ଭୁବନରେ ବଳଦ ଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ଏସିଆର ସର୍ବବୃହତ ଗ୍ରାମ ଭୁବନର ପାରମ୍ପରିକ ଐତିହାସିକ ବଳଦ ଯାତ୍ରା । ପବିତ୍ର ବିଜୟା ଦଶମୀ ଦିନ... The post ଭୁବନରେ ବଳଦ ଯାତ୍ରା appeared first on .
ନନ୍ଦିଘୋଷ ବ୍ୟୁରୋ: ଏସିଆର ସର୍ବବୃହତ ଗ୍ରାମ ଭୁବନର ପାରମ୍ପରିକ ଐତିହାସିକ ବଳଦ ଯାତ୍ରା । ପବିତ୍ର ବିଜୟା ଦଶମୀ ଦିନ ଆରମ୍ଭ ହୋଇଥାଏ ଏହି ଯାତ୍ରା। ଥୋରିଆ ସମାଜ ତରଫରୁ ଆରମ୍ଭ ହୋଇଥିବା ବଳଦ ଯାତ୍ରାରେ ସାମିଲ ହୋଇଥିଲେ କାଚରା ସମାଜ। ପରେ ପରେ ଭୁବନର ସମସ୍ତ ସମାଜ ଏହି ଯାତ୍ରା ରେ ସାମିଲ୍ ହୋଇଥିଲେ । ହଜାର ବର୍ଷ ତଳୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବଳଦ ପିଠିରେ ଜିନିଷ ପତ୍ର ନେଇ ଓଡ଼ିଶା ତଥା ଓଡ଼ିଶା ବାହାରକୁ ଯିବାର ପରମ୍ପରା ଚାଲି ଆସିଛି। ଏହି ପରମ୍ପରାକୁ ନେଇ ପାଳନ ହୋଇଯାଉଛି ବଳଦ ଯାତ୍ରା। ବିଜୟା ଦଶମୀରେ ଶୁଭମନାସି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବେପାର ବଣିଜ ଆରମ୍ଭ ହୋଇଥାଏ। ଏହି ଦିନକୁ କଂସାରୀ ସମାଜ, ବଙ୍ଗାଳୀ ସମାଜ, ବଢେଇ ସମାଜ, ବଣିଆ ସମାଜ ପର୍ବ ଭାବରେ ମଧ୍ୟ ପାଳନ କରାଯାଏ। ପ୍ରଥମେ ଥୋରିଆ ସମାଜର ବଳଦକୁ ବନ୍ଦାପନା ପରେ ଗ୍ରାମ ପରିକ୍ରମା କରି ବଡ଼ହାଟରେ ପହଞ୍ଚିଥିଲା। ଏହା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇଥିଲା। ସମସ୍ତ ବଳଦ ଯାତ୍ରା ସଦସ୍ୟ ଗୁଜୁରିହାଟରେ ଏକତ୍ରିତ ହୋଇଥିଲେ। ଅନୁକୂଳ ଯାତ୍ରା ବଡ଼ହାଟ, ବାଜି ଛକ, ପୋଥାଳ ସାହି, ବଡ଼ଦାଣ୍ଡ, ଜଗନ୍ନାଥ ମଣ୍ଡପ, ବଣିଆ ସାହି ଦେଇ ଗ୍ରାମ ପରିକ୍ରମା କରିଥିଲେ। ଚଳିତବର୍ଷ ୩୨ ଗୋଟି ବଳଦ ସାମିଲ୍ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ଓ ଶାନ୍ତି କମିଟି ସଦସ୍ୟଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ କରଯାଇଛି। ଆଜି ସଂଧ୍ଯାରୁ ଭସାଣ ଯାତ୍ରା ଅନୁଷ୍ଠିତ ହେବ ।
The post ଭୁବନରେ ବଳଦ ଯାତ୍ରା appeared first on .