ଭୁତାପଡାରେ ବିଶ୍ୱ ମାନସିକ ଦିବସ
ସମ୍ବଲପୁର,ତା: ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୁତାପଡ଼ା ଠାରେ ବିଶ୍ବ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଏଥିରେ ଏଠାରେ ଥିବା ନାଗରିକ ମାନେ, ବସ୍ତିବାସିନ୍ଦା ମାନେ ତଥା ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଆଜିର ଏହି ଦିବସ ଉପଲକ୍ଷେ ଆରୋଗ୍ୟ କେନ୍ଦ୍ରର ଡ. ପି ହେମା ଶ୍ରୀ ଓ ମାନସିକ ସଚେତନତା ବିଶେଷଜ୍ଞ ବବିତା କପଶୀ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଦିବସ ପାଳନ କରିବାର ତାପ୍ତଜ୍ୟ ଉପରେ ଆଲୋଚନ କରଯାଇଥିଲା। ମାନସିକ ରୋଗର […] The post ଭୁତାପଡାରେ ବିଶ୍ୱ ମାନସିକ ଦିବସ appeared first on Odisha.News.

ସମ୍ବଲପୁର,ତା: ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭୁତାପଡ଼ା ଠାରେ ବିଶ୍ବ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଏଥିରେ ଏଠାରେ ଥିବା ନାଗରିକ ମାନେ, ବସ୍ତିବାସିନ୍ଦା ମାନେ ତଥା ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ। ଆଜିର ଏହି ଦିବସ ଉପଲକ୍ଷେ ଆରୋଗ୍ୟ କେନ୍ଦ୍ରର ଡ. ପି ହେମା ଶ୍ରୀ ଓ ମାନସିକ ସଚେତନତା ବିଶେଷଜ୍ଞ ବବିତା କପଶୀ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଦିବସ ପାଳନ କରିବାର ତାପ୍ତଜ୍ୟ ଉପରେ ଆଲୋଚନ କରଯାଇଥିଲା। ମାନସିକ ରୋଗର ଲକ୍ଷଣ, ନିରାକରଣ ଉପରେ ମଧ୍ୟ ଏକ ଆଲୋଚନ କରଯାଇଥିଲା। ୟୋଗ ଦ୍ୱାରା ଆମ ଶରୀର କୁ ମାନସିକ ରୋଗ ତଥା ଅବସ୍ଥା ଠାରୁ ଦୂରେଇ ରହି ପାରିବା ସେ ବିଷୟରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ୟୋଗ ଶିବିର ଅନୁଷ୍ଠିତ କରାଯାଇଥିଲା। ଆଜିର ଏହି ଦିବସ ପାଳନ କରିବାରେ ଆରୋଗ୍ୟ ମନ୍ଦିର ସୁଜାତା ରାଣୀ ମିଶ୍ର, ସଞ୍ଜୀବ ପ୍ରଧାନ,ଡିନି ନାୟକ, ପ୍ରତୀକ ପଣ୍ଡା ଓ ସମଲେଶ୍ଵରୀ ଛାତ୍ର ସଂଗଠନ ର ସମସ୍ତ ଛାତ୍ର ଛାତ୍ରୀ ସାହାଯ୍ୟ କରିଥିଲେ।
The post ଭୁତାପଡାରେ ବିଶ୍ୱ ମାନସିକ ଦିବସ appeared first on Odisha.News.