ଭୁଟ୍ଟାନ ରାଜକୀୟ ଗସ୍ତରେ ମୋଦି, ଥିମ୍ପୁରେ ଭବ୍ୟ ସ୍ୱାଗତ

ଥିମ୍ପୁ ୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିବସୀୟ ଭୁଟ୍ଟାନ ରାଜକୀୟ ଯାତ୍ରାରେ ଅଛନ୍ତି। ଭୁଟ୍ଟାନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭୁଟ୍ଟାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭୂତପୂର୍ବ ସ୍ୱାଗତରେ ଲୋକେ ପାରୋ ବିମାନ ବନ୍ଦରରୁ ଜାତୀୟ ରାଜଧାନୀ ପର୍ଯ୍ୟନ୍ତ ଧାଡି ବାନ୍ଧିଥିଲେ। ଏପରିଲାଗୁଥିଲା ଯେପରି ମୋଦିଙ୍କ ସ୍ୱାଗତ ନିମନ୍ତେ ପାରୋ ବିମାନ ବନ୍ଦରରୁ ୪୫ କିଲୋମିଟର ଦୂର ଥିମ୍ପୁ ସହର ପର୍ଯ୍ୟନ୍ତ ମାନବ ଶୃଙ୍ଖଳା ରଚା ଯାଇଛି। ଥିମ୍ପୂ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଭୁଟ୍ଟାନର ଲୋକଙ୍କୁ  ଅଭିନନ୍ଦନ ଜଣାଇଛନ୍ତି ଓ ସଡକରେ ସ୍ୱାଗତ ପାଇଁ ଛିଡା ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପାରୋ ବିମାନ ବନ୍ଦରରେ ଅବତରଣ କରିବା କାଳରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନ ବନ୍ଦରରେ ଭୁଟ୍ଟାନ ସଶସ୍ତ୍ର ବଳ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ମୋଦି ସଡକ ପଥରେ ରାଜଧାନୀ ଥିମ୍ପୁ ଅଭିମୁଖେ ବାହାରିଥିଲେ। #WATCH | Thimphu | People of Bhutan extend a warm welcome to PM Modi on his arrival in their country on a two-day State visit pic.twitter.com/O7WZc8xnYM— ANI (@ANI) March 22, 2024ଏହି ଦୁଇ ଦିବସୀୟ ଭୁଟ୍ଟାନ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ଭୁଟ୍ଟାନ ଦ୍ୱିପକ୍ଷୀୟ ସହଯୋଗକୁ ଆଗକ

ଭୁଟ୍ଟାନ ରାଜକୀୟ ଗସ୍ତରେ ମୋଦି, ଥିମ୍ପୁରେ ଭବ୍ୟ ସ୍ୱାଗତ

ଥିମ୍ପୁ ୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିବସୀୟ ଭୁଟ୍ଟାନ ରାଜକୀୟ ଯାତ୍ରାରେ ଅଛନ୍ତି। ଭୁଟ୍ଟାନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭୁଟ୍ଟାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭୂତପୂର୍ବ ସ୍ୱାଗତରେ ଲୋକେ ପାରୋ ବିମାନ ବନ୍ଦରରୁ ଜାତୀୟ ରାଜଧାନୀ ପର୍ଯ୍ୟନ୍ତ ଧାଡି ବାନ୍ଧିଥିଲେ। ଏପରିଲାଗୁଥିଲା ଯେପରି ମୋଦିଙ୍କ ସ୍ୱାଗତ ନିମନ୍ତେ ପାରୋ ବିମାନ ବନ୍ଦରରୁ ୪୫ କିଲୋମିଟର ଦୂର ଥିମ୍ପୁ ସହର ପର୍ଯ୍ୟନ୍ତ ମାନବ ଶୃଙ୍ଖଳା ରଚା ଯାଇଛି। 

ଥିମ୍ପୂ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଭୁଟ୍ଟାନର ଲୋକଙ୍କୁ  ଅଭିନନ୍ଦନ ଜଣାଇଛନ୍ତି ଓ ସଡକରେ ସ୍ୱାଗତ ପାଇଁ ଛିଡା ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପାରୋ ବିମାନ ବନ୍ଦରରେ ଅବତରଣ କରିବା କାଳରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନ ବନ୍ଦରରେ ଭୁଟ୍ଟାନ ସଶସ୍ତ୍ର ବଳ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ମୋଦି ସଡକ ପଥରେ ରାଜଧାନୀ ଥିମ୍ପୁ ଅଭିମୁଖେ ବାହାରିଥିଲେ। 


ଏହି ଦୁଇ ଦିବସୀୟ ଭୁଟ୍ଟାନ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ଭୁଟ୍ଟାନ ଦ୍ୱିପକ୍ଷୀୟ ସହଯୋଗକୁ ଆଗକୁ ବଢାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭୁଟ୍ଟାନ ସହିତ ଭାରତର କୁଟନୈତିକ ସମ୍ପର୍କ ୧୯୬୮ ମସିହାରେ ସ୍ଥାପିତ ହୋଇଥିଲା। ୧୯୪୯ ମସିହାରେ ସ୍ୱାକ୍ଷରିତ ମିତ୍ରତା ଓ ସହଯୋଗ ସନ୍ଧି ଅନୁସାରେ ଏହି ସମ୍ପର୍କ ସ୍ଥାପନା ହୋଇଥିଲା। ଏହି ସନ୍ଧି ୨୦୦୭ ମସିହାରେ ନବୀକୃତ ହୋଇଛି।