ଭିିନେଶଙ୍କ ଆବେଦନ ଖାରଜ, ମିଳିବନି ରୌପ୍ୟ ପଦକ
ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ଏବଂ କୋଟି କୋଟି ଭାରତୀୟ ନିରାଶ। ଭିନେଶଙ୍କ ଆବେଦନକୁ ଅଗ୍ରାହ୍ୟ କରିଛି ସିଏଏସ । ଫଳରେ ଏହି ତାରକା ରେସଲର ରୌପ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି । ଫଳରେ ଭାରତର ଆଉ ଏକ ପଦକ ଆଶା ମଉଳିଛି। କୋର୍ଟ ଅଫ ଅର୍ବିଟ୍ରେସନ ଫୋର ସ୍ପୋର୍ଟ୍ସ ବୁଧବାର ନିଜର ଏହି ନିଷ୍ପତ୍ତି ଶୁଣାଇଛି। ମହିଳା ୫୦ କିଗ୍ରା କୁସ୍ତିର ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ଯୋଗୁଁ […] The post ଭିିନେଶଙ୍କ ଆବେଦନ ଖାରଜ, ମିଳିବନି ରୌପ୍ୟ ପଦକ appeared first on Odisha.News.
ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ଏବଂ କୋଟି କୋଟି ଭାରତୀୟ ନିରାଶ। ଭିନେଶଙ୍କ ଆବେଦନକୁ ଅଗ୍ରାହ୍ୟ କରିଛି ସିଏଏସ । ଫଳରେ ଏହି ତାରକା ରେସଲର ରୌପ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି । ଫଳରେ ଭାରତର ଆଉ ଏକ ପଦକ ଆଶା ମଉଳିଛି। କୋର୍ଟ ଅଫ ଅର୍ବିଟ୍ରେସନ ଫୋର ସ୍ପୋର୍ଟ୍ସ ବୁଧବାର ନିଜର ଏହି ନିଷ୍ପତ୍ତି ଶୁଣାଇଛି। ମହିଳା ୫୦ କିଗ୍ରା କୁସ୍ତିର ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ଯୋଗୁଁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଫୋଗାଟ୍।
ସିଏଏସ ଆବେଦନ ଉପରେ ଶୁଣାଣି କରି କହିଛି ଯେ, ଭିନେଶ ଫୋଗାଟ ୨୦୨୪ ଅଗଷ୍ଟ ୭ ତାରିଖରେ ଯେଉଁ ଆବେଦନ କରିଥିଲେ ତାକୁ ଅଗ୍ରାହ୍ୟ କରାଯାଉଛି। ସିଏଏସର ଏହି ନିଷ୍ପତ୍ତିରେ ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପିଟି ଉଷା ମଧ୍ୟ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି। ଏଥିସହ ପଦକ ଜିତିବାରୁ ଅଳ୍ପକେ ରହିଯାଇଥିବା ଭିନେଶକୁ ସମସ୍ତଙ୍କ ପ୍ରକାରର ସହାୟତା ଆଇଓଏ ଯୋଗାଇ ଦେବ ବୋଲି ମଧ୍ୟ ଗୋଟିଏ ବିବୃତିରେ କହିଛି। ଭିନେଶଙ୍କ ପକ୍ଷରୁ ୪ ଆଇନଜୀବୀ ପ୍ରତିନିଧିତ୍ଵ କରିଥିଲେ। ଏହା ସହିତ ଭାରତର ପ୍ରଖ୍ୟାତ ଆଇନଜୀବୀ ହରିଶ ସାଲଭେ ଓ ବିଦୁଷ୍ପତ ସିଙ୍ଘାନିଆକୁ ମାମଲାରେ ସହାୟତା ପାଇଁ ପଠାଯାଇଥିଲା।
ୟୁନାଇଟେଡ୍ ଓ୍ଵାର୍ଲ୍ଡ ରେସଲିଙ୍ଗ(ୟୁଡବ୍ଲ୍ୟୁଡବ୍ଲ୍ୟୁ) ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ବିପକ୍ଷରେ ପହିଲମାନ ଭିନେଶ ଫୋଗାଟ୍ ଯେଉଁ ଆବେଦନ କରିଥିଲେ, ତାହାକୁ ସିଏଏସ ଅଗ୍ରାହ୍ୟ କରିଛନ୍ତି। ପିଟି ଉଷା ନିରାଶ ହେବାର କାତଣ ସିଏଏସ ଅନେକ ଥର ନିଷ୍ପତ୍ତି ଘୁଞ୍ଚାଇ ଚାଲିଥିଲା। ପ୍ରଥମେ ଏହି ନିଷ୍ପତ୍ତି ଅଗଷ୍ଟ ୧୩ରେ ଆସିବାର ଥିଲା, ମାତ୍ର ଅଗଷ୍ଟ ୧୬ ପର୍ୟ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ଆଜି ସିଏଏସ ନିଜର ନିଷ୍ପତ୍ତି ଶୁଣାଇଛି।
ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ। ସେ ଗତ ମଙ୍ଗଳବାର(ଅଗଷ୍ଟ ୬ ତାରିଖ)ରେ କ୍ରମାଗତ ୩ଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୭ ତାରିଖରେ ସକାଳେ ସେ ଧାର୍ୟ୍ୟ ଓଜନ ସୀମାର ନିୟମରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
The post ଭିିନେଶଙ୍କ ଆବେଦନ ଖାରଜ, ମିଳିବନି ରୌପ୍ୟ ପଦକ appeared first on Odisha.News.