍ତ, କାହିଁକି ନହେବ ଜଣାଇବାକୁ ସରକାରଙ୍କୁ ନିର୍ଦେଶ
କଟକ: ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିସୁଟ୍) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ମାମଲାର ତଦନ୍ତ ଦାୟିତ୍ୱ କାହିଁକି ସିବିଅାଇକୁ ଦିଆନଯିବ ସେନେଇ ରାଜ୍ୟ ସରକାର ଉତ୍ତର ରଖିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ଶୁଣାଣି କରି ଆଗାମୀ ଶୁଣାଣି ସୁଦ୍ଧା ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। […]

କଟକ: ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିସୁଟ୍) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ମାମଲାର ତଦନ୍ତ ଦାୟିତ୍ୱ କାହିଁକି ସିବିଅାଇକୁ ଦିଆନଯିବ ସେନେଇ ରାଜ୍ୟ ସରକାର ଉତ୍ତର ରଖିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ଶୁଣାଣି କରି ଆଗାମୀ ଶୁଣାଣି ସୁଦ୍ଧା ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ୨୦୨୩ ଫେବୃୟାରୀ ୨୮ରେ ଭିସୁଟ ସମାବତ୍ତର୍ନ ଉତ୍ସବ ପରେ ଛାତ୍ରୀ ଚିନ୍ମୟୀ ନିଖୋଜ ହୋଇଯାଇ ଥିଲେ। ଏନେଇ ପରିବାର ପକ୍ଷରୁ ବୁର୍ଲା ଥାନାରେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ନେଇ ଏତଲା ଦିଅାଯାଇଥିଲା।
ପୁଲିସ ଏକ ହତ୍ୟା ମାମଲା ମଧ୍ୟ ରୁଜୁ କରିଥିଲା। ଚିନ୍ମୟୀଙ୍କ ମୃତଦେହ ବୁର୍ଲା ପାୱାର ଚ୍ୟାନେଲ ବ୍ରିଜରୁ ମାର୍ଚ୍ଚ ୧ରେ ମିଳିଥିଲା। ବୁର୍ଲା ଥାନା ଏହି ଘଟଣାକୁ ହତ୍ୟା ନୁହେଁ ବରଂ କେନାଲରେ ପଡ଼ି ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲା। ଏହାପରେ ମୃତ ଚିନ୍ମୟୀଙ୍କ ପରିବାର ଏହି ଘଟଣାର ସିବିଅାଇ ତଦନ୍ତ ଅାବଶ୍ୟକ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁଙ୍କ ଅାବେଦନ କ୍ରମେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଅାଇନଜୀବୀ ସନ୍ଦୀପନ ଓ ବିପ୍ଳବ ବାହାଲି ମାମଲା ପରିଚାଳନା କରୁଛନ୍ତି।