ଭୁଟାନ ଆପଣାଇବ ବିଏମ୍‌ସି ମଡେଲ

ଭୁବନେଶ୍ୱର,୧୯ା୯ (ଅନୁରାଧା ମହାରଣା): ଭୁଟାନର ଏକ ପ୍ରତିନିଧି ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ରହିଛନ୍ତି। ତାଙ୍କ ସହ କେତେଜଣ ଭାରତୀୟ ଅଧିକାରୀ ରହିଛନ୍ତି। ଏହି ପରିଦର୍ଶନ ସମୟରେ ସେମାନେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ବାସୁଆଘାଇସ୍ଥିତ ମଳ ପରିଚାଳନା କେନ୍ଦ୍ର ବୁଲି ଦେଖିବା ସହ ବିଭିନ୍ନ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମ୍‌ସିସି) ଏବଂ ମ୍ୟାଟେରିଆଲ ରିକଭରି ଫାସିଲିଟି(ଏମ୍‌ଆର୍‌ଏଫ୍‌) ବୁଲି ଦେଖିଛନ୍ତି। ବିଏମ୍‌ସିର ମଳ ଏବଂ […] The post ଭୁଟାନ ଆପଣାଇବ ବିଏମ୍‌ସି ମଡେଲ appeared first on Dharitri Odia News.

ଭୁଟାନ ଆପଣାଇବ ବିଏମ୍‌ସି ମଡେଲ

ଭୁବନେଶ୍ୱର,୧୯ା୯ (ଅନୁରାଧା ମହାରଣା): ଭୁଟାନର ଏକ ପ୍ରତିନିଧି ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ରହିଛନ୍ତି। ତାଙ୍କ ସହ କେତେଜଣ ଭାରତୀୟ ଅଧିକାରୀ ରହିଛନ୍ତି। ଏହି ପରିଦର୍ଶନ ସମୟରେ ସେମାନେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ବାସୁଆଘାଇସ୍ଥିତ ମଳ ପରିଚାଳନା କେନ୍ଦ୍ର ବୁଲି ଦେଖିବା ସହ ବିଭିନ୍ନ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମ୍‌ସିସି) ଏବଂ ମ୍ୟାଟେରିଆଲ ରିକଭରି ଫାସିଲିଟି(ଏମ୍‌ଆର୍‌ଏଫ୍‌) ବୁଲି ଦେଖିଛନ୍ତି। ବିଏମ୍‌ସିର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭୁଟାନରେ ଅନୁରୂପ ଭାବେ ମଳ ପରିଚାଳନା ଓ ବର୍ଜ୍ୟ ପ୍ରକ୍ରିୟାକରଣ ପଦ୍ଧତି ଅନୁସରଣ କରାଯିବ ବୋଲି ସେମାନେ କହିଛନ୍ତି। ବାସୁଆଘାଇସ୍ଥିତ ଓଡିଶା ଅର୍ବାନ ଏଡାଡେମୀ ଅଧିକାରୀଙ୍କ ସହ ସେମାନେ ମଳ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଏକାଡେମୀ ପକ୍ଷରୁ ସେମାନଙ୍କର ବିଭିନ୍ନ ଏଫ୍‌ଏସ୍‌ଏସ୍‌ଏମ୍‌, ଏସ୍‌ଡବ୍ଲ୍ୟୁଏମ୍‌ ଏବଂ ୟୁଆରସି ବୁଲି ଦେଖାଇବା ଏବଂ ଓଡିଶାର ସଫଳତାର କାହାଣୀ ସମ୍ପର୍କରେ ଅବଗତ କରାଯାଇଛି ା ସେମାନଙ୍କୁ ବିଏମ୍‌ସିର ମଳ ଓ ବର୍ଜ୍ୟ ପରିଚାଳନା ସହ ତା’ର ପ୍ରକ୍ରିୟାକରଣ ସମ୍ପର୍କରେ ବୁଝାଇବା ପାଇଁ ସହକାରୀ କମିଶନର ଏନ୍‌. ଗଣେଶବାବୁଙ୍କୁ ଦାୟିତ୍ୱ ଦିଆଯାଇଥିଲା ା

The post ଭୁଟାନ ଆପଣାଇବ ବିଏମ୍‌ସି ମଡେଲ appeared first on Dharitri Odia News.